ରାଜ୍ୟ

ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ଯୋଗୁ ଯନ୍ତ୍ରଣା: ଖରାରେ ସିଝୁଛନ୍ତି ଭକ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ପରେ ଭକ୍ତଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହୋଇଛି। ଯେଉଁ ଲକ୍ଷ୍ୟ ନେଇ ପ୍ରଶାସନ ଚାରିଦ୍ବାର ଦର୍ଶନ ବନ୍ଦ କରିଥିଲା, ତାହା ବିଫଳ ହୋଇଛି। ଓଲଟା ଭକ୍ତମାନଙ୍କୁ ପ୍ରଶାସନ ଦର୍ଶନ ପାଇଁ ଡହଡହ ଖରାରେ ସିଝିବାକୁ ବାଧ୍ୟ କରୁଛି। ଏଥିପାଇଁ ପ୍ରତିଦିନ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗୁଛି। ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି, ତିକ୍ତ ଅନୁଭୂତି ଓ ନକରାତ୍ମକ ଭାବନା ନେଇ ଫେରୁଛନ୍ତି। ଅଧିକ କଷ୍ଟ ପାଉଛନ୍ତି ପୁରୀ ସହରବାସୀ। ଚାରିଦ୍ବାର ଦର୍ଶନ ବନ୍ଦ ପରେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରୁଥିବା ପୁରୀ ସହରବାସୀ ଏହି ସୌଭାଗ୍ୟରୁ ବଞ୍ଚିତ ହେଉଛନ୍ତି। ସେବାୟତମାନେ ବି ପ୍ରଶାସନର ଏହି ବ୍ୟବସ୍ଥାକୁ ଦୃଢ଼ ବିରୋଧ କରୁଛନ୍ତି।

ପୂର୍ବରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରୁଥିଲେ। ଏଥିପାଇଁ କେବଳ ନିର୍ଦ୍ଦିଷ୍ଟ ପର୍ବପର୍ବାଣୀକୁ ଛାଡ଼ିଦେଲେ, ଅନ୍ୟ ସମୟରେ ଭକ୍ତମାନେ ଭଲରେ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଥିଲେ। କିନ୍ତୁ କୋଭିଡ୍‌ କଟକଣା ପରଠାରୁ ବିଭିନ୍ନ ଆଳରେ ଶ୍ରୀମନ୍ଦିର ପ୍ରଶାସନ ଚାରିଦ୍ବାର ଦର୍ଶନ ବନ୍ଦ କରି ଦେଇଛି। ପୂର୍ବତନ ଜିଲ୍ଲାପାଳ ବଲୱନ୍ତ ସିଂହ କୋଭିଡ୍‌ କଟକଣା ସମୟରେ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ ବିରୋଧ ପରେ ଏହି ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା। ପରେ ପୁନର୍ବାର ଏହି ବ୍ୟବସ୍ଥା ଲାଗୁ କରାଯିବାରୁ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ, ବଡ଼ଦାଣ୍ଡରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପ୍ରଶାସନ ଶେଷରେ ସେବାୟତ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ବ୍ୟବସ୍ଥାରେ ପରିବର୍ତ୍ତନ କଲା। ପରେ ପୁନର୍ବାର କୋଭିଡ୍‌ କଟକଣା ଲାଗୁ ହେବାରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ହୋଇଗଲା। ଯେବେ କଟକଣା ହଟିଲା ଓ ଦର୍ଶନ ଆରମ୍ଭ ହେଲା, ସେବେଠୁ କେବଳ ସିଂହଦ୍ବାର ଦେଇ ସମସ୍ତ ଭକ୍ତଙ୍କୁ ଛଡ଼ାଯାଉଛି।

ବାରମ୍ବାର ଦାବି ପରେ ପଶ୍ଚିମଦ୍ବାର ଦେଇ ପୁରୀ ସହରବାସୀଙ୍କୁ ପ୍ରବେଶ ବ୍ୟବସ୍ଥା କରାଗଲା। ମାତ୍ର ଅନ୍ୟ ଦୁଇ ଦ୍ବାରରେ ପ୍ରବେଶରେ କଟକଣା ରହିଛି। ତଥାପି ୯୦ ପ୍ରତିଶତ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି। ଏଭଳି ସ୍ଥିତିରେ ସିଂହଦ୍ବାରରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିବା ସ୍ବାଭାବିକ। ପର୍ବପର୍ବାଣୀ ସହ ଶନି ଓ ରବିବାରରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ତାତି ଅସହ୍ୟ ହେଉଥିବାବେଳେ ବ୍ୟବସ୍ଥା ନ ବଦଳିଲେ ଭକ୍ତ ଅଘଟଣର ଶିକାର ହେବା ନିଶ୍ଚିତ ବୋଲି ସେବାୟତମାନେ କହିଛନ୍ତି। ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ଅନ୍ୟ ତିନିଦ୍ବାର ବନ୍ଦ କରିଦେଲେ। ସିଂହଦ୍ବାର ଦେଇ ପୁରୀ ଲୋକଙ୍କୁ ଯିବାକୁ ବାଧ୍ୟ କରାଗଲା। ନିର୍ଦ୍ଦିଷ୍ଟ ଯାନିଯାତ୍ରା, ଯେଉଁ ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ସମ୍ଭାବନା ରହିଛି, ସେ ସମୟରେ ସିଂହଦ୍ବାର ଦେଇ ଦର୍ଶନ ବ୍ୟବସ୍ଥା ଲାଗୁ ହେଉ କିନ୍ତୁ ଅନ୍ୟ ସମୟରେ ଏହା ଲାଗୁ ନ ହେଉ ବୋଲି ଦାବି ହେଉଛି। ଏବେଠୁ ଯେଉଁଭଳି ପୁରୀବାସୀଙ୍କ ପାଇଁ କଟକଣା ଲାଗିଲାଣି, ଆଗକୁ ଲୋକେ ଘରକୁ କେମିତି ଫେରିବେ ସାନ୍ଦେହରେ ରହିଲେଣି। ଭକ୍ତଙ୍କ ପାଇଁ ଅନ୍ୟ ତିନି ଦ୍ବାର ବି ନିହାତି ଖୋଲାଯିବା ଦରକାର।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।