ଅପରାଧ ରାଜ୍ୟ

STF ପଞ୍ଝାରେ ବ୍ରାଉନସୁଗାର ମାଫିଆ: ଦୁଇ ଗିରଫ, କୋଟିଏରୁ ଅଧିକ ମୂଲ୍ୟର ଧଳାଜହର ଜବତ

ବାଲେଶ୍ୱର ୧୮/୧୦: ରାଜ୍ୟରେ ବଢିବାରେ ଲାଗିଛି ଧଳାଜହର କାରବାର । ତେବେ ପୋଲିସ ମଧ୍ୟ ଏହି ବେଆଇନ କାରବାରରେ ବ୍ରେକ୍ ଲଗାଇବାକୁ ଚଲାଇଛି କସରତ । ଏହି ପରିପ୍ରେକ୍ଷୀରେ STF ପଞ୍ଝାରେ ବ୍ରାଉନସୁଗାର ବେପାରୀ । ବାଲେଶ୍ବର ପୋଲିସ ସହାୟତାରେ ସହଦେବଖୁଣ୍ଟା ରେଲୱେ ଷ୍ଟେନ ନିକଟରୁ ଜବତ ହୋଇଛି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ।

କେବଳ ବ୍ରାଉନ ସୁଗାର ଜବତ ହୋଇନି ତା ନୁହେଁ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ବ୍ରାଉନସୁଗାର କାରବାର ଅଭିଯୋଗରେ ସେଖ୍ ରାଜୁ ଓ ଅମଜଦ୍ ଖାନ୍ ନାମକ ଦୁଇ ବ୍ୟବସାୟୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୧ କେଜି ୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ଏହି ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି ତାଙ୍କୁ ଧରିବାକୁ ଚାଲିଛି ଜୋରଦାର ଉଦ୍ୟମ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।