ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କୋରାପୁଟ: ଓଡ଼ିଶାର କଡ଼ା ବିରୋଧ ଏବଂ ‘ଗୋ ବ୍ୟାକ୍’ ନାରା ପରେ ଆନ୍ଧ୍ରର ଅନୁପ୍ରବେଶରେ ରୋକ୍ ଲାଗିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ, ତଡ଼ା ଖାଇବା ସତ୍ତ୍ବେ ଆନ୍ଧ୍ର ଉପରେ କୌଣସି ପ୍ରଭାବ ପଡ଼ିନଥିବା ଆଜି ଦେଖିବାକୁ ମିଳିଛି। ସରକାରୀ ସହାୟତା ଆଳରେ ଆଜି ପୁଣି ଆନ୍ଧ୍ର ଅଧିକାରୀ କୋଟିଆରେ ଅନାଧିକାର ପ୍ରବେଶ କରିଛନ୍ତି। ଘର ଘର ବୁଲି ଲୋକଙ୍କୁ ରାସନ ବଣ୍ଟନ କରିଛନ୍ତି।
ସୂଚନା ଅନୁସାରେ, ଦୁଇଦିନ ହେଲା ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ସଭିଲ୍ ସପ୍ଲାଇ କର୍ପୋରେସନ୍ (ଏପିଏସ୍ସିଏସ୍ସି) ପକ୍ଷରୁ ଗୋଟିଏ ଗାଡ଼ି କୋଟିଆ ପଞ୍ଚାୟତର ତାଡ଼ିବାଲସା ଗାଁକୁ ଆସୁଛି। ଘର ଘର ବୁଲି ଲୋକଙ୍କୁ ଗ୍ରିନ୍ ମଟର, ସାବୁନ୍, ସାମ୍ପୋ, ପାମ୍ ଅଏଲ୍, ଦିଆସିଲ୍, ହଳଦୀଗୁଣ୍ଡ ସହ ୫କିଲୋ ଭିଟାମିନ୍ ଯୁକ୍ତ ଚାଉଳ ବିତରଣ କରୁଛି। କୋଟିଆ ପଞ୍ଚାୟତ ଅନ୍ତର୍ଗତ ୧୩ଟି ଗାଁର ହିତାଧିକାରୀ ଆନ୍ଧ୍ର ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଯେଉଁମାନେ ପିଡିଏସ୍ କେନ୍ଦ୍ରରୁ ରାସନ ନେଇପାରୁନାହାନ୍ତି, ସେମାନଙ୍କ ପାଇଁ ଏହି ମୋବାଇଲ୍ ଭ୍ୟାନ୍ ଗାଁରେ ବୁଲୁଥିବା ଜଣାପଡ଼ିଛି।
ଓଡ଼ିଶା ଭଳି ଆନ୍ଧ୍ର ସରକାରଙ୍କ ଯୋଗାଣ ବିଭାଗ ହିତାଧିକାରୀଙ୍କୁ ଏହି ରାସନ ବଣ୍ଟନ କରୁଛି। କୋଟିଆ ଫୋକସ୍ରେ ରହିଥିବାରୁ ନାରେଡିବାଲସାଠାରେ ସାମଗ୍ରୀ ବଣ୍ଟନ ନିମନ୍ତେ ସ୍ଥାୟୀ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ପ୍ରତି ମାସରେ ଥରେ ଖୋଲୁଥିବା ଏହି କେନ୍ଦ୍ରରେ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଉଛି। କେନ୍ଦ୍ର ଦାୟିତ୍ବରେ ରହିଥିବା ଆନ୍ଧ୍ରର ଏଜେଣ୍ଟଙ୍କ କହିବା ହେଲା, ଆନ୍ଧ୍ର ସରକାର ଗରିବ ହିତାଧିକାରୀଙ୍କୁ ଶସ୍ତାରେ ତଥା ଘର ନିକଟରେ ରାସନ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଏହି କେନ୍ଦ୍ର ସ୍ଥାପନ କରିଛନ୍ତି। ପ୍ରତି ମାସର ଦ୍ବିତୀୟ ସପ୍ତାହରେ ୩ଦିନ ପାଇଁ କେନ୍ଦ୍ର ଖୋଲି ଲୋକଙ୍କୁ ସାମଗ୍ରୀ ଯୋଗାଇ ଦିଆଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l