ଦେଶ ବିଦେଶ ସ୍ୱାସ୍ଥ୍ୟ

ମହାମାରୀରେ ଜୀବିକା ହରାଇଥିଲେ ୨୩ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ: ମହାମାରୀ ସମୟ‌ରେ ଦେଶରେ ୨୩ ଲକ୍ଷ ଶ୍ରମିକ ଜୀବିକା ହରାଇଥିଲେ। ସେମାନେ ୯ଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ସେହି କ୍ଷେତ୍ରଗୁଡ଼ିକ ହେଉଛି ମାନୁଫାକ୍‌ଚରିଂ, ନିର୍ମାଣ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ରହଣୀ ଓ ରେସ୍ତୋରାଁ, ଆଇଟି/ବିପିଓ ଏବଂ ଆର୍ଥିକ ସେବା। ଆଜି ସଂସଦରେ ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ସୂଚନା ଦେଇଛନ୍ତି। ସେ ରାଜ୍ୟସଭାରେ କହିଛନ୍ତି ଯେ ୨୦୨୦ ମାର୍ଚ୍ଚ ୨୫ ପୂର୍ବରୁ କରାଯାଇଥିବା ସର୍ଭେରେ ବିଭିନ୍ନ ସଂସ୍ଥାରେ ୩୦.୭ ନିୟୁତ ଶ୍ରମିକ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନାବରଣ ହୋଇଛି ଅଭିନେତା ମିହିର ଦାସଙ୍କ ପ୍ରତିମୂର୍ତ୍ତି, ଉନ୍ମୋଚନ କଲେ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ

କଟକ ୧୧/୦୨: ଉନ୍ମୋଚିତ ହୋଇଛି “ମାଟିର ମଣିଷ” ମିହିର ଦାସଙ୍କ ପ୍ରତିମୂର୍ତ୍ତି । କଟକ ଶିଳ୍ପୀ କୁମ୍ଭାର ସାହିର କୁମ୍ଭକାର ମାନେ ଅଭିନେତା ମିହିର ଦାସଙ୍କର ସାତ ଫୁଟର ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଆଜି ଶିଳ୍ପୀ କୁମ୍ଭାର ସାହିରେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ “ମାଟିର ମଣିଷ”କୁ ଉନ୍ମୋଚନ କରିଛନ୍ତି । ମୂର୍ତ୍ତି କାରିଗର ମାନଙ୍କର ଶ୍ରଦ୍ଧାଞ୍ଜଳିର ଏଭଳି ନିଆରା ପ୍ରୟାସକୁ ଫିଲ୍ମ ଜଗତର ଵରଷ୍ଠ ଓ ଵିଶିଷ୍ଠ କଳାକାର […]

ରାଜ୍ୟ ସ୍ୱାସ୍ଥ୍ୟ

କଟକରେ କ୍ରିକେଟ ପଡ଼ିଆ ଅଭାବ, ଦୁଇମାସ ହେବ ଆରମ୍ଭ ହୋଇପାରୁନି ଅନ୍ତଃ କ୍ଲବ୍‌ ପ୍ରତିଯୋଗିତା

କଟକ: କଟକ ଜିଲ୍ଲା କ୍ରୀଡ଼ା ସ˚ସଦ (ସିଡିଏଏ) ପକ୍ଷରୁ ଅନ୍ତଃ କ୍ଲବ୍‌ କ୍ରିକେଟ ପ୍ରତିଯୋଗିତା ଆୟୋଜନ ହୋଇପାରୁ ନାହିଁ। ଯଦିଓ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଖେଳାଯାଇ ସାରିଛି କିନ୍ତୁ ଦୁଇ ମାସ ହେଲାଣି ସୁପରଲିଗ୍‌ ପର୍ଯ୍ୟାୟ ଆରମ୍ଭ ହୋଇପାରୁନି। ଏହାର ପ୍ରମୁଖ କାରଣ ହେଉଛି ସହରରେ ପଡ଼ିଆର ଅଭାବ। କଟକରେ ବିଡ଼ାନାସୀ, ସନ୍‌ସାଇନ୍‌, ବୋସ୍‌, ଏସ୍‌ସିବି ମେଡିକାଲ୍‌, ରେଭେନ୍ସା-୧, ରେଭେନ୍ସା-୨, ନିମପୁର ଇତ୍ୟାଦି ପଡ଼ିଆରେ ଘରୋଇ ମ୍ୟାଚଗୁଡ଼ିକ ଖେଳାଯାଉଥିଲା। ଡ୍ରିମ୍ସରେ ଓସିଏ ପକ୍ଷରୁ ଷ୍ଟାଡିୟମର ଉନ୍ନତି କରାଯିବା […]

ଦେଶ ବିଦେଶ ମନୋରଞ୍ଜନ

ଭାଲେଣ୍ଟାଇନ ଓ୍ୱିକ ଅବସରରେ ଦର୍ଶକଙ୍କୁ ଭେଟି, ରିଲିଜ ଅପେକ୍ଷାରେ “ଆଙ୍କି ଯାଏ ତୁମ ଛବି ମନ ଆଇନାରେ”

