ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବିଶ୍ବଜିତ ଦାଶ
ଭୁବନେଶ୍ବର: ପ୍ରାୟ ବର୍ଷେ ହେଲା ରାଜ୍ୟରେ ଆପାର୍ଟମେଣ୍ଟ ବିକ୍ରି ହୋଇପାରୁନି। ହଜାର ହଜାର ଲୋକଙ୍କର ଘର କିଣିବା ଆଶା ମଉଳି ଗଲାଣି। ନିଜ ଝାଳବୁହା ସଞ୍ଚିତ ଅର୍ଥରୁ ଲକ୍ଷ ଲକ୍ଷ ଟଙ୍କା ବିଲଡର୍କୁ ଦେଇଥିଲେ ବି କେବେ ଘରର ମାଲିକ ହେବେ ସେନେଇ ଅନିଶ୍ଚିତତାରେ। କେତେକ କ୍ଷେତ୍ରରେ ବିଲଡର୍ମାନେ ଆପାର୍ଟମେଣ୍ଟ ନିର୍ମାଣ କରିଦେଇଥିଲେ ବି ବିକ୍ରି ହେଉନଥିବାରୁ ଋଣରେ ବୁଡ଼ିଗଲେଣି। ଲୋକ ଘର କିଣିବା ପାଇଁ ବ୍ୟାଙ୍କରେ ଋଣ କରି, ବିଲଡର୍ ପ୍ରକଳ୍ପ କରିବା ପାଇଁ ବ୍ୟାଙ୍କରେ ଋଣ କରି କେବଳ ସୁଧ ଗଣୁଛନ୍ତି। ପ୍ରାୟ ବର୍ଷେ ହେଲା ରାଜ୍ୟରେ ରିଅଲଇଷ୍ଟେଟ୍ ବ୍ୟବସାୟ ମାନ୍ଦା ହୋଇଯାଇଛି। ଏହାର ସମାଧାନ ପାଇଁ ହାଇକୋର୍ଟ ହସ୍ତକ୍ଷେପ କରିଥିଲେ ବି ଗତ ବିଧାନସଭା ଅଧିବେଶନରେ ରାଜ୍ୟ ସରକାର ହଠାତ୍ ଆଗତ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍-୨୦୨୩କୁ ପ୍ରତ୍ୟାହାର କରିନେବାରୁ ଏବେ ଘର ବଜାର ଉପରେ ଚଡ଼କ ପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୫ହଜାର ଆପାର୍ଟମେଣ୍ଟ ବିକ୍ରି ନହୋଇ ପଡ଼ିଛି। ଏଥିରୁ ପ୍ରାୟ ୫ରୁ ୬ହଜାର ଆପାର୍ଟମେଣ୍ଟ ନିର୍ମାଣ ସରିଥିବାବେଳେ ବାକି ୯ରୁ ୧୦ହଜାର ଆପାର୍ଟମେଣ୍ଟ ନିର୍ମାଣାଧୀନ ଅବସ୍ଥାରେ ଅଛି। ଲୋକ ଘର କିଣାବିକା ନହେବା ନେଇ ରାଜ୍ୟ ସରକାରଙ୍କୁ ଦୋଷ ଦେେଲଣି। ବିଧାନସଭାରୁ ଫେରିଥିବା ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ (ଓଏସ୍ସିବିସି) ଅଧିନିୟମ, ୧୯୯୩ର ସଂଶୋଧନ ସମ୍ବନ୍ଧୀୟ ଅଧ୍ୟାଦେଶ ଘୋଷଣା ପ୍ରସ୍ତାବକୁ ସୋମବାର କ୍ୟାବିନେଟ୍ ବୈଠକରେ ଅନୁମୋଦନ କରିବା ପରେ କାହିଁକି ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍-୨୦୨୩’ ନେଇ ରାଜ୍ୟ ସରକାର ଅଧ୍ୟାଦେଶ ଘୋଷଣା ପ୍ରସ୍ତାବ ଆଣୁନାହାନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି। କେହି ଆପାର୍ଟମେଣ୍ଟ କିଣନ୍ତୁ ରାଜ୍ୟ ସରକାର କ’ଣ ଚାହୁଁନାହାନ୍ତି କି ବୋଲି ଏବେ ଘର କ୍ରେତା, ବିକ୍ରେତା ପ୍ରଶ୍ନ କଲେଣି।
କ୍ରେଡାଇର ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଡି.ଏସ୍ ତ୍ରିପାଠୀ କହିଛନ୍ତି ଯେ, ଆପାର୍ଟମେଣ୍ଟ କିଣାବିକା ବନ୍ଦ ହୋଇଥିବାରୁ ଏବେ ଉଭୟ କ୍ରେତା ଓ ରିଅଲଇଷ୍ଟେଟ୍ ବ୍ୟବସାୟୀ ଚାପରେ ଅଛନ୍ତି। ଲୋକ ଟଙ୍କା ଦେଇ ଘର ମାଲିକ ହୋଇପାରୁନାହାନ୍ତି, ଡେଭଲପର୍ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଘର ନିର୍ମାଣ କରିଥିଲେ ବି ବିକ୍ରି କରିପାରୁନାହାନ୍ତି। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏପରିକି ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ଏବଂ ରାଜ୍ୟ ସରକାର ଯେଉଁଭଳି ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍-୨୦୨୩’ ବିଧାନସଭାରେ ଆଗତ କରିଥିଲେ ଆମେ ଭାବିଥିଲୁ ସମସ୍ୟାର ସମାଧାନ ହୋଇଯିବ। ହେଲେ କାହିଁକି ରାଜ୍ୟ ସରକାର ସମସ୍ତଙ୍କୁ ଅନ୍ଧାରରେ ରଖିଛନ୍ତି ତାହା ଜଣାପଡ଼ୁନି। ଲୋକ ସେଲ୍ ଏଗ୍ରିମେଣ୍ଟରେ ଘର ବୁକିଂ କରୁଥିଲେ ବି ସେଲ୍ ଡିଡ୍ ହୋଇପାରୁନି। କେବଳ ୨୦୧୭ ମସିହା ପୂର୍ବରୁ ନିର୍ମାଣ େଶଷ େହାଇ କିଣାବିକା ହୋଇଥିବା ପୁରୁଣା ଆପାର୍ଟମେଣ୍ଟ ଯାହା ବିକ୍ରି ହୋଇପାରୁଛି।
ଶ୍ରୀ ତ୍ରିପାଠୀଙ୍କ କହିବାନୁଯାୟୀ, ଓରେରା ନିୟମ ଅନୁଯାୟୀ, ଗୋଟିଏ ପ୍ରକଳ୍ପରେ ୫୦% ଆପାର୍ଟମେଣ୍ଟ ବୁକିଂ ହେବା ପରେ ଓନର୍ସ ଆସୋସିଏସନ୍ ଗଠନ ହେବ। ଏହାକୁ କମନ୍ ଏରିଆ ପଞ୍ଜୀକରଣ କରାଯିବ।
ଏହାସହ ଆପାର୍ଟମେଣ୍ଟ ନିର୍ମାଣ ଶେଷ ହୋଇଥିବା ସେନେଇ ସାର୍ଟିଫିକେଟ୍ ଦେବା ପରେ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ ବୋଲି ନିୟମ ହୋଇଛି। କିନ୍ତୁ ଏଥିରେ କିଛି କେଁ ରଖି ଦିଆଯାଇଛି। ଯେପରି ଓରେରା ନିୟମ ଲାଗୁ ହେବା ପୂର୍ବରୁ ଅର୍ଥାତ୍ ୨୦୧୭ ପୂର୍ବରୁ ଯେଉଁ ପ୍ରକଳ୍ପ ଚାଲିଥିଲା ସେଥିରେ କିଛି ଆପାର୍ଟମେଣ୍ଟର କମନ୍ ଏରିଆ (କରିଡର, ସିଡି, ପାର୍କିଂ ଅଞ୍ଚଳ ଭଳି ସ୍ଥାନ)କୁ ଆପାର୍ଟମେଣ୍ଟ ମାଲିକଙ୍କ ନାମରେ ପଞ୍ଜୀକରଣ କରିଦିଆଯାଇଛି। ସେଗୁଡ଼ିକ ଏବେ ତ ସୋସାଇଟି ନାଁରେ ପଞ୍ଜୀକରଣ କରିହେବନି। ତେଣୁ ଏଗୁଡ଼ିକୁ ଛାଡ଼ କରିବାକୁ କୁହାଯାଇଥିଲା। ଏହା କେବଳ ନୂଆ ପ୍ରକଳ୍ପ ଉପରେ ଲାଗୁ କରିବାକୁ କୁହାଯାଇଥିଲା। ସେହିପରି ଓନର୍ସ ଆସୋସିଏସନ୍ ଏକ ଲାଭଜନକ ସଂସ୍ଥା ହୋଇନଥିବାରୁ ଏହା ନାମରେ ଯେଉଁ କମନ୍ ଏରିଆ ପଞ୍ଜୀକରଣ ହେବ ତାହା ଉପରେ ପଞ୍ଜୀକରଣ ଫି’ ଛାଡ଼ କରିବାକୁ କୁହାଯାଇଥିଲା। ହେଲେ ଏନେଇ କିଛି ସ୍ପଷ୍ଟ କରାଯାଇନି। ଏପଟେ ଆସନ୍ତା ଜୁଲାଇ ତୃତୀୟ ସପ୍ତାହରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଥିବାରୁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା କରିବା ବ୍ୟତୀତ ଆଉ କିଛି ବାଟ ଆମ ପାଖରେ ନାହିଁ।
ସେହିପରି ରାଜଧାନୀରେ ଆପାର୍ଟମେଣ୍ଟ କିଣିବା ପାଇଁ ବୁକିଂ କରିଥିବା ସୁମନ୍ତ ମିଶ୍ର କହିଛନ୍ତି ଯେ, ଆପାର୍ଟମେଣ୍ଟ ଦେବାକୁ ପ୍ରାୟ ୯୫% ଅର୍ଥ ବିଲଡର୍ ନେଇସାରିଲାଣି। ହେଲେ ଘର ମିଳୁନି। ଏପଟେ ଘର ଭଡ଼ା ବାବଦକୁ ମାସକୁ ୧୫ହଜାର ଟଙ୍କା କଟୁଛି, ସେପଟେ ଗୃହ ଋଣ ଇଏମ୍ଆଇ ବାବଦକୁ ମାସକୁ ୩୦ହଜାର ଟଙ୍କା କଟୁଛି। ଘର ଥାଇ ବି ଭଡ଼ା ଘରେ ରହୁଛୁ। ଘର ମିଳିନଥିଲେ ବି ବ୍ୟାଙ୍କ ବି ତ ଋଣ ଛାଡ଼ କରୁନି। ରାଜ୍ୟ ସରକାର ଏନେଇ ଚିନ୍ତା କରିବା ଦରକାର।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l