ରାଜ୍ୟ ସ୍ପେଶାଲ ରିପୋର୍ଟ

ରାସ୍ତାକଡ଼ରୁ ହଜାରେ ଗଛ କାଟିଦେଲେ, ୨୫କିଲୋମିଟର ଲଣ୍ଡା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନବରଙ୍ଗପୁର: ବେଫିକର କାଠ ମାଫିଆ। ରାସ୍ତା କଡ଼ରୁ କାଟିନେଲେ ହଜାରରୁ ଊର୍ଦ୍ଧ୍ବ ଗଛ। ଡାଳ ଦୂରର କଥା ପତ୍ର ଖଣ୍ଡେ ବି ଛାଡ଼ିନାହାନ୍ତି। ଏହାପରେ ପୂର୍ତ୍ତ ବିଭାଗ ଏବଂ ବନ ବିଭାଗ ମଧ୍ୟରେ ବିବାଦ ବଢ଼ିଛି। ଦୁଇ ବିଭାଗ ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଛନ୍ତି। ଅନ୍ୟପଟେ କାଠ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ କୁନ୍ଥକୁନ୍ଥ।

କୋଷାଗୁମୁଡ଼ା ଠାରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ୨୫କିଲୋମିଟର ରାସ୍ତା ନବରଙ୍ଗପୁର ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ପ୍ରଶସ୍ତୀକରଣ ନିମନ୍ତେ ଅର୍ଥ ମଞ୍ଜୁର ହେବାପରେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ତେବେ ରାସ୍ତାର ଉଭୟ ପାର୍ଶ୍ବରେ ଗଛ ରହିଥିବାରୁ କାମ ଆରମ୍ଭ କରିବା ପୂର୍ବରୁ ତାହାକୁ କାଟିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଚିଠି ଲେଖିବା ପରେ ବନ ବିଭାଗ, ରାଜସ୍ୱ ବିଭାଗ ଓ ପୂର୍ତ୍ତ ବିଭାଗର ମିଳିତ ଟିମ୍‌ ନବରଙ୍ଗପୁର ବ୍ଲକ୍‌ ଭାଟି ଠାରୁ ରାଜୋଡ଼ା ପର୍ଯ୍ୟନ୍ତ ୪୫୦ ଗଛ କାଟିବାକୁ ଚିହ୍ନଟ କରିଥିଲେ। ଗଛ ନିକଟରେ ଚିହ୍ନଟ ହୋଇଥିବା ଖୁଣ୍ଟି ମଧ୍ୟ ପୋତାଯାଇଥିଲା। କିନ୍ତୁ ବନ ବିଭାଗ ଅନୁମତି ଦେବା ପୂର୍ବରୁ ହିଁ କାଠ ମାଫିଆ ରାସ୍ତାରୁ ହଜାରରୁ ଊର୍ଦ୍ଧ୍ବ ଗଛ କାଟି ନେଇଛନ୍ତି।

ଗଛ ଗୁଡ଼ିକୁ ବନ ନିଗମ କାଟିବା ପାଇଁ ନିୟମ ରହିଛି। କାଠ ବିକ୍ରି କରି ଯେଉଁ ଟଙ୍କା ଆଦାୟ ହେବ ତାହାର ୭୫ପ୍ରତିଶତ ପୂର୍ତ୍ତ ବିଭାଗକୁ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। କିନ୍ତୁ ଚିହ୍ନଟ ହେବା ମାତ୍ରେ ଗଛ ଗୁଡ଼ିକୁ କେହି କାଟିବା ଚକିତ କରୁଛି। କେବଳ ଚିହ୍ନଟ ଗଛ ନୁହେଁ, ଆଖପାଖରେ ରହିଥିବା ଗଛଗୁଡ଼ିକୁ ମଧ୍ୟ କାଟି ଚାଲାଣ କରାଯାଇଛି। ସେହି ସ୍ଥାନରେ ଗଛ ରହିଥିଲା ବୋଲି ଏବେ ଆଉ ଚିହ୍ନବର୍ଣ୍ଣ ମିଳୁନି।

ଏ ନେଇ ଡିଏଫଓ ପ୍ରସନ୍ନ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ପୂର୍ତ୍ତ ବିଭାଗର ରାସ୍ତା କଡ଼ରେ ଗଛ ଗୁଡ଼ିକ ରହିଥିଲା। ଯଦି କେହି ଗଛ ଗୁଡ଼ିକୁ କାଟିଛି ତେବେ ପୂର୍ତ୍ତ ବିଭାଗ ଥାନାରେ ଏତଲା ଦେବା କଥା। ଅପରପକ୍ଷରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଫୁଲ୍ଲ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ପୂର୍ତ୍ତ ବିଭାଗ ଗଛ ଗୁଡିକୁ ଜଗି ପାରିବନାହିଁ। ବନ ବିଭାଗ ସୁରକ୍ଷା ଦେବା କଥା ବୋଲି କହିଛନ୍ତି। ଏମିତି ଦୁଇ ବିଭାଗର ବରିଷ୍ଠ ଅଧିକାରୀ ପରସ୍ପର ଉପରେ ଦୋଷ ଲଦିବା ମଧ୍ୟରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହୋଇଛି। ଆଚାର୍ଯ୍ୟର ବିଷୟ ହେଲା, ଏତେ ସଂଖ୍ୟାରେ ଗଛ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ କଟା ଯାଇନଥିବ। ବହୁ ଦିନ ଧରି ଗଛ କଟା ଚାଲିଥିବା ବେଳେ କେମିତି କାହା ନଜରକୁ ଆସିଲା ନାହିଁ ବୋଲି ପ୍ରଶ୍ନ ଉଠିଲାଣି। ଯଦି ତଦନ୍ତ ହୁଏ ତେବେ ଏହା ପଛରେ ଗୋଟିଏ ରାକେଟ୍‌ ଏବଂ କିଛି ସରକାରୀ କର୍ମଚାରୀ ରହିଥିବା ପ୍ରମାଣ ମିଳିବ ବୋଲି ମତପ୍ରକାଶ ପାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।