ଅପରାଧ ରାଜ୍ୟ

ବିନା ପଞ୍ଜୀକରଣରେ ମାଳମାଳ ପାଥୋଲ୍ୟାବ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ବିନା ସ୍ବୀକୃତି ଓ ପଂଜୀକରଣରେ ଚାଲିଛି ରାଜ୍ୟରେ ମାଳମାଳ ପାଥୋଲାବ୍‌। ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କୁହାଯାଉଥିବା କଟକରୁ ଆସିଥିବା ତଥ୍ୟ ଏହାର ପ୍ରମାଣ ଦେଉଛି। ସରକାରୀ ରେକର୍ଡରେ ଯେତିକି ପାଥୋଲାବ୍ ରହିଥିବା ଦର୍ଶାଯାଉଛି ତାହାର ୧୦ ଗୁଣରୁ ଅଧିକ ପାଥୋଲାବ କଟକ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ରୋଗୀ କିନ୍ତୁ ଠିକଭୁଲ୍ ଜାଣି ନପାରି ଏଭଳି ଅଣସ୍ବୀକୃତ ପାଥୋଲାବ୍‌କୁ ଯାଇ ପରୋକ୍ଷରେ ଶୋଷଣର ଶିକାର ହେଉଛନ୍ତି। ଅନେକ କ୍ଷେତ୍ରରେ ଭୁଲ ରିପୋର୍ଟ ପାଇ ସମସ୍ୟାରେ ପଡୁଛନ୍ତି। ପାଥୋଲାବ ରିପୋର୍ଟ ଆଧାରରେ ଡାକ୍ତର ଚିକିତ୍ସା କରୁଥିବାରୁ ଭୁଲ ରିପୋର୍ଟ ରୋଗୀ ପାଇଁ ଅନେକ କ୍ଷେତ୍ରରେ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏଭଳି ଗୁରୁତର ପ୍ରସଙ୍ଗ ପ୍ରତି ସତର୍କ ଆଉ ସଚେତନ ହୋଇ ଚଢଉ କରିବା ବଦଳରେ ହାତ ବାନ୍ଧି ବସିଛି।

Midland Healthcare
ସରକାରୀ ରେକର୍ଡ ଅନୁଯାୟୀ କଟକ ଜିଲ୍ଲାରେ ଏବେ ୧୭୫ଟି ପାଥୋଲାବ୍‌ ରହିଛି। ସେଥିରୁ କଟକ ସହରରେ ୧୪୦ଟି ଓ ୧୪ଟି ବ୍ଲକ୍ ଅଞ୍ଚଳରେ ୩୫ଟି ପା‌ଥୋଲାବ୍‌ ରହିଛି। ଏଭଳି ତଥ୍ୟ କଟକର ସାଧାରଣ ଲୋକଙ୍କୁ ବି ସନ୍ଦେହରେ ପକାଉଛି। ସହରର ପ୍ରତି ଗଳିକନ୍ଦି, ଡାକ୍ତରଙ୍କ କ୍ଲିନିକରେ ରହିଛି ପାଥୋଲାବ୍‌। ଅସମର୍ଥିତ ସୂତ୍ର ଅନୁଯାୟୀ କେବଳ କଟକ ସହରର ମଙ୍ଗଳାବାଗ୍‌, ରାଣୀହାଟ, କାଠଗୋଲା ସାହିରେ ୪ଶହରୁ ଅଧିକ ପାଥୋଲାବ୍‌ ଚାଲିଛି। ବ୍ଲକ ଅଞ୍ଚଳରେ ବି ହାରାହାରି ଭାବେ ୨୦ରୁ ଅଧିକ ପାଥୋଲାବ ଖୋଲିଛି। ସାଲେପୁର, ଆଠଗଡ଼ ବ୍ଲକ୍‌ରେ ତ ୪୦ରୁ ଅଧିକ ପାଥୋଲାବ ଖୋଲିଛି। ଏଭଳି ଛତୁ ଫୁଟିଲା ପରି ପାଥୋଲାବ୍‌ ଥିଲେ ବି ସରକାରୀ ସଂଖ୍ୟା ୧୭୫ରେ ସୀମିତ ରହିବା ଘଟଣା ସମସ୍ତଙ୍କୁ ଚକିତ କରୁଛି। ଏଭଳି ବେଆଇନ କାରବାର ଯୋଗୁଁ ବିଭିନ୍ନ ପରୀକ୍ଷା ଓ ରିପୋର୍ଟ ନାଁରେ ରୋଗୀ ଠକାମିର ଶିକାର ହେଉଛନ୍ତି।

ଅଣ ସ୍ବୀକୃତ ତଥା ଅଣ ପଂଜୀକୃତ ପାଥୋଲାବ୍‌ ସଂପର୍କରେ ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍‌ ରହିଛି। କଟକରେ ଏଭଳି ମାଳ ମାଳ ଅଣସ୍ବୀକୃତ ବେଆଇନ ପାଥୋଲାବ୍ ରହିଥିବା ସମସ୍ତେ ଜାଣୁଥିଲେ ବି ତାହାର କିନ୍ତୁ ଯାଂଚ ହେଉନି। ପରୋକ୍ଷରେ ଏହା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।