ଆଇପିଏଲ୍ରୁ ଧୋନିଙ୍କ ଆୟ ୧୬୪ କୋଟି: ଦ୍ବିତୀୟରେ କୋହଲି
ନୂଆଦିଲ୍ଲୀ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ୨୦୦୮ରୁ ଆରମ୍ଭ ହୋଇଥିଲା ବେଳେ ଏହି ବିତ୍ତଶାଳୀ ଲିଗ୍ରେ ମହେନ୍ଦ୍ର ସିଂହ ଧୋନି ସବୁଠୁ ଅଧିକ ଆୟକାରୀ ଖେଳାଳି ବନିଛନ୍ତି। ପୂର୍ବତନ ଭାରତୀୟ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ଧୋନି ଏପର୍ଯ୍ୟନ୍ତ ସମସ୍ତ ୧୫ଟିଯାକ ସଂସ୍କରଣରେ ସାମିଲ ଥିଲାବେଳେ ତାଙ୍କ ମୋଟ ଆୟ ୧୬୪ କୋଟି ଟପିସାରିଛି। ତାଙ୍କ ପଛକୁ ପୂର୍ବତନ ଭାରତୀୟ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧିନାୟକ ବିରାଟ କୋହଲି ରହିଛନ୍ତି। କେବଳ […]