ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହଜାରେ ଉପରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୧୧ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୪।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୬୫୧୦କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ପୋଖରୀରେ ଭାସୁଛି ପୂର୍ବତନ ସରପଞ୍ଚଙ୍କ ମୃତଦେହ, ଶନିବାରଠୁ ଫେରିନଥିଲେ ଘରକୁ

ସାଲେପୁର ୨୪/୦୭: ପୋଖରୀରେ ଭାସୁଛି ମୃତଦେହ । କଟକ ସଦର ଅନ୍ତର୍ଗତ କିଶନ ନଗର ଥାନା ଅଧିନସ୍ତ ସାଇଁପରୁଆ ଗ୍ରାମର ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତଦେହଟି ପୃଥ୍ୱୀରାଜ ସାହୁଙ୍କ ବୋଲି ଜଣାପଡିଛି । ସୂଚନାନୁସାରେ, ପୃଥ୍ୱୀରାଜ ଇସାଣି ବ୍ରହ୍ମପୁର ପଞ୍ଚାୟତର ଦୁଇଥର ସରପଞ୍ଚ ଥିଲେ। ଶନିବାର ରାତିରୁ ସେ ଘରକୁ ଫେରିନଥିଲେ । ଫଳରେ ପରିବାର ଏବଂ ଗ୍ରାମବାସୀ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ । ହେଲେ ରବିବାର […]

ଅପରାଧ ରାଜ୍ୟ

ସାଙ୍ଗ ସାଜିଲା ସୈତାନ, ସାମାନ୍ୟ ବଚସାରୁ ଠେଙ୍ଗା ମାଡ଼ରେ ଅନ୍ୟ ଜଣେ ସାଥୀ ମୃତ

ବ୍ରହ୍ମପୁର ୨୪।୦୭: ସାଙ୍ଗ ସାଜିଲା ସୈତାନ। ସାଙ୍ଗର ଠେଙ୍ଗା ମାଡ଼ରେ ଅନ୍ୟଜଣେ ସାଙ୍ଗ ମୃତ। ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ବନ୍ଧୁ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗଙ୍ଗାପୁର ରାସ୍ତାରେ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି l ଖବର ଅନୁଯାୟୀ, ଶନିବାର ସନ୍ଧ୍ୟାରେ ବଡଆଗୁଳ ଗାଁର ଅମର ମଲ୍ଲିକ ତାଙ୍କ ସାଙ୍ଗ ମୂଷା କରଣଙ୍କ ଘର ଆଗରେ ବସି ମଦ୍ୟପାନ କରିଥିଲେ l ଏହାପରେ ଉଭୟ ମଧ୍ୟରେ କୌଣସି କାରଣକୁ ନେଇ […]

ଅପରାଧ ରାଜ୍ୟ

ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ସକାଳୁ ଯାଉଥିଲେ ଦୋକାନ

ଯାଜପୁର ୨୪।୦୭ : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁବକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବେଳେ ମାଡ଼ିଗଲା ବସ୍। ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ ଲାଲବାଗ ଅଞ୍ଚଳର ଦୟାନିଧି ମଲ୍ଲିକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଯାଜପୁର ମଙ୍ଗଳପୁର ଥାନା ଲାଲବାଗ ଅଞ୍ଚଳର ଦୟାନିଧି ମଲ୍ଲିକ (୫୫) ରବିବାର ସକାଳୁ ଦୋକାନକୁ ଯାଉଥିଲେ । ଠିକ୍‌ ଏହି ସମୟରେ ଦୁବକଣ ନିକଟରେ ଏକ ବସ୍ ତାଙ୍କ ଉପରେ ଚଢିଯାଇଥିଲା […]

ଅପରାଧ ରାଜ୍ୟ

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ, ଶୌଚାଳୟରେ କିରୋସିନି ଢାଳି ଲଗାଇଦେଲା ନିଆଁ

ସୋର ୨୪।୦୭ : ବୀଭତ୍ସ ଘଟଣା । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ମାରିଦେଇଛି ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶୌଚାଳୟ ଭିତରେ ଜୀଅନ୍ତ ପୋଡି ମାରିଦେଇଛି ଜଣେ ଯୁବକ । ମୃତ ଛାତ୍ରୀଙ୍କ ନିକଟରେ ପଡିଛି କଟା ଚୁଟି, […]

