ରାଜ୍ୟ ସ୍ପେଶାଲ ରିପୋର୍ଟ

ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ: ମେ ୨୨ରୁ ଆରମ୍ଭ ହେବ ମନ୍ତ୍ରୀଙ୍କ ସମୀକ୍ଷା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ମେ’ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରିପରିଷଦର ସମସ୍ତ ମନ୍ତ୍ରୀଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇବା ସହ ରିପୋର୍ଟ କାର୍ଡ଼ ମାଗିଛନ୍ତି। ମେ’୨୨ରୁ ଜୁନ୍ ୧ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ହେବାକୁ ଥିବାବେଳେ ଏଥିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ସଚିବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗର ସଫଳତା ଏବଂ ଆଗାମୀ ଯୋଜନା ବିଷୟରେ ରିପୋର୍ଟ ଦେବେ। ଏହାସହିତ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମେ’୨୯ରେ ମନ୍ତ୍ରିପରିଷଦର ବୈଠକ ବସିବ ଓ ନିର୍ବାଚନୀ ଇସ୍ତାହାର ଅନୁସାରେ ହାସଲ କରିଥିବା ସଫଳତା ସମ୍ପର୍କରେ ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରାଯିବ କୁହାଯାଇଛି। ଏହା ପୂର୍ବରୁ ମନ୍ତ୍ରୀମାନେ ନିଜସ୍ତରରେ ବିଭାଗୀୟ ଅଧିକାରୀମାନଙ୍କ ସହ ବୈଠକ କରି ବିଭାଗର ସମୀକ୍ଷା କରିବାକୁ କୁହାଯାଇଛି।
ମିଳିଥିବା‌ ସୂଚନା ଅନୁଯାୟୀ, ମେ’ ୨୨ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟ ଓ ପଶୁସମ୍ପଦ), ନିରଞ୍ଜନ ପୂଜାରୀ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ), ମେ’ ୨୩ରେ ପ୍ରଫୁଲ୍ଲ ମଲ୍ଲିକ(ପୂର୍ତ୍ତ), ପ୍ରଦୀପ କୁମାର ଅମାତ(ଜଙ୍ଗଲ ଓ ପରିବେଶ), ଅତନୁ ସବ୍ୟସାଚୀ ନାୟକ (ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ), ମେ ୨୪ରେ ପ୍ରଦୀପ କୁମାର ଅମାତ୍(ପଞ୍ଚାୟତିରାଜ), ଟୁକୁନି ସାହୁ(ବାଣିଜ୍ୟ ଓ ପରିବହନ), ରୀତା ସାହୁ (ହସ୍ତତନ୍ତ ଓ ବୟନଶିଳ୍ପ), ମେ ୨୫ରେ ଟୁକୁନି ସାହୁ (ଜଳସମ୍ପଦ), ରୋହିତ ପୂଜାରୀ(ଉଚ୍ଚଶିକ୍ଷା), ରାଜେନ୍ଦ୍ର ଢ଼ୋଲକିଆ(ଯୋଜନା ଓ ସଂଯୋଜନ), ମେ’ ୨୬ରେ ଉଷା ଦେବୀ (ଗୃହନିର୍ମାଣ ଓ ନଗର ଉନ୍ନୟନ), ତୁଷାରକାନ୍ତି ବେହେରା(ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି), ମେ’ ୨୭ରେ ବାସନ୍ତୀ ହେମ୍ବ୍ରମ(ମିସନ ଶକ୍ତି), ପ୍ରୀତିରଞ୍ଜନ ଘଡ଼େଇ( ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା), ଶ୍ରୀକାନ୍ତ ସାହୁ (ଶ୍ରମ ଓ ଇଏସ୍‌ଆଇ), ମେ’ ୨୯ରେ ପ୍ରୀତିରଞ୍ଜନ ଘଡ଼େଇ (ଗ୍ରାମ୍ୟ ଉନ୍ନୟନ), ସମୀର ରଞ୍ଜନ ଦାଶ (ବିଦ୍ୟାଳୟ ଓ ଗଣଶିକ୍ଷା), ମେ’ ୩୦ରେ ଜଗନ୍ନାଥ ସାରକା (ଅନୁସୂଚିତ ଜାତି ଓ ଜନଜାତି), ପ୍ରମିଳା ମଲ୍ଲିକ(ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ), ମେ’ ୩୧ରେ ତୁଷାରକାନ୍ତି ବେହେରା( କ୍ରୀଡ଼ା ଓ ଯୁବବ୍ୟାପାର), ବାସନ୍ତୀ ହେମ୍ବ୍ରମ(ମହିଳା ଓ ଶିଶୁ ବିକାଶ), ପ୍ରତାପ କେଶରୀ ଦେବ(ଶକ୍ତି), ଜୁନ୍ ୧ରେ ପ୍ରତାପ କେଶରୀ ଦେବ (ଶିଳ୍ପ,ଏମ୍‌ଏସ୍‌ଏମ୍‌ଇ), ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ ଓ ସଂସ୍କୃତି), ଅଶୋକ ଚନ୍ଦ୍ର ପଣ୍ଡା (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ) ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।