ରାଜ୍ୟ

ସାରଦାଙ୍କୁ ଏ କି ସମ୍ମାନ! ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଉଥିଲେ, ହାତଧରି ଟାଣି ଆଣିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଉରକେଲା : ପୂର୍ବତନ ମନ୍ତ୍ରୀ ତଥା ଏବେକାର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ଜଣେ ପରିଚିତ ଚେହେରା। ‌ସାରଦା ବର୍ତ୍ତମାନ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦାଦୟିତ୍ବରେ, ବିଜେଡି ଜିଲ୍ଲା ସଭାପତି ହେବା ସହ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଏତିକି ନୁହେଁ, ଗତ ୨୦୧୯ ସାଧାରଣ ନିର୍ବାଚନ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରିଚାଳନା ଭାର ସାରଦାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ମୋଟାମୋଟି ଭାବେ ଜିଲ୍ଲା ବିଜେଡିରେ ସଂପ୍ରତି ସାରଦା ଯେ ପ୍ରମୁଖ ବ୍ୟକ୍ତି, ଏହା ସମସ୍ତେ ଜାଣନ୍ତି। ତେବେ ‘ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାରଦାଙ୍କ ହାତଟାଣି ନେଇଯିବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କର ସମର୍ଥକ।

ଜୟପୁରଠାରେ ବିଶ୍ବବିଦ୍ୟାଳୟ ଉଦ୍‌ଘାଟନ ସମାରୋହରେ ସଭାମଂଚରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ଅସ୍ବସ୍ତି ପରେ ପୁଣି ଏବେ ଏହି ଅନୁରୂପ ଘଟଣାଟି କଟୁ ସମାଲୋଚନା ପାଇଁ ବିରୋଧୀଙ୍କୁ ଆଉ ଏକ ସୁଯୋଗ ଦେଇଛି। ଭୁବନେଶ୍ବରଠାରେ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦଳୀୟ ବିଧାୟକ, ନେତାଙ୍କୁ ସାକ୍ଷାତ ସୁଯୋଗ ଦେଇଥିଲେ। ଜଣକ ପରେ ଜଣେ ବିଜେଡି ନେତା ତାଙ୍କ ସହ ଫଟୋ ଉଠାଇଥିଲେ। ଏହି କ୍ରମରେ ରାଉରକେଲା ବିଧାୟକ ସାରଦାଙ୍କ ପାଳି ପଡ଼ିଥିଲା। ସାରଦା ଅନ୍ୟ ଜଣେ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପଛପଟେ ଛିଡ଼ା ହୋଇ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିଲେ। କାମଟି ଶୀଘ୍ର ନ ସରିବାରୁ ସାରଦାଙ୍କ ପାଖକୁ ଯାଇ ଶ୍ରୀ ଦାସ ତାଙ୍କ ହାତ ଧରି ଟାଣି ଆଣିଥିଲେ। ହଠାତ୍ କରି ଅବଶ୍ୟ ସାରଦା କିଛି ସମୟ ରହିଯାଇଥିଲେ, କିନ୍ତୁ ପରେ ବାଧ୍ୟ ହୋଇ ଚାଲିଆସିଥିଲେ। ଏହି ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଯାଇଥିଲା।

ଏବେ ଏହି ଦୃଶ୍ୟ ଥିବା ୧୦ ସେକେଣ୍ଡ୍‌ର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। କିଛିଦିନ ହେଲା ଏଇ ଭିଡିଓ ନେଇ ଇସ୍ପାତ ସହରରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲ ବିଭିନ୍ନ ଅର୍ଥ କରୁଛନ୍ତି। ସେମାନଙ୍କ ଭିତରୁ କିଛି ଏହା ସାରଦାଙ୍କ ହ୍ରାସ ପାଉଥିବା କାଟ୍‌ତିକୁ ଦର୍ଶାଉଥିବା କହିଛନ୍ତି। ସାରଦାଙ୍କ ସମର୍ଥକ ଖୋଲାଖୋଲି ମୁହଁ ଖୋଲୁନାହାନ୍ତି, କିନ୍ତୁ ଭିତିରିଆ ବେଶ୍‌ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅପରପକ୍ଷରେ ବିରୋଧୀଙ୍କୁ ସମାଲୋଚନା ପାଇଁ ଏହି ଭାଇରାଲ୍‌ ଭିଡିଓଟି ଖୋରାକ୍‌ ଯୋଗାଇଛି। ବିରୋଧୀ ଦଳର ନେତା, କର୍ମକର୍ତ୍ତା, ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଅପଲୋଡ୍‌ କରି ସାରଦାଙ୍କୁ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।