ଖେଳ ଦେଶ ବିଦେଶ

ଆଇପିଏଲରେ କିଣିଲେନି କେହି : ରଣଜୀ ଖେଳିବେ ଇଶାନ୍ତ ଶର୍ମା

ନୂଆଦିଲ୍ଲୀ ୧୭/୦୨: ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଅଲୋଡ଼ା ରହିବା ପରେ ଭାରତୀୟ ପେସ୍‌ ବୋଲର ଈଶାନ୍ତ ଶର୍ମା ଶେଷରେ ରଣଜୀ ଟ୍ରଫି ଖେଳିବାକୁ ମନସ୍ଥ କରିଛନ୍ତି । ପୂର୍ବରୁ ଦିଲ୍ଲୀ ଦଳ ଚୟନ ବେଳେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ୍‌ ବୋର୍ଡ଼ (ଡିଡିସିଏ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରା ଯାଇଥିଲା । କିନ୍ତୁ ସେ ଫୋନ୍‌ ଉଠାଇନଥିଲେ । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ଈଶାନ୍ତଙ୍କୁ ବାଦ ଦେଇ ଦଳ ଘୋଷଣା […]

ଦେଶ ବିଦେଶ ମନୋରଞ୍ଜନ

ଡିନର ଖାଇବାର ଅଧଘଣ୍ଟା ପରେ ବାପିଦାଙ୍କୁ ହୋଇଥିଲା ହୃଦଘାତ, ଜାଣନ୍ତୁ Obstructive Sleep Apnea କ’ଣ?

ମୁମ୍ବାଇ ୧୭।୨: ବଲିଉଡ ସଙ୍ଗିତକାର ବାପି ଲହରୀଙ୍କ ଅଚାନକ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଛି। ବଲିଉଡର ଲୋକପ୍ରିୟ ଗାୟକ ଥିଲେ ବାପିଦା। ଦୀର୍ଘବର୍ଷରୁ ଲୋକଙ୍କୁ ନିଜ ସ୍ୱରରେ ବାନ୍ଧି ରଖିଥିଲେ। ତେବେ ଘଟଣାଦିନ ରାତିରେ କଣ ହୋଇଥିଲା ତାଙ୍କ ଜାମାତା ଗୋବିନ୍ଦ ବଂସଲ କହିଛନ୍ତି। ରାତି ପ୍ରାୟ ସାଢ଼େ ୮ଟାରୁ ୯ଟା ମଧ୍ୟରେ ସେଦିନ ବାପିଦା ଡିନର କରିଥିଲେ। ଅଧଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ […]

ଦେଶ ବିଦେଶ ମନୋରଞ୍ଜନ

ମା’ ହେବାକୁ ଯାଉଛନ୍ତି ମୋହିନା କୁମାରୀ, ବେବି ବମ୍ପ ସହ ସେୟାର କଲେ ଫଟୋ

ମୁମ୍ବାଇ୧୭।୦୨: ଖୁସି ଖବର ଦେଲେ ଲୋକପ୍ରିୟ ଟିଭି ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତ୍ରୀ ତଥା ଡ୍ୟାନ୍ସର ମୋହିନା କୁମାରୀ ସିଂ। ଖୁବ ଶୀଘ୍ର ତାଙ୍କ ରାଜ ପରିବାରକୁ ଆସିବ କୁନି ଅତିଥି। ମା’ ହେବାକୁ ଯାଉଛନ୍ତି ମୋହିନା। ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ନିଜ ବେବି ବମ୍ପ ସହ ଫଟୋ ସେଆର କରି ଲେଖିଛନ୍ତି, ‘ଏକ ନୂଆ ପ୍ରାରମ୍ଭର ଆରମ୍ଭ। […]