ଅପରାଧ ରାଜ୍ୟ

କନ୍ଧମାଳର ବହୁ ଚର୍ଚ୍ଚିଚ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା, ଆଉ ୯ ଅଭିଯୁକ୍ତ ଗିରଫ

କନ୍ଧମାଳ, ୨୪/୦୭: ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବଦର ମଲ୍ଲିକ, ଅନିଲ ମଲ୍ଲିକ, ବତି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ ବିଶ୍ୱନାଥ ମଲ୍ଲିକ । ଏହା ପୁର୍ବରୁ ଅନ୍ୟ ଜଣକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା […]

ଅପରାଧ ରାଜ୍ୟ

ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ତଳେ ପଡିଛି ଭଙ୍ଗା ଚୁଡି !

ତେଲକୋଇ, ୨୪/୦୭: ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁ ସ୍କୁଲ ନିକଟରେ । ମୃତକ ହେଲେ ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗାଁର ବୁଟା ନାଏକ। ସୂଚନା ଅନୁଯାୟୀ ଗତ ବୁଧବାର ଦିନ ବୁଟା ନାଏକଙ୍କ ଶୁଶୁର ମଣିଆ ନାଏକ ଜ୍ବାଇଁଙ୍କୁ ଘରକୁ ଡାକିଥିଲେ। ମଣିଆ ନାଏକଙ୍କ ଘର ମଗରମହାଣ ଗାଁରେ ହୋଇଥିବା ବେଳେ ସେ ତେଲକୋଇ ଥାନା […]

ଅପରାଧ ରାଜ୍ୟ

ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା, ୭ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର ୨୪।୦୭ : ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା । ସାତ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ। ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ଖବର ଅନୁଯାୟୀ, ଶନିବାର ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାର କଳି ଘଟଣାରେ ଖାରବେଳ ନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲା ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଦାଏର କରିଥିବା ବେଳେ ଆଉ ଗୋଟିଏ ମାମଲା ଅପରାଜିତ ମହାନ୍ତୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କାୟା ମେଲାଉଛି ମଙ୍କିପକ୍ସ : ଆମେରିକାର ଦୁଇ ଶିଶୁଙ୍କ ଠାରେ ଚିହ୍ନଟ ହେଲା ଘାତକ ଭାଇରସ

ନୂଆଦିଲ୍ଲୀ ୨୩/୦୭: ସାରା ବିଶ୍ୱରେ ମଙ୍କିପକ୍ସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ କବଳରେ କେବଳ ବୟସ୍କ ନୁହେଁ ବରଂ ଛୋଟ ଶିଶୁ ବି ଆସିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, କାଲିଫର୍ଣ୍ଣିଆର ଜଣେ ଶିଶୁ ଓ ଆଉ ଜଣେ ନବଜାତକ ଶିଶୁଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ଆମେରିକା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଦେଶରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଭାଇରସ ମିଳିଛି । ଏହାପୂର୍ବରୁ ଏଥିରେ କେବଳ ବୟସ୍କମାନେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନବରଙ୍ଗପୁରରେ ବ୍ୟାପିଲା ଝାଡାବାନ୍ତିରେ : ଜଣେ ମୃତ, ୧୭ ଆକ୍ରାନ୍ତ

ନବରଙ୍ଗପୁର ୨୩।୭: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗାଁରେ ବ୍ୟାପିଛି ଝାଡାବାନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।ଆଉ ୧୭ ଜଣ ଆକ୍ରାନ୍ତ ଅଛନ୍ତି । ଖଡ଼ିଆଗୁଡା ଗାଁରେ ମେଡ଼ିକାଲ ଟିମ କ୍ୟାମ୍ପ କରି ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ସ୍ଥିତି ଉପରେ ନଜର ରଖିଛି । ସରକାରୀ ରିପୋର୍ଟ ଅନୁସାରେ, ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୨ ରହିଛି, କିଛି ଦିନ […]