ରାଜ୍ୟ

ପ୍ରବାସ ସୂତାକଳରେ କପା ଉତ୍ପାଦନକାରୀ ରାଜ୍ୟର ଶ୍ରମିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.iZ

ଭୁବନେଶ୍ବର : ‘ଧଳା ହୀରା’ ନାମରେ ଖ୍ୟାତ କପା ଉତ୍ପାଦନରେ ଓଡ଼ିଶାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କେବଳ ପରିମାଣ ଦୃଷ୍ଟିରୁ ନୁହେଁ, ଉଚ୍ଚ ଗୁଣାତ୍ମକ ମାନର ହୋଇଥିବାରୁ ବିଭିନ୍ନ ରାଜ୍ୟ ଏବଂ ଏପରିକି, ବିଦେଶକୁ ବି କପା ରପ୍ତାନୀ ହୋଇଥାଏ। କିଛି ବର୍ଷ ତଳେ ଓଡ଼ିଶା କପା ବାଂଲାଦେଶକୁ ଯାଇଥିଲା। ତଥ୍ୟ ଅନୁଯାୟୀ, ମାତ୍ର ୪ ବର୍ଷରେ ରାଜ୍ୟରେ କପା ଚାଷ ୧.୫୭ରୁ ୨.୧୬ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି। ପ୍ରତି ହେକ୍ଟର୍‌ରେ ୧୫ କ୍ବିଣ୍ଟାଲ ହିସାବରେ କପା ଉତ୍ପାଦନ ବଢ଼ୁଛି। କିନ୍ତୁ ଦୁର୍ଭାଗ୍ୟର କଥା ହେଲା, ଓଡ଼ିଶା କପାର ବିପୁଳ ଚାହିଦା ସତ୍ତ୍ବେ ଏଠାକାର ଚାଷୀ ଏହାର ଲାଭ ଉଠାଇ ପାରୁନାହାନ୍ତି। ଏହାର କାରଣ ହେଲା, ବାହାର ରାଜ୍ୟର ବ୍ୟବସାୟୀମାନେ ସ୍ବଳ୍ପ ଦରରେ କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ାରୁ କପା କିଣି ଉଚ୍ଚଦରରେ ବାହାର ରାଜ୍ୟର ସୂତା ଏବଂ ଲୁଗା ବ୍ୟବସାୟୀଙ୍କୁ ବିକ୍ରି କରନ୍ତି।

The Indian Express

ୟା’ଠାରୁ ବଡ଼ ବିଡ଼ମ୍ବନାର କଥା ହେଲା, ଗୁଜରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ଆଦି ରାଜ୍ୟର ଯେଉଁ ସୂତାକଳ ଓ ଲୁଗାକଳରେ ଓଡ଼ିଶା କପା କଞ୍ଚାମାଲ ଭାବେ ବ୍ୟବହୃତ ହୁଏ, ସେଠାରେ ଶ୍ରମିକ ଭାବେ ୭ ଲକ୍ଷରୁ ଊର୍ଧ୍ବ ଓଡ଼ିଆ ଅତି କମ୍‌ ମଜୁରିରେ କାମ କରୁଛନ୍ତି। ସେଠାରେ ଶ୍ରମିକଙ୍କ ଜୀବନଧାରଣ ମାନ ଏତେ ନିମ୍ନମାନର ଯେ ଆବଶ୍ୟକ ବେଳେ ସେମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ‌‌ସେବା ମିଳି ପାରେନାହିଁ। ମାତ୍ର ୩ ମାସରେ ଗଂଜାମର ୧୦ଜଣ ଶ୍ରମିକ ବାହାର ରାଜ୍ୟରେ ପ୍ରାଣ ହରାଇବା ଏହାର ଏକ ଉଦାହରଣ ମାତ୍ର।