ଦେଶ ବିଦେଶ ମନୋରଞ୍ଜନ

ଜୁହୁ ନିକଟରେ ୨ଟି ଆପାର୍ଟମେଣ୍ଟ କିଣିଲେ କାଜୋଲ୍‌, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ମୁମ୍ବାଇ ୧୭।୦୨: ବଲିଉଡ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। କାଜୋଲ ଏବଂ ଅଜୟ ଦେବଗନଙ୍କର ପାଖ ବହୁ ସମ୍ପତ୍ତି ରହିଛି । ବର୍ତ୍ତମାନ ତାଙ୍କର ଆଲିଶାନ୍‌ ବଙ୍ଗଳାରେ ଜୁହୁର ଏହି ୨ଟିଫ୍ଲାଟଗୁଡିକ ମଧ୍ୟ ସାମିଲ୍‌ ହୋଇଗଲା । ଉଭୟ ଫ୍ଲାଟ୍‌ ଗୁଡିକ ବିଳାସପୂର୍ଣ୍ଣ ସହ ମହଙ୍ଗା ଅଟେ। ଏହାର ମୋଟ ମୂଲ୍ୟ ପ୍ରାୟ ୧୧ କୋଟି ୯୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ତେବେ ରିପୋର୍ଟ ଅନୁଯାୟୀ, ଜାନୁଆରୀରେ କାଜୋଲ ଏହି […]

ଦେଶ ବିଦେଶ ମନୋରଞ୍ଜନ

କେବେ ବିବାହ କରିବେ ଚୁଲ୍‌ବୁଲି ରଶ୍ମିକା ମନ୍ଦାନା, ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୧୭।୦୨: ସାଉଥର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିଥିବା ଅଭିନେତ୍ରୀ ରଶ୍ମିକା ଏବେ ଚର୍ଚ୍ଚାରେ। ବିଶେଷକରି ଫିଲ୍ମ ‘ପୁଷ୍ପା’ ହିଟ୍ ହେବା ପରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି । କୁହାଯାଇଛି ଯେ ରଶ୍ମିକା ଖୁବ ଶୀଘ୍ର ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ସହ ତାଙ୍କ ଲଭ ଲାଇଫ୍‌କୁ ନେଇ ମଧ୍ୟ ଆଲୋଚନାକୁ […]

ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ, : ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ସୋଲ, ଜରି ଆଦିରେ ପ୍ରସ୍ତୁତ ଆୟୁଧ, ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୁଇବର୍ଷ ପରେ ଭକ୍ତମାନେ ମନଭରି ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବା ସହ କୋଟିପୂଣ୍ୟ ଲାଭ କରିଛନ୍ତି। ସେପଟେ ଆଜି ଅଗ୍ନି ଉତ୍ସବ ପୂର୍ଣ୍ଣିମା ପାଳିତ […]

ଦେଶ ବିଦେଶ ମନୋରଞ୍ଜନ

ସୁନାର ମଣିଷ ବାପି ଲାହିରି

ମୁମ୍ୱାଇ: ବାପି ଲାହିରିଙ୍କୁ ସୁନା ବହୁତ ପସନ୍ଦ ଥିଲା। ସେ ସୁବର୍ଣ୍ଣକୁ ନିଜର କ୍ୟାରିୟର ପାଇଁ ଶୁଭ ବୋଲି ମାନୁଥିଲେ। ସେଥିଲାଗି ସେ ସବୁବେଳେ ସୁନା ପିନ୍ଧୁଥିଲେ। ୨୦୧୪ରେ ଭାରତୀୟ ଜନତା ପାର୍ଟିରୁ ସେ ପଶ୍ଚିମବଙ୍ଗର ସିରମ୍‍ ଲୋକସଭାରୁ ନିର୍ବାଚନ ଲଢ଼ିବା ବେଳେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଅନୁଯାୟୀ, ତାଙ୍କ ପାଖରେ ୭୫୪ଗ୍ରାମ୍‍ ସୁନା ଥିଲା। ସେତେବେଳେ ଏହାର ମୂଲ୍ୟ ଅତିକମ୍‌ରେ ୧୭ଲକ୍ଷରୁ ଅଧିକ ହେବ। ତାଙ୍କର ରୋଜଗାରର ଏକମାତ୍ର ମାଧ୍ୟମ ଥିଲା ସଂଗୀତ। […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀ ଉପକଣ୍ଠରେ ଅଗ୍ନି ଉତ୍ସବ

