ଖେଳ ଦେଶ ବିଦେଶ

ନ୍ୟୁଜିଲାଣ୍ଡରେ ଇତିହାସ ରଚିଲା ବାଂଲାଦେଶ, ୨୧ ବର୍ଷ ପରେ ଜିତିଲା ପ୍ରଥମ ଟେଷ୍ଟ ମ୍ୟାଚ୍

ଢାକା ୦୫।୦୧ : ୨୧ ବର୍ଷ ପରେ ପ୍ରଥମ ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ବିଜୟ ହାସଲ କରିଛି ବାଂଲାଦେଶ । ମାଉଣ୍ଟ ମାଉଁଗାନୁଇରେ ବୁଧବାର ଦିନ ଏହି ବିରଳ ରେକର୍ଡ ନିଜ ନାମରେ କରିଛି ବାଂଲାଦେଶ । ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୮ଓ୍ୱିକେଟ୍‌ରେ ପରାସ୍ତ କରିଛି । ଏହାସହିତ ବାଂଲାଦେଶ ଟିମ୍‌ ନ୍ୟୁଜିଲାଣ୍ଡ ବିରୋଧରେ ୨୧ ବର୍ଷ ପରେ ନିଜର ପ୍ରଥମ ବିଜୟ ହାସଲ କରିଛି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ନାଜାଲ କୋଭିଡ ଭ୍ୟାକ୍ସିନର ଟ୍ରାଏଲ ଅନୁମତି, ଭାରତ ବାୟୋଟେକ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ ୦୫/୦୧: କରୋନାକୁ ମାତ୍ ଦେବାକୁ ସାରା ଦେଶରେ ଟିକାକରଣ ଜାରି ରହିଛି । ବିଭିନ୍ନ ସ୍ଥାନରେ ବୁଷ୍ଟର ଡୋଜ୍ ଦେବାର ବ୍ୟବସ୍ଥା ମଧ୍ୟ କରାଗଲାଣି । ଏପରିକି କିଶୋରଙ୍କୁ ମଧ୍ୟ ଟିକାକରଣ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଲୋକଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକରଣ ଖବର ସାମ୍ନାକୁ ଆସିଛି । ଯେ, ଏଣିକି ନାକରେ ନେଇହେବ କରୋନା ଟିକା । କୋଭିଡ ଭ୍ୟାକ୍ସିନର ଟ୍ରାଏଲକୁ ଅନୁମତି ମିଳିଛି । ନାଜାଲ କୋଭିଡ ଭ୍ୟାକ୍ସିନ ବୁଷ୍ଟର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚାଲିଛି ଦଶମ ସମେଟିଭ୍ ପରୀକ୍ଷା, ପିପିଲି ନୋଡାଲ ହାଇସ୍କୁଲରେ ଅଚାନକ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ

ନିମାପଡା ୫।୧: ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଅଚାନକ ପିପିଲି ନୋଡାଲ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସାରା ଓଡ଼ିଶାରେ ଆରମ୍ଭ ହୋଇଥିବା ସମେଟିଭ୍-୧ ପରୀକ୍ଷା ପାଇଁ ୫ ଲକ୍ଷରୁ ଉର୍ଦ୍ଧ୍ବ ପିଲା ପରୀକ୍ଷା ଦେଉଥିବା ବେଳେ ୩୩୩୯ ଗୋଟି ସେଣ୍ଟରରେ ପରୀକ୍ଷା ହେଉଛି । ପିପିଲି ନୋଡାଲ ସେଣ୍ଟରରେ ୧୦ ଶ୍ରେଣୀର ସମେଟିଭ୍ ଆସେସମେଣ୍ଟ-୧ ରୁ ୧୪୩ ଜଣ ପରୀକ୍ଷା ଦେଉଥିବା ବେଳେ ପିପିଲି ବ୍ଲକ୍‌ରେ ୨୨୭୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । […]

ମନୋରଞ୍ଜନ ରାଜ୍ୟ

ଆସୁଛି ‘ଉଦଣ୍ଡୀ ସୀତା’, ଦମ୍‌ଦାର ରୋଲ୍‌ରେ ନଜର ଆସିବେ ଦେବଯାନୀ

ଭୁବନେଶ୍ୱର ୦୫।୦୧: ପୁଣି ପରଦାକୁ ଫେରୁଛନ୍ତି ଦେବଯାନୀ । ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ’ । ଏ ଗୀତ ସବୁବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଯେତେବେଳେ ଯେଉଁଠି ଏ ଗୀତ ବାଜିଛି ଦର୍ଶକ ୧୯୯୨ ମସିହାକୁ ଫେରିଛନ୍ତି ଆଉ ଖୋଜିଛନ୍ତି ଉଦଣ୍ଡୀ ସୀତାକୁ । ଆଜି ଠିକ୍‌ ୩୦ ବର୍ଷ ପରେ ସେମିତି ସେହି ଶୀର୍ଷକକୁ ନେଇ ନିର୍ମାଣ ହେଉଛି ଆଉ ଏକ ଓଡ଼ିଆ ସିନେମା । ଯାହାର ଫାଷ୍ଟଲୁକ୍‌ ନିକଟରେ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଦିଲ୍ଲୀରେ ବଢ଼ିପାରେ କର୍ଫ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପି ସାଂସଦ ମନୋଜ ତିଓ୍ୱାରୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟର ମାମଲା ବଢ଼ିବାରେ ଲାଗିଛି । କରୋନା କବଳକୁ ପୁଣି ଥରେ ଆସିଲେଣି ରାଜନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ୱାରୀ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନୋଜ ତିଓ୍ୱାରୀ । ସେ ଲେଖିଛନ୍ତି, ‘ଜାନୁଆରୀ ୨ ତାରିଖ ରାତିରୁ ଅସୁସ୍ଥତା ଅନୁଭବ କରିଥିଲେ । […]

