ରାଜ୍ୟ

ଚିଲିକାରେ ଅସୁରକ୍ଷିତ ଜଳଯାତ୍ରା: ବାଜିରେ ଲାଗିଛି ଯାତ୍ରୀଙ୍କ ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମଗିରି : ଚିଲିକାର ସାତପଡ଼ା ଘାଟଠାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ଭସାପୋଲ, ଘାଟ ଡଙ୍ଗା, ଘରୋଇ ଡଙ୍ଗା ଯାତ୍ରୀ ପରିବହନ କରୁଛି। ଚିଲିକାରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଫଳ ଶୂନ। ଆଗକୁ ପଣାଯାତ୍ରା ଆସୁଥିବା ବେଳେ‌ ବହୁ ଶ୍ରଦ୍ଧାଳୁ ଡଙ୍ଗାରେ ଚିଲିକା ପାରି ହେବେ। ତେବେ ଚିଲିକାରେ ଅସୁରକ୍ଷିତ ଭାବେ ଯାତ୍ରୀ ପରିବହନ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସାତପଡ଼ାଠାରୁ ଜହ୍ନିକୁଦା ଦୀର୍ଘ ୫ କିଲୋମିଟର ଜଳପଥ ପ୍ରତ୍ୟକ ଦିନ ବିନା ଲାଇଫ୍‌ ଜ୍ୟାକେଟ୍‌ ଲୋକେ ପାରି ହେଉଛନ୍ତି। ଏମିତିକି ଅନ୍ଧାର ରାତିରେ ଟର୍ଚ୍ଚ ଲଗାଇ ଅଥଳ ଚିଲିକାରେ ଯାତ୍ରୀ ପରିବହନ ହେଉଛି। ପୂର୍ବରୁ ଅନେକ ଥର ମଝି ଚିଲିକାରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜିର ରହିଛି। ଏମିତିକି ଡଙ୍ଗାରୁ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଅନେକ ଡଙ୍ଗା ବିନା ପଞ୍ଜୀକରଣରେ ଚାଲିଛି। ସବୁକିଛି ଦିନ ଦ୍ବିପ୍ରହରରେ ଚାଲିଥିବା ବେଳେ ପ୍ରଶାସନ ଚୁପ୍‌ ବସିଛି। କୃଷ୍ଣପ୍ରସାଦ ବ୍ଲକ୍‌କୁ ଡଙ୍ଗା ଏକମାତ୍ର ଭରସା। ଆଗକୁ କୃଷ୍ଣପ୍ରସାଦ ବ୍ଲକ୍‌ରେ ପଣାଯାତ୍ରା ଅନୁଷ୍ଠିତ ହେବ। ଲକ୍ଷାଧିକ ଲୋକେ ଚିଲିକାରେ ଗୋଟିଏ ଘାଟରୁ ଅନ୍ୟ ଘାଟକୁ ପାରି ହେବେ।

ପୂର୍ବରୁ ପଣାଯାତ୍ରା ବେଳେ ଭସାପୋଲ ମଝି ଚିଲିକାରେ ଯାତ୍ରୀଙ୍କ ସହିତ ରାତି ତମାମ ଅଟକି ରହିବା ସହ ଡଙ୍ଗା ଦୁର୍ଘଟଣା ଘଟିଥିବା ନଜିର ରହିଛି। ଗତ ପାଞ୍ଚ‌ ବର୍ଷର ରେକର୍ଡକୁ ହିସାବକୁ ନେଲେ ପ୍ରତି ବର୍ଷ ମଝି ଚିଲିକାରେ ୧୫ରୁ ଅଧିକ ଥର ଡଙ୍ଗା ଦୁର୍ଘଟଣା ଘଟିଛି। ପ୍ରତିବର୍ଷ ୭ରୁ ଅଧିକ ଥର ଡଙ୍ଗା ଓଲଟିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଜୀବନକୁ ବାଜି ଲଗାଇ ଯାତ୍ରୀ ପରିବହନ ଚାଲିଛି। ଏହାରି ଭିତରେ ଭସାପୋଲ ମଝି ଚିଲିକାରେ ଅଟକିବା ଘଟଣା ଆଉ କାହାକୁ ଅଛପା ନାହିଁ। ଭସାପୋଲକୁ ଯାତ୍ରୀ ପରିବହନର ସୁରକ୍ଷିତ ମାଧ୍ୟମ ଭାବରେ ଗ୍ରହଣ କରାଯାଉଥିବା ବେଳେ ଏହା ମଧ୍ୟ ଦୁର୍ଘଟଣାର ଶିକାର ହେଉଛି। ବଡ଼କଥା ହେଉଛି ଚିଲିକାରେ ଯାତ୍ରୀ ପରିବହନ କରୁଥିବା ଅନେକ ଡଙ୍ଗା ବୀମା କରି ନଥିବା ବେଳେ ପଞ୍ଜୀକରଣ ହୋଇନାହିଁ। ଏଥିପ୍ରତି ନା ଡଙ୍ଗା ମାଲିକଙ୍କ ନିଘା ଅଛି ନା ଡଙ୍ଗା ଚାଳକଙ୍କର। ଡଙ୍ଗାଗୁଡ଼ିକର କାଗଜପତ୍ର ନିୟମିତ ଯାଞ୍ଚ ସହିତ ଯାତ୍ରୀଙ୍କ ସୁରକ୍ଷିତ ଜଳଯାତ୍ରା ପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।