ଭୁବନେଶ୍ୱର ୧୧/୦୨: ଭାଲେଣ୍ଟାଇନ ଡେରେ ଓଲିଉଡ ଟାଇମସ୍ ୟୁଟୁବ ଚ୍ୟାନେଲରେ ମୁକ୍ତିଲାଭ କରିବାକୁ ଯାଉଛି ରାଜେଶ ରଞ୍ଜନ ଫିଲ୍ମସ୍ ନିବେଦିତ “ଆଙ୍କି ଯାଏ ତୁମ ଛବି ମନ ଆଇନାରେ” । ଓଡ଼ିଆ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଅଭିନେତା ତୁଷାର କେ ସିହ୍ନା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଗୀତ ରଚନା କରିଛନ୍ତି ଆମେରିକାରେ ଥିବା ଓଡ଼ିଆ ଲେଖିକା ମନୋରମା ଚୌଧୁରୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗୀତ ଟିକୁ ଗାଇଥିବା ବେଳେ ସଙ୍ଗୀତଜ୍ଞ ଓମ୍ […]

ରାଜ୍ୟ ସ୍ୱାସ୍ଥ୍ୟ

ଚିକିତ୍ସାଠୁ ବଳିପଡ଼ୁଛି ରହିବା ଦୁଃଖ, ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ରୋଗୀ

ଭୁବନେଶ୍ୱର : ରାଜ୍ୟରେ ସବୁଠି ସ୍ୱାସ୍ଥ୍ୟସେବାର ଦୁର୍ବଳ ଭିତ୍ତିଭୂମି ଓ ଚିକିତ୍ସା ପାଇଁ ଭୁବନେଶ୍ବର ଆସିବାକୁ ବାଧ୍ୟ ହୁଅନ୍ତି ଅଧିକାଂଶ ରୋଗୀ। ସ୍ଥିତି ଏଭଳି ଯେ ଏଠାରେ ଏମ୍ସ, ସମ୍‌, ଆପୋଲୋ, ଆମ୍ରି, କେୟାର, ଉତ୍କଳ, ସ୍ପର୍ଶ, କିମ୍ସ, ହାଇଟେକ୍‌ ଭଳି ଡାକ୍ତରଖାନାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ପ୍ରାୟ ଦୁଇରୁ ଅଢ଼େଇ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ଅନୁମାନ କରାଯାଏ। ମାତ୍ର ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଚିକିତ୍ସା ଠାରୁ ରହିବା ଦୁଃଖ […]

ଦେଶ ବିଦେଶ ମନୋରଞ୍ଜନ

‘ଦ ଫେମ୍‌ ଗେମ୍‌’ରେ ନଜର ଆସିବେ ମାଧୁରୀ ଦୀକ୍ଷିତ୍‌, ନେଟ୍‌ଫ୍ଲିକ୍ସରେ ହେବ ଷ୍ଟ୍ରିମିଂ

ନୂଆଦିଲ୍ଲୀ ୧୧।୦୨ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତଥା ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ଦ ଫେମ୍ ଗେମ୍’ରେ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିବ ।ନେଟଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ଫେମ୍ ଗେମ୍’ରେ ସେ ଏକ ଫିଲ୍ମ ଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି। ଯାହାର ଚରିତ୍ର ତାଙ୍କ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ସିରିଜ୍‌ରେ […]

କଳା ଓ ସଂସ୍କୃତି ରାଜ୍ୟ

ଶୁକଶାରୀ ମନ୍ଦିର ନିକଟରେ ଖନନ: ବାହାରିଲା ଆଉ ଏକ ମନ୍ଦିରର ଜଗମୋହନ

ପୁରୁଣା ଭୁବନେଶ୍ୱର: ଶୁକଶାରୀ ମନ୍ଦିର କଡ଼ରେ ଭାରତୀୟ ପୁରାତତ୍ତ୍ଵ ବିଭାଗ(ଏଏସ୍ଇ) ଦ୍ଵାରା ଚାଲିଥିବା ଖନନ ବେଳେ ପୁଣି ଏକ ପ୍ରାଚୀନ ମନ୍ଦିର ଅଂଶ ଦେଖିବାକୁ ମିଳିଛି। ଏହା ଏକ ପୁରାତନ ମନ୍ଦିରର ଜଗମୋହନ ଅଂଶ ବୋଲି ପ୍ରତ୍ନତତ୍ତ୍ବବିତ୍‌ କହିଛନ୍ତି। ଆଜି ଅପରାହ୍ନରେ ଏଏସ୍ଆଇ ପକ୍ଷରୁ ଖନନ ବେଳେ ଏହି ପୁରାତନ ମନ୍ଦିରର ୪ଟି ବଡ଼ ବଡ଼ ପଥର ଦେଖିବାକୁ ମଳିଛି। ଏଏସ୍ଆଇ କର୍ମଚାରୀ ଶୁକଶରୀ ନିକଟରେ ଖନନ ବେଳେ ପୂର୍ବ ଦିଗରୁ ମାଟି ବାହାର କରିବା ବେଳେ […]

