ପୂର୍ବଶତ୍ରୁତାରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲେ ପଡ଼ୋଶୀ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଡଙ୍ଗାପାଳ ଗ୍ରାମର ସ୍ୱାମୀ ଓ ସ୍ତ୍ରୀ ଶୋଇଥିଲା ବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀ ପରିବାର ସଂଘବଦ୍ଧ ଭାବେ ଆକ୍ରମଣ କରିଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ଉଭୟେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୧ ଟାରେ ଗୋପାଳ ନାଏକ(୪୫) ଓ ତାଙ୍କ ପତ୍ନୀ ଚାରୁ(୪୧) ଖାଇପିଇ ଶୋଇବାକୁ ଯାଉଥିଲେ। ଏହି ସମୟରେ ପଡ଼ୋଶୀ ଟିହାଁ ନାଏକ(୨୧), ତାଙ୍କ ବାପା ପୁନିଆ […]