ସ୍କୁଲରେ ଠାକୁର ପୂଜା ବେଳେ ଗୋଡ ବାଜି ଢାଳିଗଲା ପାଣି, ଶିକ୍ଷୟିତ୍ରୀଙ୍କ ବେତ ପାହାରରେ ଗୁରୁତର ହେଲେ ଛାତ୍ରୀ
ଭଦ୍ରକ ୨୧।୭: ସ୍କୁଲରେ ଠାକୁର ପୂଜା କରିବା ପାଇଁ କହିଲେ ଶିକ୍ଷୟିତ୍ରୀ । ପୂଜା ବେଳେ ଭୁଲ ବଶତଃ ଢାଳି ହୋଇଗଲା ପାଣି । ଏତିକି କଥା ପାଇଁ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକେ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ପାଟୁଳି ପଞ୍ଚାୟତ ଅରେଇକଣା ୟୁଜିଏମଇ […]