ରାଜ୍ୟ

ଆସିଲା ଭିସେରା ରିପୋର୍ଟ: ମୃତ୍ୟୁ ପୂର୍ବରୁ ଇଥାଇଲ୍ ଆଲକୋହଲ୍ ସେବନ କରିଥିଲେ ଚିନ୍ମୟୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁର ପ୍ରାୟ ଦୁଇମାସ ପରେ ତାଙ୍କ ଭିସେରା ରିପୋର୍ଟ୍ ପୁଲିସର ହସ୍ତଗତ ହୋଇଛି। ଏହି ରିପୋର୍ଟରେ ଛାତ୍ରଜଣକ ଇଥାଇଲ୍ ଆଲକୋହଲ ସେବନ କରିଥିବାର ପ୍ରମାଣ ମିଳିଛି। ଅର୍ଥାତ୍ ଚିନ୍ମୟୀ ସେହି ରାତିରେ ମଦ୍ୟପାନ କରିଥିଲେ। ସେ ଓ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ହୋଟେଲରେ ମଦ ପିଇଥିବାର ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏନେଇ ସମ୍ବଲପୁର ଏସ୍ ପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୮ ତାରିଖ ଦିନ ଭିସୁଟ୍ ଛାତ୍ରୀ ଚିନ୍ମୟୀ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିଲେ। କିନ୍ତୁ ସେହିଦିନ ରାତିରେ ରହସ୍ୟମୟ ଢଙ୍ଗରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ପୁଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଇତିମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଡାଏଟମ୍ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। କିନ୍ତୁ, ଉଭୟ ରିପୋର୍ଟରେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ଥିବାବେଳେ ସେ ନିଜେ ପାଣିରେ ବୁଡ଼ିଯାଇଥିଲେ ନା ତାଙ୍କୁ କିଏ ବଳ ପ୍ରୟୋଗ କରି ପାଣିକୁ ଠେଲି ଦେଇଥିଲା ତାହା ଆଜି ବି ରହସ୍ୟ ଘେରରେ ରହିଛି। ଚିନ୍ମୟୀଙ୍କ ଭିସେରା ରିପୋର୍ଟ ମୃତ୍ୟୁର ପ୍ରକୃତ ରହସ୍ୟ ଖୋଲିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଥିଲା। ଇତିମଧ୍ୟରେ ମୃତ ଚିନ୍ମୟୀଙ୍କ ଭିସେରା ରିପୋର୍ଟ୍ ପୁଲିସର ହସ୍ତଗତ ହୋଇଛି ବୋଲି ବୁର୍ଲା ଥାନା ଅଧିକାରୀ ସୁଶାନ୍ତ ଦାସ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ମାସ ୨୮ ତାରିଖରେ ଚିନ୍ମୟୀ ତାଙ୍କ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପାଇଁ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାପାଇଁ ଆସିଥିଲେ। ସେହିଦିନ ସନ୍ଧ୍ୟାରେ ସେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହ ନିକଟସ୍ଥ ଏକ ଢାବାକୁ ଖାଇବାକୁ ଯାଇଥିଲେ। ରାତିରେ ସେ ଭୁବନେଶ୍ୱର ଯିବାପାଇଁ ଏକ ଟିକେଟ୍‌ ମଧ୍ୟ ନେଇଥିବା କଥା ତାଙ୍କ ମାଆଙ୍କୁ କହିଥିଲେ। କିନ୍ତୁ, ହଠାତ୍ କଣ ହେଲା ଯେ ତାଙ୍କ ମୃତ୍ୟୁର ଖବର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ପରିବାର ବର୍ଗ ପାଇଥିଲେ। ଏହାକୁ ଆଧାର କରି ଚିନ୍ମୟୀଙ୍କ ମାଆ ଏହା ଆତ୍ମହତ୍ୟା ନୁହେଁ ତାଙ୍କ ଝିଅର ହତ୍ୟା ହୋଇଛି ବୋଲି ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷରେ ପ୍ରୀତିମାନ ଓ ମାନସଙ୍କ ମିଛଧରା (ଲାଇ ଡିଟେତ୍କ୍ସନ୍) ଟେଷ୍ଟ ମଧ୍ୟ କରାଯାଇଥିଲା। କିନ୍ତୁ ସେଥିରେ ମଧ୍ୟ ସେମାନେ କୌଣସି ଭୁଲ୍ ତଥ୍ୟ ଦେଇ ନାହାନ୍ତି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।