‌ତେବେ କଞ୍ଚାମାଲ ଏବଂ ଶସ୍ତା‌ରେ ଶ୍ରମ ସୁବିଧା ଉପଲବ୍ଧ ଥିଲେ ମଧ୍ୟ ଓଡ଼ିଶା କାହିଁକି ଏହାର ଲାଭ ଉଠାଇପାରୁନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ବି ସୂତା ଓ ଲୁଗାକଳ ପ୍ରତିଷ୍ଠା ହୋଇପାରିଲେ, ଓଡ଼ିଶାର ଉଭୟ କୃଷକ ଓ ଶ୍ରମିକ ଆଉ ବାହାରକୁ ଯାଇ ଶୋଷଣର ଶିକାର ହୁଅନ୍ତେ ନାହିଁ। ସେହିପରି ଚାଷୀକୁ ନିଜ ଉତ୍ପାଦନ ଏବଂ ଶ୍ରମିକକୁ ନିଜ ଶ୍ରମର ଉପଯୁକ୍ତ ପ୍ରାପ୍ୟ ମଧ୍ୟ ମିଳିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

କୃଷି ବିଭାଗର ସୂଚନାନୁସାରେ, ଚଳିତ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୬୩୮୦ ଟଙ୍କାଠାରୁ ଅଧିକ ଅର୍ଥାତ୍‌ ବିଭିନ୍ନ ଜିଲ୍ଲାର ଚାଷୀ ୮୫୦୦ ଟଙ୍କାରେ କପା ବିକ୍ରି କରିଛନ୍ତି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବ୍ୟବସାୟୀ ଓଡ଼ିଶା ଆସି ଅଧିକ ଦରରେ କପା କ୍ରୟ କରି ନେଇଛନ୍ତି। ଏଥିଯୋଗୁଁ ଅନେକ ଚାଷୀ ମଣ୍ଡିକୁ ମଧ୍ୟ ଆସି ନାହାନ୍ତି। କିନ୍ତୁ ଉତ୍ପାଦନକାରୀ ଜିଲ୍ଲାର ଚାଷୀମାନେ ଭିନ୍ନ ଚିତ୍ର ପ୍ରଦାନ କରନ୍ତି। ସେମାନଙ୍କ କହିବା କଥା, କପା ବିକ୍ରିର ଆରମ୍ଭ ସମୟ ଡିସେମ୍ବର, ଜାନୁଆରିରେ କିଛି ଚାଷୀ ଏମ୍‌ଏସ୍‌ପିଠାରୁ ଅଧିକ ଦରରେ କପା ବିକ୍ରି କରିଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା ସ୍ବଳ୍ପ। ଆଜି ବି ଉତ୍ପାଦନକାରୀ ୧୧ଜିଲ୍ଲାର ଚାଷୀ କପା ବିକ୍ରି କରି ପାରିନାହାନ୍ତି। ଏଣେ କିନ୍ତୁ କଟନ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆର ଲକ୍ଷ୍ୟ ସରିଯିବାରୁ ସେମାନେ କପା ସଂଗ୍ରହ ବନ୍ଦ କରି ଦେଇଛନ୍ତି।

ଚାଷୀଙ୍କ କହିବା ଅନୁସାରେ, କପା ବ୍ୟବସାୟରେ ଦଲାଲମାନେ ଅଧିକ ସକ୍ରିୟ ଥାଆନ୍ତି। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏଥିରେ ସଂପୃକ୍ତ ଥିବାରୁ ସେମାନେ ମଣ୍ଡି ଆସିପାରନ୍ତି ନାହିଁ। ଦଲାଲମାନେ ସେମାନଙ୍କଠାରୁ ସ୍ବଳ୍ପ ମୂଲ୍ୟରେ କପା କିଣି ଅଧିକ ଦରରେ ବିକ୍ରୟ କରିଛନ୍ତି। କେବଳ ଚଳିତ ବର୍ଷ ନୁହେଁ, ପ୍ରତିବର୍ଷ କପା ଚାଷୀ ଏମ୍‌ଏସ୍‌ପି ଜନିତ ଶୋଷଣର ଶିକାର ହୋଇଥାଆନ୍ତି।

