ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜନୀତି ରାଜ୍ୟ

୯୫ ଜଣ କୋଟିପତି ମଧ୍ୟରେ କେବଳ ବିଜେଡିର ୯୦ ଜଣ କୋଟିପତି

ଭୁବନେଶ୍ବର: ନିକଟ‌ରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ଜଣଙ୍କ ବିରୋଧରେ ଅପରାଧିକ ମାମଲା ଅଛି। ୧୫ଜଣ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭) ଲାଗିଥିବା ସେମାନେ ସତ୍ୟପାଠରେ ଜଣାଇଛନ୍ତି। ରାଜ୍ୟର ୮୫୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ୭୨୬ଜଣ ସଭ୍ୟଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) […]

ଅପରାଧ ରାଜ୍ୟ

ହେଟା ଆତଙ୍କ; ସନ୍ଧ୍ୟାରେ ପଡ଼ି ଯାଉଛି ତାଟିକବାଟ, ସ୍ଥାନ ଚିହ୍ନଟ ନେଇ ଦୁଇ ବନାଞ୍ଚଳ ଅଧିକାରୀ ଦୋଷ ଲଦାଲଦି

ମାହାଙ୍ଗା: ବୈରୀ ବନାଞ୍ଚଳର ସଫା ସେକ୍ସନ୍‌ ତଥା କୁଆଁପାଳ ବିଟ୍‌ ଅଧୀନ ମାହାଙ୍ଗା ବ୍ଲକ୍‌ର ଦ୍ବୀପାଞ୍ଚଳ କୁହୁଣ୍ଡା ଓ ମୂଳବସନ୍ତ ଅଞ୍ଚଳରେ ହେଟାବାଘ ପଲ ଆତଙ୍କ ଖେଳାଇ ଆସୁଛନ୍ତି। ବାଛୁରୀ, ଛେଳି, ମେଣ୍ଡା, କୁକୁର, କୁକୁଡ଼ା ଆଦି ପଶୁପକ୍ଷୀଙ୍କୁ ହେଟାବାଘ ଆକ୍ରମଣ କରୁଛନ୍ତି। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେଟା ବୁଲୁଥିବା ଦେଖିବାକୁ ମିଳୁଛି। ଏ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏବେ ହେଟା ବାଘ ଜନବସତି ଭିତରକୁ ପଶି ଆସି ଲୋକଙ୍କୁ ଆକ୍ରମଣ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୁଣିଗାରେଡ଼ି ସ‌ନ୍ଦେହରେ ବୃଦ୍ଧଙ୍କୁ ପରିବାର ଲୋକଙ୍କ ସମ୍ମୁଖରେ ହତ୍ୟା କଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୁଣିଆ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ପଦିଆ ମାଡକାମି (୬୫)। ସୂଚନା ଅନୁଯାୟୀ, ଗ୍ରାମର ପଦିଆ ମାଡକାମି (୬୫) ପୁଜାର୍ଚ୍ଚନା କାର୍ଯ୍ୟ କରନ୍ତି। ଗତ କିଛି ଦିନ ଧରି ଗ୍ରାମର କିଛି ଲୋକଙ୍କର ମୃତ୍ୟୁ ଘଟୁଥିବାରୁ ଗ୍ରାମବାସୀ ସନ୍ଦେହ କରୁଥିଲେ ଯେ ପଦିଆ ଗୁଣିଗାରେଡ଼ି କରୁଥିବାରୁ ଏପରି ଘଟୁଛି। ବୁଧବାର ସକାଳେ ଏନେଇ ଗାଁରେ ପ୍ରଜାକୋର୍ଟ […]