ରାଜ୍ୟ ସ୍ୱାସ୍ଥ୍ୟ

ରକ୍ତ କର୍କଟ ସହ ଲଢ଼ୁଛନ୍ତି ସ୍ବାମୀ: ଜୀବନ ଭିକ୍ଷା କରୁଛି ସ୍ତ୍ରୀ

ଭୁବନେଶ୍ବର: ପୁଅ ଚାକିରି କଲା। ସେହି ଭରସାରେ ଝିଅକୁ କରଜ କରି ବାହାଘର କରିଦେଲେ। ମାତ୍ର ଦଇବ ସହିଲା ନାହିଁ କୌଣସି କାରଣରୁ ପୁଅର ମୃତ୍ୟୁ ହୋଇଗଲା। ଏପଟେ ସ୍ବାମୀ ମରଣ ସହ ଲଢ଼େଇ କରୁଛନ୍ତି। ବର୍ଷେ ହେଲାଣି ସ୍ବାମୀ ରକ୍ତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ସାହାଯ୍ୟ ପାଇଁ ସମସ୍ତଙ୍କ ପାଖରେ ନେହୁରା ହେଉଛନ୍ତି ମାତ୍ର କେହି ଶୁଣିବାକୁ ନାହାନ୍ତି। ସ୍ବାମୀଙ୍କୁ ଧରି ନୟାଗଡ଼ ଓଡ଼ଗାଁରୁ ଭୁବନେଶ୍ବରରେ ଚାଲିଆସିଛନ୍ତି ସ୍ତ୍ରୀ ପ୍ରଭାତୀ। ସ୍ବାମୀଙ୍କ ଜୀବନ ବଞ୍ଚାଇବା […]

ଖେଳ ଦେଶ ବିଦେଶ

‘ଭାଗ୍ୟ ବିରାଟ କୋହଲିଙ୍କ ସାଥିରେ ନାହିଁ’ : ଏମିତି କାହିଁକି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ, ୧୧।୦୨ : ଲଗାତର ବିଫଳ ହେଉଛନ୍ତି ବିରାଟ କୋହଲି । ଚାଲୁନି ବ୍ୟାଟ୍ । ବାହାରୁନି ରନ୍ । ଯାହାକୁ ନେଇ ଭାରତୀୟ ଦଳର ଚିନ୍ତା ବଢିଯାଇଛି । ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଦୁଇଟି ଦିନିକିଆରେ ବିରାଟ ଫେଲ୍ ମାରିଥିଲେ । ପ୍ରଥମ ଦିନିକିଆରେ ମାତ୍ର ୮ ରନ୍ କରିଥିଲେ ରନ୍ ମେସିନ୍ ବିରାଟ । ଅନେକ ମ୍ୟାଚ୍ ଖେଳିଥିଲେ ବି ସେ ୭୧ତମ ଶତକ ପୂରଣ କରିପାରୁ ନାହାଁନ୍ତି । ତେବେ ବିରାଟଙ୍କ ଫର୍ମକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚନ୍ଦ୍ରଶେଖରପୁରରେ ନାଇଟ୍‌ କର୍ଫ୍ୟୁକୁ ଫୁ’: ପୁଲିସ ମୁଖ୍ୟ ରାସ୍ତାରେ, ଅମାନିଆ ଗଳିକନ୍ଦିରେ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ନାଇଟ୍‌ କର୍ଫ୍ୟୁକୁ ଅମାନିଆ ଓ ଅପରାଧୀମା‌ନେ ଫୁ’ କରି ଦେଇଥିବା ଦେଖାଯାଉଛି। ଏହି ଅଞ୍ଚଳର ବାର୍‌ଗୁଡ଼ିକର ଗ୍ରାହକମାନେ ରାତିରେ ଫେରିବା ବେଳେ ରାସ୍ତାରେ ଉତ୍ପାତ କରୁଛନ୍ତି। ପୁଲିସ କିଛି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଅପରାଧୀମାାନେ ଗଳିକନ୍ଦିରେ ଅନାୟାସରେ ବିଚରଣ କରୁଛନ୍ତି। ଫଳରେ ଏହି ଅଞ୍ଚଳରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ସାଙ୍ଗକୁ ଚୋରି ଛିନ୍‌ତାଇ ବଢ଼ିବାରେ ଲାଗିଛି। ଅମାନିଆମାନଙ୍କ ଦ୍ରୁତ ଗାଡ଼ିଚାଳନା ସାଧାରଣ ଲୋକଙ୍କ ପାଇଁ କାଳ […]