ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

STF ପଞ୍ଝାରେ ବାଘ ଛାଲ ବେପାରି, ଟିକରପଡା-ସଇଁତଳା ରାସ୍ତା ନିକଟରୁ ବାଘ ଛାଲ ଜବତ

ଭୁବନେଶ୍ୱର ୦୬/୦୫ : STF କୁ ସଫଳତା । STF ପଞ୍ଝାରେ ଧରାପଡିଛି ବାଘ ଛାଲ ବେପାରି । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବଲାଙ୍ଗିର ଜିଲ୍ଲା ଟିକରପଡା-ସଇଁତଳା ରାସ୍ତା ନିକଟରୁ ଜବତ ହୋଇଛି ବାଘ ଛାଲ । ଗିରଫ ବ୍ୟକ୍ତି ଜଣଙ୍କ ଟିକରପଡା ଅଞ୍ଚଳର ଆଦିକନ୍ଦ ଘିୱାଲା । ଗତକାଲି ବଲାଙ୍ଗିର ଜଙ୍ଗଲରୁ ୬ ହାତୀ ଦାନ୍ତ ଜବତ କରିଥିଲା STF ।

ଗତ ୨୦୨୦ରୁ ଆଜି ପର୍ଯ୍ୟନ୍ତ ୨୮ଟି ବାଘ ଛାଲ ଜବତ କରାଯାଇଛି । ଏହାସହ ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪୦୦ ଗ୍ରାମ୍ର ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ୪୬ଟି ଶୁଆ ଜବତ କରିବା ସହ ୬୮ ବେପାରିଙ୍କୁ ଗିରଫ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।