ପୁତ୍ର ସନ୍ତାନର ବାପା ହେଲେ ଯୁବରାଜ ସିଂହ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଗତ ମଙ୍ଗଳବାର ତାଙ୍କ ପତ୍ନୀ ହେଜେଲ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଯୁବରାଜ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି। ଯୁବରାଜ ଲେଖିଛନ୍ତି,, ମୋର ସମସ୍ତ ପ୍ରଶଂସକ, ପରିବାରବର୍ଗ ଓ ସାଙ୍ଗସାଥୀଙ୍କୁ ଏହା ଜଣାଇବା ପାଇଁ ଖୁସି ଲାଗୁଛି କି ଆଜି ଭଗବାନଙ୍କ ଆଶୀର୍ବାଦରୁ ସନ୍ତାନ ସୁଖ ପ୍ରାପ୍ତି ହୋଇଛି । ଭଗବାନ ଏପରି ଆଶୀର୍ବାଦ କରିଥିବାରୁ କୋଟି କୋଟି ଧନ୍ୟବାଦ । […]