ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ପୁଣି ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଟଙ୍କାର ୪ର୍ଥ ବା ଶେଷ ପର୍ଯ୍ୟାୟ କିସ୍ତି କେବେ ଆସିବ ସେ ନେଇ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ସୁଭଦ୍ରା ଯୋଜନା ଟଙ୍କା କେବେ ଆସିବ ସେ ନେଇ ବୁଧବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୁଶାସନ ଦିବସ କାର୍ଯ୍ୟକ୍ରମରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆସନ୍ତା ଜାନୁଆରୀ ମାସରେ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଏକ କୋଟି ହିତାଧିକାରୁଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପୂର୍ବରୁ ପ୍ରଥମ କିସ୍ତିର ୩ଟି ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ଆଉ ଜାନୁଆରୀ ମାସରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
ସେହିପରି ମାର୍ଚ୍ଚ ମାସରେ ଏକା ବେଳେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ କୋଟି ମହିଳା ପାଇବେ ସେମାନେ ହିଁ ୨ୟ ପର୍ଯ୍ୟାୟରେ ପାଇବେ ଟଙ୍କା ।
ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଜାନୁଆରୀ ମାସରେ ହିତାଧିକାରୀ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଚତୁର୍ଥ ପର୍ଯ୍ୟାୟ ଟଙ୍କାରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁବ । ଆଉ ଏହା ପରେ ପରେ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଏକାବେଳେ ୧ କୋଟି ମହିଳାଙ୍କୁ ଖାତାକୁ ଯିବ ସୁଭଦ୍ରା ଯୋଜନାର ୨ୟ ପର୍ଯ୍ୟାୟ ଟଙ୍କା ।