ରାଜ୍ୟ

ଓଡ଼ିଆ ଭାଷାକୁ କେନ୍ଦ୍ରୀୟ ସଂସ୍ଥା ବି କଦର୍ଥ କରୁଛି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ ପରୀକ୍ଷାରେ ଓଡ଼ିଆ ଭାଷାକୁ କଦର୍ଥ କରାଯିବା ବିବାଦ ନ ଥମୁଣୁ ଏଭଳି ଆଉ ଗୋଟିଏ ବିବାଦୀୟ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ(ଭାରତୀୟ ଜ୍ଞାନ ପ୍ରଣାଳୀ)ର ଓଡ଼ିଆ ଭାଷା ଜ୍ଞାନ କିଭଳି, ତାହା ଜି-୨୦ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ରେ ଦେଖିବାକୁ ମିଳିଛି।

ସଂସ୍ଥା ପକ୍ଷରୁ ଦେଶର କେତେକ ଐତିହ୍ୟ କୀର୍ତ୍ତିରାଜିକୁ ପ୍ରଦର୍ଶନୀରେ ସ୍ଥାନିତ କରାଯାଇଛି। ତାମିଲନାଡ଼ୁର ମହାବଳୀପୁରମ୍‌ଠାରେ ଥିବା ‘ସୋର୍‌’ ମନ୍ଦିର, ତାଞ୍ଜାବୁର୍‌ରେ ଥିବା ‘ବିରାଧିବର’ ମନ୍ଦିର ପରି ଏକାଧିକ ଐତିହ୍ୟ ସମ୍ପର୍କରେ ପ୍ରଦର୍ଶନୀରେ ଉଲ୍ଲେଖ ହୋଇଛି। ମନ୍ଦିର ବିଷୟରେ କୁହାଯିବା ସହ କିଏ ନିର୍ମାଣ କରିଥିଲେ, ସେଥିରେ କ’ଣ ସବୁ ଦେଖିବା ଭଳି ଆକର୍ଷଣୀୟ ରହିଛି, ସେ ବିଷୟରେ ଦର୍ଶାଯାଇଛି। ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ ଭାଷାରେ ତଥ୍ୟଗୁଡ଼ିକ ଦର୍ଶକଙ୍କ ଲାଗି ଉପଲବ୍ଧ କରିବାକୁ ସଂସ୍ଥା ଯଥୋଚିତ ଉଦ୍ୟମ କରିଛି। ଇଂରାଜୀ ଓ ହିନ୍ଦୀ ଭାଷାର ତଥ୍ୟଗୁଡ଼ିକୁ ଦର୍ଶକ ପଢ଼ି ପାରୁଛନ୍ତି। ମାତ୍ର ଅନ୍ୟ କେଉଁ ଭାଷାରେ ତଥ୍ୟ ଉପସ୍ଥାପନ କରାଯାଇଛି, ତାହାକୁ କେହି ବୁଝିବା ତ ଦୂରର କଥା, ପଢ଼ି ବି ପାରୁନାହାନ୍ତି।

ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏହି ସଂସ୍ଥା ଓଡ଼ିଆ ଭାଷାରେ ତଥ୍ୟ ଉପସ୍ଥାପନ କରି ଓଡ଼ିଶାବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରି ଏବେ ଭାଣ୍ଡିଆ ହୋଇଛି। ଗୋଟିଏ ପୃଷ୍ଠାରେ ମନ୍ଦିର ବିଷୟରେ ସବିଶେଷ ତଥ୍ୟ ରହିଥିଲେ ମଧ୍ୟ ସେଥିରୁ ଗୋଟିଏ ଶବ୍ଦ କିମ୍ବା ବାକ୍ୟ କେହି ପଢ଼ି ପାରୁନାହାନ୍ତି। ବୁଝିବା ଦୂରର କଥା, ଭଲ ଭାବେ ଓଡ଼ିଆ ପଢ଼ିପାରୁଥିବା ବିଶେଷଜ୍ଞ ବି ଏହା କେଉଁ ଭାଷାରେ ଲେଖାଯାଇଛି ବୋଲି ଏବେ ପଚାରିବା ଆରମ୍ଭ କ‌ଲେଣି। ଷ୍ଟଲ୍‌ରେ ଥିବା ସଂସ୍ଥାର ଅଧିକାରୀମାନେ ବୁଲି ଆସିଥିବା ଦର୍ଶକଙ୍କୁ ଏହା ଓଡ଼ିଆ ଭାଷାରେ ଲେଖାଯାଇଥିବା କହୁଥିଲେ ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି। କେଉଁ ଓଡ଼ିଆ ବର୍ଣ୍ଣମାଳାରେ ଏଭଳି ଓଡ଼ିଆ ଶବ୍ଦ କି ବାକ୍ୟ ରହିଛି, ତାହା ପଚାରୁଛନ୍ତି।

ସଂସ୍ଥାର ଜ‌ଣେ ଅଧିକାରୀଙ୍କ କହିବାନୁଯାୟୀ, ‘ଗୁଗୁଲ୍‌ ଟ୍ରାନ୍ସଲେଟ୍‌’ ମାଧ୍ୟମରେ ଇଂରାଜୀ ବାକ୍ୟଗୁଡ଼ିକୁ ଓଡ଼ିଆରେ ଅନୁବାଦ କରାଯାଇଥିଲା। ସେଥିରେ ଯାହା ଦେଖାଇଥିଲା ତାହାକୁ ଛପାଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି। ଠିକ୍‌ ଅଛି କି ନାହିଁ, ଆମେ କହିପାରିବୁ ନାହିଁ। କାରଣ ଆମେ ଓଡ଼ିଆ ଭାଷା ବୁଝିପାରୁନୁ। ତେଣୁ ଗୁଗୁଲ୍‌ ଟ୍ରାନ୍ସଲେଟ୍‌ରୁ ଯାହା ଆସିଲା ତାହାକୁ ଏଠାରେ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଦର୍ଶାଇବାକୁ ପ୍ରୟାସ କରିଛୁ।

ଗୋଟିଏ ପରେ ଗୋଟିଏ ସଂସ୍ଥା ଓଡ଼ିଆ ଭାଷାକୁ ହତାଦର କରିବାକୁ ନେଇ ଭାଷାବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ସଂସ୍ଥା ଓଏସ୍‌ଏସ୍‌ସି ଠିକ୍‌ ଭାବେ ଓଡ଼ିଆରେ ପ୍ରଶ୍ନପତ୍ର କରିପାରୁ ନାହିଁ। ଅନ୍ୟପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ହୋଇଥିବା ବେଳେ ତାଙ୍କ ଅଧୀନ ବିଭାଗର ଗୋଟିଏ ସଂସ୍ଥା କିଭଳି ଭାବେ ଓଡ଼ିଆ ଭାଷାକୁ ଅଟ୍ଟହାସ୍ୟ କରୁଛି, ତାହା ଏବେ ଚିନ୍ତାର ବିଷୟ। ଇଂରାଜୀ ଓ ହିନ୍ଦୀ ଭାଷାରୁ ଓଡ଼ିଆରେ ଅନୁବାଦ କରିବାକୁ କ’ଣ ବିଶେଷଜ୍ଞଙ୍କ ଅଭାବ ଥିଲା ନା ଡିଜିଟାଲ୍‌ ନାଁ ନେଇ ଓଡ଼ିଆ ଭାଷାକୁ କଦର୍ଥ କରିବାକୁ ଉଦ୍ୟମ କରାଯାଉଛି ବୋଲି ଭାଷାବିତ୍‌ମାନେ ମତପୋଷଣ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।