ରାଜ୍ୟ ସ୍ୱାସ୍ଥ୍ୟ

ଖୋର୍ଦ୍ଧା ନାଇଜରରେ ୩୧ ଛାତ୍ରଛାତ୍ରୀଙ୍କୁ କରୋନା, ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

ଖୋର୍ଦ୍ଧା: କରୋନା ମାମଲଶ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ନାଇଜରରୁ ୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୧ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା ହୋଇଛି । ଚିହ୍ନଟ ୩୧ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । ୩୧ ପଜିଟିଭ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଏହା ସହିତ ନାଇଜରର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଏକ ନୂତନ ରହସ୍ୟମୟୀ ରୋଗ? ଯାହା ଯୁବବର୍ଗଙ୍କୁ କରୁଛି ମାନସିକ ବିକଳାଙ୍ଗ! ଚେତାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଜଣେ କାନାଡିଆନ୍ ହ୍ୱିସଲବ୍ଲୋୟର୍ ଦାବି କରିଛନ୍ତି ଯେ, ହାଭାନା ସିଣ୍ଡ୍ରୋମ୍ ଓ ସୁଡାନରେ ଦେଖାଯାଇଥିବା ରହସ୍ୟମୟୀ ରୋଗ ପରେ ଏବେ ନ୍ୟୁ ବ୍ରେନ୍ସବିକ ଠାରେ ଆଉ ଏକ ରହସ୍ୟମୟୀ ରୋଗ ସାମନାକୁ ଆସିଛି । ଭିଟାଲିଟ୍ ସ୍ୱାସ୍ଥ୍ୟ ନେଟୱର୍କର ଜଣେ କର୍ମଚାରୀ ଖୁଲାସା କରିଛନ୍ତି ଯେ, ଏହି ରୋଗ ବଢ଼ୁଥିବା ଯୁବବର୍ଗଙ୍କ ସଂଖ୍ୟାକୁ ଟାର୍ଗେଟ କରୁଛି । ଏଥିରେ ପ୍ରଭାବିତ ହୋଇଥିବା ଲୋକ ମାନେ ନିଜର ଭାବିବା ଓ ବିଚାର କରିବାର ଶକ୍ତିକୁ ଦ୍ରୁତ ଗତିରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ, ପୂର୍ଣ୍ଣ କ୍ଷମତାରେ ଚାଲିବ ମେଟ୍ରୋ ଓ ବସ୍: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ କଟକଣା କଡାକଡି କରୁଥିବା ବେଳେ ଦିଲ୍ଲୀ ସରକାର ମଧ୍ୟ କଟକଣା କଡ଼ାକଡି କରିଛନ୍ତି। ଓମିକ୍ରନ ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସପ୍ତାହାନ୍ତ କଫ୍ୟୁରେ ଜରୁରୀ ସେବା ଜାରି ରହିବ ବୋଲି କୁହାଯାଇଛି। ସପ୍ତାହାନ୍ତ କଫ୍ୟୁ ସହ ନାଇଟ […]

ଖେଳ ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ଭାରତ ଟେଷ୍ଟ୍‌ ଶୃଙ୍ଖଳା: ଭାରତ ୨୦୨ରେ ଅଲ୍‌ଆଉଟ୍‌

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ମାଟିରେ ଐତିହାସିକ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଆଶାରେ ଥିବା ଭାରତୀୟ ଦଳକୁ‌ ସୋମବାର ଝଟ୍‌କା ଲାଗିଛି। ୱଣ୍ଡରର୍ସରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ବିରାଟ କୋହଲିଙ୍କ ବିନା ଖେଳିଥିବା ଭାରତୀୟ ଦଳ ପ୍ରଥମ ପାଳିରେ ମାତ୍ର ୨୦୨ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଛି। କାମଚଳା ଅଧିନାୟକ କେଏଲ୍ ରାହୁଲ୍ (୫୦, ୧୩୩ ବଲ୍‌, ୯ ଚୌକା) ଏବଂ ଆର୍‌ ଅଶ୍ବିନ୍ (୪୬, ୫୦ ବଲ୍, ୬‌ ଚୌକା)ଙ୍କ ଛଡ଼ା ଅନ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

ବିବାଦ ଭିତରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ, ଲାରାକୋର୍ଟ ନିର୍ଦ୍ଦେଶ ପରେ ଭଙ୍ଗା ହେଲା ତିନିମହଲା କୋଠା

ପୁରୀ : ବହୁ ବାଦବିବାଦ ଭିତରେ ଶେଷରେ ପୁଣିଥରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଜିଲ୍ଲା ପ୍ରଶାସନ ପଶ୍ଚିମଦ୍ବାରରେ ଥିବା ତିନିମହଲା ବିଶିଷ୍ଟ ଏକ ବ୍ୟକ୍ତିଗତ କୋଠାକୁ ସୋମବାର ଭାଙ୍ଗିଛି। ଲାରା କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଉଚ୍ଛେଦ ଓ ଅଧିଗ୍ରହଣ କାମ ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ଅନ୍ୟପଟେ ବିବାଦୀୟ ପରିସ୍ଥିତି ପୂର୍ବରୁ ଘର ମାଲିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୁଲିସ ସୋମବାର ସକାଳୁ ଉଠାଇ ନେଇ ‌କୌଣସି […]