ରାଜ୍ୟ

ଓଡ଼ିଆ ଭାଷାକୁ କଦର୍ଥ: ଓଏସ୍‌ଏସ୍‌ସି ପରୀକ୍ଷା ବାତିଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି) ପକ୍ଷରୁ ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷାର ଓଡ଼ିଆ ଭାଷା ପ୍ରଶ୍ନପତ୍ରରେ ତ୍ରୁଟି ସାମ୍ନାକୁ ଆସିବା ପରେ ଏବେ ସମ୍ପୂର୍ଣ୍ଣ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଏ ସମ୍ପର୍କରେ ଓଏସ୍‌ଏସ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପଦବି ଲାଗି ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାର ଓଡ଼ିଆ ଭାଷାର ପ୍ରଶ୍ନପତ୍ର ଛପା ଯାଇଥିଲା। ପରୀକ୍ଷା ସମୟରେ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଦେଖିବାକୁ ମିଳିଥିଲା। ତାହାକୁ ନଜରରେ ରଖି ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନୁଷ୍ଠିତ ଏହି ପରୀକ୍ଷାକୁ ବାତିଲ୍‌ କରାଯାଉଛି। ପୁଣିଥରେ ପ୍ରିଲିମିନାରି ପରୀକ୍ଷା ଲାଗି ଖୁବ୍‌ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ।

ପରୀକ୍ଷାର୍ଥୀଙ୍କ ଏଭଳି ଅସୁବିଧା ଲାଗି ଓଏସ୍‌ଏସ୍‌ସି କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରି ନିଜ ଦାୟିତ୍ବ ସାରିଦେଇଛନ୍ତି। ଏତେ ବଡ଼ ପରୀକ୍ଷା କରାଯାଉଥିଲେ ମଧ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଭାଷା ପ୍ରତି କିଭଳି ସାମାନ୍ୟତମ ଜ୍ଞାନ ରହିଲା ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟି ଘଟଣାର ତଦନ୍ତ ହେଲା ନାହିଁ କି କୌଣସି ଅଧିକାରୀଙ୍କୁ ଉତ୍ତରଦାୟୀ କରାଗଲା ନାହିଁ। ଯଦି କୌଣସି ଘରୋଇ ସଂସ୍ଥା ଏଭଳି ତ୍ରୁଟି କରିଥା’ନ୍ତା, ତାହେଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଇଥା’ନ୍ତା କିମ୍ବା କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥା’ନ୍ତା। ମାତ୍ର ଓଏସ୍‌ଏସ୍‌ସିର ଅଧିକାରୀମାନେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳୁଥିଲେ ମଧ୍ୟ କାହାକୁ ଉତ୍ତରଦାୟୀ କରା ନ ଯିବା ଦୁଃଖର ବିଷୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣାରେ ‌ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଓଏସ୍‌ଏସ୍‌ସି ପରି ରାଜ୍ୟର ପ୍ରମୁଖ ସଂସ୍ଥାରେ ବାରମ୍ବାର ତ୍ରୁଟି ହେଉଛି ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି।

DNA India

ପରୀକ୍ଷା ବାତିଲ୍‌କୁ ନେଇ ଇଂରାଜୀ ଭାଷାର ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା, ଓଏସ୍‌ଏସ୍‌ସି ଭୁଲ୍‌ କରିବ। ଆଉ ସେଥିପାଇଁ ଆମକୁ ହଇରାଣ ହେବାକୁ ପଡ଼ିବ। ପୂର୍ବ ପରୀକ୍ଷାରେ ଯେଉଁଭଳି ଉତ୍ତର ଲେଖିଥିଲୁ, ଆଗକୁ ହେବାକୁ ଥିବା ପରୀକ୍ଷାରେ ସେଭଳି ହେବ ବୋଲି କିଛି ମାନେନାହିଁ। ଯଦି ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା, ତାହେଲେ ଇଂରାଜୀ ପ୍ରଶ୍ନପତ୍ରର ପରୀକ୍ଷାର୍ଥୀଙ୍କର କାହିଁକି ବାତିଲ୍‌ କରାଗଲା। ଏଥିରେ ଆମମାନଙ୍କର କ’ଣ ଭୁଲ୍‌ ରହିଲା ‌ବୋଲି ପରୀକ୍ଷାର୍ଥୀମା‌ନେ ପ୍ରଶ୍ନ କରିଛନ୍ତି।

ସୂଚନଯୋଗ୍ୟ ଯେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ ବୋଲି ଓଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରୀକ୍ଷାର୍ଥୀ ମଧ୍ୟ ସେହି ଅନୁଯାୟୀ ପ୍ରସ୍ତୁତ ହୋଇ କେନ୍ଦ୍ରକୁ ଆସିଥିଲେ। ମାତ୍ର ହଲ୍‌ ଭିତରେ ଓଡ଼ିଆ ଭ‌ାଷା ପ୍ରଶ୍ନପତ୍ର ଦେଖି ସେମାନଙ୍କ ମୁଣ୍ଡ ଘୂରେଇଗଲା। ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ କିମ୍ବା ଅନ୍ୟ କିଛି ଭାଷା ଥିଲା ତାହା ପରୀକ୍ଷାର୍ଥୀ ବୁଝିପାରି ନଥିଲେ। ପ୍ରଶ୍ନପତ୍ରର ଶବ୍ଦଗୁଡ଼ିକ ଠିକ୍‌ ନ ଥିଲା। ବାକ୍ୟ ବୁଝିବାକୁ ପରୀକ୍ଷାର୍ଥୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।