ଅପରାଧ ରାଜ୍ୟ

ପାଟଣାଗଡ଼: ନନ୍ଦପୁର ଗ୍ରାମର ଶିବ ମନ୍ଦିରରୁ ଚୋରି

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଇନପୁର ଗ୍ରାମରେ ଥିବା ଶିବ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଶିବ ମନ୍ଦିର ପୂଜକ ନ୍ରୁପରାଜ ସେନାପତି ସକାଳୁ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିର କିଳା ଖୋଳା ଯାଇଥିବା ଦେଖିବାକୁ ପାଇଲେ। ପରେ ମନ୍ଦିର ଭିତରକୁ ଯାଇ ଦେଖିବାରୁ ସେଠାରେ ଥିବା ପିତ୍ତଳ ଓ କଂସାର ପୂଜା ସାମଗ୍ରୀ, ୨ ଗୋଟି ଘଣ୍ଟି, ହୁଣ୍ଡି ନେଇ ଫେରାର ହୋଇ ଯାଇଥିଲେ। ପରେ ମନ୍ଦିର […]

ଅପରାଧ ରାଜ୍ୟ

ସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି : ଲାଇସେନ୍ସ ରଦ୍ଧ ପାଇଁ ଲେଖାଯିବ ଚିଠି-ଡିସିପି

ଭୁବନେଶ୍ବର ୧୮।୦୫: ଭୁବନେଶ୍ୱର ସିଆରପି ଛକରେ ଏୟାର ଫାୟରିଂ ଘଟଣା । ସ୍ତ୍ରୀ ବନ୍ଧୁକରୁ ଗୁଳି ଫୁଟାଇଥିଲେ ସ୍ୱାମୀ । ଘଟଣାସ୍ଥଳରୁ ମିଳିଛି ଦୁଇଟି ଖୋକା । ଅଭିଯୁକ୍ତ ବିନୟଙ୍କ ସ୍ତ୍ରୀଙ୍କ ନାଁରେ ରହିଛି ବନ୍ଧୁକ ଲାଇସେନ୍ସ । ପୋଲିସ ଆଗରେ ସବୁ ସତ ମାନିଛନ୍ତି ଗିରଫ ବିନୟ ଆଚାର୍ଯ୍ୟ । ସେହିପରି ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ସିଆରପି ପାଖରେ ଏକ ଦୋକାନ ଆଗରେ ଗଣ୍ଡମୁଣ୍ଡା ଅଞ୍ଚଳରବିଭୁ ପ୍ରସାଦ ଜେନା ଛିଡ଼ା ହୋଇଥିଲା । ଅଭିଯୁକ୍ତ […]

ଅପରାଧ ରାଜ୍ୟ

ଭୁବନେଶ୍ୱରରୁ ବାରିପଦା ଚାଲାଣ ହେଉଥିଲା ଗୋରୁ ଗାଡି: ମାଡିବସିଲେ ଲୋକେ, ପୋଲିସ ଜିମା ଦେଲେ

ଭଦ୍ରକ ୧୮/୦୫: ଵେଆଇନ ଗୋରୁ ଗାଡି ଅଟକାଇ ସ୍ଥାନୀୟ ଲୋକେ ପୋଲିସର ଜିମା ଦେଲେ । ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକାଇଲେ ଓ ପାଲ ଟେକି ଦେଖିବାରୁ ସେଥିରେ ଦୁଇଟି ଗୋରୁ ବନ୍ଧା ହୋଇଥିଲେ । ଡ୍ରାଇଭରକୁ ଏ ସଂକ୍ରାନ୍ତରେ ପଚାରିବାରୁ ଡ୍ରାଇଭର କୌଣସି ସଠିକ ଉତ୍ତର ଦେଇପାରିନଥିଲା । ସ୍ଥାନୀୟ ଲୋକମାନେ ଗ୍ରାମାଞ୍ଚଳର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଓ ଗାଡିକୁ ଜବତ […]