ଭୁବନେଶ୍ବର : ସରୁଛି ଶୀତ। ବସନ୍ତ ଋତୁକୁ ସାଙ୍ଗରେ ଧରି ପାଦ ଥାପିଛି ପହିଲି ଫଗୁଣ। ଖୁବ୍‌ ଶୀଘ୍ର ଧରାପୃଷ୍ଠକୁ ଆସିବ ନିଦାଘ ଗ୍ରୀଷ୍ମ। ତେଣୁ ପରମ୍ପରା ଅନୁସାରେ ବୁଧବାର ଦିନ ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ପୁରପଲ୍ଲୀରେ ପାଳିତ ହୋଇଛି ଅଗିଜଳା ବା ଅଗିରା ଉତ୍ସବ। ରାଜଧାନୀ ଉପକଣ୍ଠର ପ୍ରାୟ ସବୁ ଗାଁଗଣ୍ଡାରେ ଏହି ଅଗ୍ନି ଉତ୍ସବକୁ ବିଧି ଅନୁସାରେ ପାଳନ କରାଯାଇଛି। ସାଧାରଣତଃ ଗାଁ ମନ୍ଦିର ନିକଟସ୍ଥ ପଡ଼ିଆରେ ବା ଅଗିଜଳା ପାଇଁ ଉଦ୍ଦିଷ୍ଟ […]

ଦେଶ ବିଦେଶ ରାଶିଫଳ

ଫେବୃୟାରୀ ୨୭ରେ ମକର ରାଶିରେ ଶୁକ୍ରଙ୍କର ରାଶି ପରିବର୍ତ୍ତନ, ବଦଳିବ ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ …

ମୁମ୍ବାଇ ୧୭।୦୨: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି । ଯେକୌଣସି ଗ୍ରହର ରାଶିର ପରିବର୍ତ୍ତନ ଯୋଗୁଁ ସମସ୍ତ ୧୨ଟି ଉପରେ ପ୍ରଭାବ ପଡିଥାଏ । କେତେକ ରାଶି ପାଇଁ ଭଲ ହୋଇଥାଏ ତ ଆଉ କେତେକ ପାଇଁ ଖରାପ । ଶୁକ୍ର ଗ୍ରହକୁ ଧନ ଏବଂ ବୈଭବର କାରଣ ବୋଲି ବିବେଚନା କରାଯାଏ । ତେବେ ଫେବୃଆରୀ ୨୭ରେ, ଶୁକ୍ର ମକର ରାଶିରେ ପ୍ରବେଶ କରିବେ । ଶୁକ୍ର ରାଶିଙ୍କର ରାଶି ପରିବର୍ତ୍ତନ […]

କଳା ଓ ସଂସ୍କୃତି ରାଜ୍ୟ

ସରିଲା ଖଣ୍ଡଗିରି କୁମ୍ଭମେଳା; ପୂର୍ଣ୍ଣାହୁତି ପରେ ଲିଭିଲା ଯଜ୍ଞକୁଣ୍ଡ, ମେଲାଣି ନେଲେ ସାଧୁସନ୍ଥ

ଖଣ୍ଡଗିରି : ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଦିନ ତମାମ ଭାଗବତ ପାଠ କରାଯାଇଥିଲା। ମନ୍ତ୍ର ଧ୍ବନି ଓ ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯଜ୍ଞକୁଣ୍ଡମାନଙ୍କରୁ ନିଃସୃତ ହୋମ ଧୂଆଁର ମହକରେ ପୂରା ଖଣ୍ଡଗିରି ମହକି ଉଠିଥିଲା। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ସାନ୍ନିଧ୍ୟପ୍ରାପ୍ତି ପାଇଁ ପହଞ୍ଚିଥିଲେ। ସ୍ଥାନୀୟ ସବୁ ମଠରେ ଅନ୍ନ ପ୍ରସାଦ ଓ ଖିରି ଭୋଗ ଲାଗି କରାଯାଇଥିଲା। ସୂର୍ଯ୍ୟାସ୍ତ […]