ବାବା ଆଖଣ୍ଡଳମଣିଙ୍କ ପବିତ୍ର ଝୁଲଣ ଯାତ୍ରା, କୋଭିଡ୍ କଟକଣାରେ ସମ୍ପନ୍ନ ହେଲା ନୀତିକାନ୍ତି
ଚାନ୍ଦବାଲି,୨୨/୦୮: ଆରମ୍ଭ ହୋଇଛି ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ଝୁଲଣ ଯାତ୍ରା । ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଏକାଦଶୀ ତିଥି ଠାରୁ ୫ଦିନ ପର୍ଯ୍ୟନ୍ତ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଝୁଲଣଯାତ୍ରା ଆରମ୍ଭ ହୋଇଛି। ମନ୍ଦିରର ରୀତିନୀତି ଅନୁଯାୟୀ ମଣିବାବା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ହରଗୌରୀ ଓ ରାଧାକୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା । ଏହାପରେ ମନ୍ଦିର ବେଢା ପରିକ୍ରମା କରାଯିବା ପରେ ଭିତରବେଢା ଯଜ୍ଞମଣ୍ଡପରେ ଝୁଲଣ ବେଦୀକୁ ବିଜେ […]