ଅପରାଧ ରାଜ୍ୟ

ଜଳ ‌‌ଶୋଷୁଛି ଶିଳ୍ପ, ନିୟମକୁ କାରଖାନା କର୍ତ୍ତୃପକ୍ଷଙ୍କ ଅଣଦେଖା

ରାଉରକେଲା: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀ ଜଳ ପରିଚାଳନା ଯୋଗୁ ରାଜ୍ୟରେ ନଦୀଗୁଡ଼ିକ ଶୁଷ୍କ ହେଉଛି। ବିଭିନ୍ନ କଳକାରଖାନା ଓ ଶିଳ୍ପଗୁଡ଼ିକୁ ଯେତିକି ପରିମାଣର ଜଳ ନେବାକୁ ଅନୁମତି ମିଳିଛି, ତା’ଠାରୁ ଢ଼େର ଅଧିକ ଜଳ ନଦୀରୁ ଉଠାଉଛନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍କ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲା, ଇଦ୍ରାବତୀ, ଇବ୍‌, ନାଗାବଳୀ, ତେଲ ଆଦି ଛୋଟ ବଡ ନଦରୁ ଶିଳ୍ପ କାରଖାନାମାନେ ଜଳ ଉଠାଉଛନ୍ତି। ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମନଇଚ୍ଛା ନଦୀଗୁଡ଼ିକୁରୁ ଜଳ […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଖଳା ହାଲଚାଲ: ଚକରେ ପଇ, ବଳା ପିନ୍ଧା ଜାରି

ପୁରୀ: ବଡ଼ଦାଣ୍ଡ ରଥଖଳାରେ ଆଜି ରଥ ନିର୍ମାଣ କାର୍ଯ୍ୟ ୧୪ ଦିନରେ ପହଞ୍ଚିଛି। ଆଜି କାମ ଶେଷ ସୁଦ୍ଧା ମହାରଣା ସେବକମାନେ ତିନି ରଥର ପଇ ବିନ୍ଧ ସହ ତୀଖଗୁଜ, ଜଳଯନ୍ତ୍ର, କୁଡୁକା ନିର୍ମାଣ କାମ ଜାରି ରଖିଛନ୍ତି। ପନ୍ଦାରି ବଳା ପିନ୍ଧା ସହ ଠେକ କାର୍ଯ୍ୟ ଜାରି ରହିଛି। ରୂପକାର ସେବକଙ୍କ ଦ୍ୱାରା ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି। ଗତକାଲି ୯ଟି ଚକ ପାଇଁ ଅରଯୁକ୍ତ ତୁମ୍ବରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା। […]

ଅପରାଧ ରାଜ୍ୟ

ଶୋଇ ଯାଇଛି ପୁଲିସ୍‌! ରେଭେନ୍ସା ସାମନାରେ ଗାଡ଼ିର ଧାଡ଼ି

କଟକ: କଲେଜ ଛକରେ ରେଳ ଷ୍ଟେସନକୁ ବାଦ୍ ଦେଲେ ଅନ୍ୟ କୌଣସି ସ୍ଥାନରେ ଅଟୋ ଚାଳକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ। କିନ୍ତୁ କଲେଜ ଛକ ସ୍ଥିତି ଦିନକୁ ଦିନ ଏଭଳି ସଂଗିନ ହେଲାଣି ଯେ ନିୟନ୍ତ୍ରଣ ବାହାରେ। କଲେଜ ଛକରୁ ଆରମ୍ଭ କରି କଟକ ସୁଇଟ୍ସ ଷ୍ଟଲ୍, ବମ୍ବେ ହୋଟେଲରୁ କଲେଜ ଛକ ଟ୍ରାଫିକ ଯାଏ ଅଟୋ ଚାଳକମାନେ ମନ ଇଚ୍ଛା ଗାଡ଼ି ପାର୍କିଂ କରୁଛନ୍ତି। ଯେଉଁଠି ପାରୁଛନ୍ତି ଯାତ୍ରୀଙ୍କୁ ଗାଡ଼ି ଅଟକାଇ ଯାତ୍ରୀଙ୍କୁ ଉଠାଉଥିବାରୁ […]