Telangana Today

ଅନ୍ୟଦିଗରେ ସାମାଜିକ କର୍ମକର୍ତ୍ତା ଉମି ଡାନିଏଲ କହିଛନ୍ତି, କେବଳ ସୁରତରେ ଥିବା ସୂତାକଳରେ ଗଞ୍ଜାମର ୬ଲକ୍ଷ ଶ୍ରମିକ କାମ କରୁଛନ୍ତି। ଏମାନେ ବାର୍ଷିକ ୪ରୁ ୫ଲକ୍ଷ ଟଙ୍କା ନିଜ ପରିବାରକୁ ପଠାଇଥା’ନ୍ତି। ଲକଡାଉନ୍‌ ପରେ ସ୍ପଷ୍ଟ ହୋଇଛି ଯେ କେବଳ ଗଞ୍ଜାମ ନୁହେଁ, ରାଜ୍ୟର ସବୁ ଜିଲ୍ଲାର ଶ୍ରମିକ ସୁରତ ସୂତାକଳରେ କାମ କରୁଛନ୍ତି। ସେଥିରେ ପୁଣି ତାମିଲନାଡ଼ୁରେ ଥିବା ଉଭୟ ଲୁଗା ଏବଂ ସୂତାକଳରେ ଓଡ଼ିଆ ଶ୍ରମିକଙ୍କ ପ୍ରଭାବ ସ୍ପଷ୍ଟ ବାରି ହୋଇପା‌ରେ। ରାଜ୍ୟ ସରକାରଙ୍କ ଦକ୍ଷତା କାର୍ଯ୍ୟକ୍ରମରେ ଅନେକ ଶ୍ରମିକ ସିଲେଇର ପ୍ରଶିକ୍ଷଣ ପାଇ ତାମିଲନାଡ଼ୁସ୍ଥିତ ବିଭିନ୍ନ ଲୁଗା ତିଆରି କାରଖାନାରେ କାର୍ଯ୍ୟ କରୁଛନ୍ତି। କାର୍ଯ୍ୟଦକ୍ଷତା କିମ୍ବା ଶସ୍ତା ଶ୍ରମ କାରଣ ଯାହା ହେଲେ ବି ଲୁଗା, ସୂତା କଳରେ ଓଡ଼ିଆ ଶ୍ରମିକଙ୍କ ଚାହିଦା ରହିଛି। ଗଞ୍ଜାମର ପ୍ରାକୃତିକ ବିପର୍ଯ୍ୟୟ, ପଶ୍ଚିମ ଓଡ଼ିଶାର ମରୁଡ଼ି ସମେତ ରାଜ୍ୟରେ ରୋଜଗାର ଅଭାବ ଯୋଗୁଁ ଓଡ଼ିଆ ଶ୍ରମିକ ବାହାରକୁ ଯାଉଥିଲେ ମଧ୍ୟ ସେଠାରେ ସେମାନଙ୍କୁ ଉପଯୁକ୍ତ ମିଳେ ନାହିଁ। ଏପରିକି ସେଠାରେ ଜୀବନ ଧାରଣର ମାନ ଉନ୍ନତ ନଥିବାରୁ ବିଭିନ୍ନ ସମୟରେ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଅବସ୍ଥାରୁ ସ୍ପଷ୍ଟ ଅଟେ। ଓଡ଼ିଶା ସରକାର କାହିଁକି ନିଜ ଚାଷୀ ଏବଂ ଶ୍ରମିକଙ୍କ ଉପଯୁକ୍ତ ବିନିଯୋଗ କରି ରାଜ୍ୟର ଆର୍ଥିକ ଉନ୍ନତି ଦିଗରେ ପଦକ୍ଷେପ ନେଉନାହାନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।