ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବ ମ୍ୟାଲେରିଆ ଦିବସ: ସଂକ୍ରମଣରେ ମାଲକାନଗିରି ସ୍ଥିର, ଉପରକୁ ଉଠିଲା ରାୟଗଡ଼ା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଜ୍ୟରେ ମ୍ୟାଲେରିଆ କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ୨/୩ବର୍ଷ ହେବ ଉଭୟ ସଂକ୍ରମିତଙ୍କ ସଂଖ୍ୟା ଓ ସଂକ୍ରମଣ ହାର କମିବାରେ ଲାଗିଛି। ତଥାପି ଓଡ଼ିଶାରେ ମ୍ୟାଲେରିଆ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରିନାହିଁ। ରାଜ୍ୟର ୫ଟି ଜିଲ୍ଲା ଏବେ ମ୍ୟାଲେରିଆ ପ୍ରବଣ ହୋଇ ରହିଛି। ଏଥିରେ ମାଲକାନଗିରି ଜିଲ୍ଲା ଆଗ‌ରେ ରହୁଥିବା ବେଳେ ସଂକ୍ରମଣ ତାଲିକାରେ ତଳେ ରହୁଥିବା ରାୟଗଡ଼ା ଜିଲ୍ଲା ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛି। ଏହାସହ ଦେଶରେ ମ୍ୟାଲେରିଆ ଜନିତ ମୃତ୍ୟୁରେ ଓଡ଼ିଶା ଗତବର୍ଷ ପଞ୍ଚମ ସ୍ଥାନରେ ରହିଛି।

୨୫ ଜିଲ୍ଲାରେ ଏପିଆଇ ୧%ରୁ କମ୍
ମ୍ୟାଲେରିଆଜନିତ ମୃତ୍ୟୁରେ ୫ମ ସ୍ଥାନରେ ଓଡ଼ିଶା
ମ୍ୟାଲେରିଆମୁକ୍ତ ଜିଲ୍ଲା ଘୋଷଣା ହେବ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର

୨୦୧୬ ମସିହାରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେହିବର୍ଷ ଓଡ଼ିଶାରେ ୪ ଲକ୍ଷ ୪୪ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ୨୦୨୨ ମସିହାରେ ଏହା ୨୩ ହଜାର ୭୭୦କୁ ଖସି ଆସିଛି। ୨୦୧୬ ମସିହା ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୯୫ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଗତବର୍ଷ ତୁଳନାରେ ୭ ପ୍ରତିଶତ ହ୍ରାସ ହୋଇଛି। ୨୦୧୬ରେ ମ୍ୟାଲେରିଆ ସଂକ୍ରମଣ ହାର(ଟିପିଆର) ୬.୧୮ ପ୍ରତିଶତ ଥିବା ବେଳେ ଏବେ ୦.୨୯କୁ ଖସି ଆସିଛି। ସେହିପରି ବାର୍ଷିକ ପାରାସାଇଟ୍‌ ମାନଦଣ୍ଡ(ଏପିଆଇ)ରେ ମଧ୍ୟ ଯଥେଷ୍ଟ ହ୍ରାସ ହୋଇଛି। ୨୦୨୨ରେ ରାଜ୍ୟର ଏପିଆଇ ୦.୨୯ ଥିବା ରହିଛି। ୭ବର୍ଷ ପୂର୍ବରୁ ଏପିଆଇ ୧୦.୦୬ ପ୍ରତିଶତ ରହିଥିଲା। ମାତ୍ର ଏବେ ଚିତ୍ର ବଦଳିଛି। ରାଜ୍ୟର ୩୦ଟି ଜିଲ୍ଲାରେ ଏପିଆଇ ୧୦ ତଳେ ରହିଛି। ଏପରିକି ୨୫ଟି ଜିଲ୍ଲାରେ ଏପିଆଇ ୧ ପ୍ରତିଶତରୁ ତଳକୁ ଖସି ଆସିଛି। ରାଜ୍ୟରେ ଯେତିକି ମ୍ୟାଲେରିଆ ସଂକ୍ରମଣ ହେଉଛି ତହିଁରୁ ୮୦ ପ୍ରତିଶତ ହେଉଛନ୍ତି ପିଏଫ୍‌(ପ୍ଲାଜମୋଡିୟମ ଫାଲସିପାରମ୍‌)।

ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଏବେ ବି ରାଜ୍ୟ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ଏପିଆଇରେ ମାଲକାନଗିରି ଜିଲ୍ଲା ଲଗାତାରଭାବେ ଆଗରେ ରହିଆସୁଛି। ୨୦୨୧ ମସିହାରେ ମାଲକାନଗିରି ପରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ରହିଥିଲା। ୨୦୨୨ରେ ଏହି ତାଲିକା ଓଲଟିଯାଇଛି। ମାଲକାନଗିରିରେ ଏପିଆଇ ୬.୮୭ ଥିବା ବେଳେ ଦ୍ବିତୀୟ ସ୍ଥାନକୁ ଉଠିଥିବା ରାୟଗଡ଼ା ଜିଲ୍ଲାରେ ଏପିଆଇ ରହିଛି ୪.୪୮। ହଠାତ୍ ରାୟଗଡ଼ା ଜିଲ୍ଲା ଏପିଆଇରେ ଦ୍ବିତୀୟ ସ୍ଥାନକୁ ଉଠିବା ପଛର କାରଣ ସ୍ପଷ୍ଟ ହୋଇନାହିଁ। କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନକୁ ଖସି ଆସିଛି। କୋରାପୁଟ ଜିଲ୍ଲା ଗତ ୨ବର୍ଷ ହେବ ୫ମ ସ୍ଥାନରେ ସ୍ଥିର ଥିଲେ ବି ଜିଲ୍ଲାରେ ଏପିଆଇ ୧.୯୦ କୁ ବୃଦ୍ଧି ପାଇଛି। ଏହାବାଦ୍ ବୌଦ୍ଧ, ଗଜପତି, ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ଏପିଆଇ ଯଦିଓ ୧ ତଳେ ରହିଛି, ମାତ୍ର ମ୍ୟାଲେରିଆ ନିୟନ୍ତ୍ରଣରେ ସାମାନ୍ୟତମ ଅବହେଳା ପୁଣିଥରେ ବିପଦକୁ ଡାକି ଆଣିପାରେ। ୨୦୨୨ ମସିହାରେ ଦେଶରେ ମ୍ୟାଲେରିଆ କାରଣରୁ ୬୪ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ମହାରାଷ୍ଟ୍ରରେ ୨୫ଜଣ ଥିବା ବେଳେ ଓଡ଼ିଶାରେ ଏହା ୫ ରହିଛି।

rappler.com

ରାଜ୍ୟରେ ମ୍ୟାଲେରିଆ ହ୍ରାସ ପାଇବା ପଛରେ ସବୁ ଜିଲ୍ଲାରେ ମାଇକ୍ରୋସ୍କୋପ୍ ପରୀକ୍ଷା, ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ(ଦମନ) କାର୍ଯ୍ୟକ୍ରମ ଓ ଔଷଧୀୟ ମଶାରୀ ବଣ୍ଟନ ପ୍ରମୁଖ ରହିଛି। ୨୦୧୩-୨୦୨୨ ମସିହା ଭିତରେ ୧.୫୬ କୋଟି ଔଷଧୀୟ ମଶାରୀ ବଣ୍ଟନ କରାଯାଇଛି। ଏହାସହ ‘ଦମନ’ କାର୍ଯ୍ୟକ୍ରମକୁ ଆହୁରି ୫ବର୍ଷ ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ ଯେଉଁ ଜିଲ୍ଲାଗୁଡ଼ିକରେ ସ୍ଥାନୀୟ ମ୍ୟାଲେରିଆ ସଂକ୍ରମଣ ଲଗାତାର ୩ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ନାହିଁ ସେସବୁ ଜିଲ୍ଲାକୁ ମ୍ୟାଲେରିଆମୁକ୍ତ ଘୋଷଣା କରିବାର ବ୍ୟବସ୍ଥା ରହିଛି। ଏ ଦୃଷ୍ଟିରୁ ରାଜ୍ୟର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଏଥିରେ ସାମିଲ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ରାଜ୍ୟରେ ମ୍ୟାଲେରିଆ କମିବାରେ ଲାଗିଛି। ଯଦିଓ ୫ଟି ଜିଲ୍ଲାରେ ସଂକ୍ରମଣ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି, ତଥାପି ସେସବୁ ଜିଲ୍ଲାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ଖସିବାରେ ଲାଗିଛି। ରାଜ୍ୟର ୨ଟି ଜିଲ୍ଲାକୁ ମ୍ୟାଲେରିଆମୁକ୍ତ ପାଇଁ ସବ-ନାସନାଲ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। ରାଜ୍ୟ ସରକାର ଏ ସଂପର୍କିତ ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଏହାର ସର୍ବେକ୍ଷଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।