ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଉରକେଲା,: ଭାରତର ଅନ୍ୟତମ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ରାଉରକେଲାରେ ଏହାର ନୂଆ ସୋ’ରୁମ୍ର ଶୁଭାରମ୍ଭ କରାଯାଇଛି। ଉଦ୍ଘାଟନ ଉତ୍ସବରେ କମ୍ପାନିର ସିଇଓ ସଂଜୟ ରଘୁରମଣଙ୍କ ସହିତ ବଡ଼ ଆକର୍ଷଣ ଥିଲେ ବଲିଉଡ୍ ତାରକା ରଣବୀର କପୁର। ଏହା ହେଉଛି ଓଡ଼ିଶାରେ କମ୍ପାନିର ତୃତୀୟ ସୋ’ରୁମ୍। ଏହି ଅବସରରେ ରଣବୀର କହିଲେ, “ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଅଂଶ ହେବା ମୋ’ ପାଇଁ କୃତଜ୍ଞତାର ବିଷୟ। ଭରସା, ସ୍ୱଚ୍ଛତା ଓ ଗ୍ରାହକ କୈନ୍ଦ୍ରୀକତାର ମୌଳିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ଏଭଳି ଏକ ଲୋକପ୍ରିୟ ବ୍ରାଣ୍ଡ ସହିତ ସଂପୃକ୍ତ ହେବା ମୋ’ ପାଇଁ ଗର୍ବର ବିଷୟ।’’ ସୋ’ରୁମ୍ ଉଦ୍ଘାଟନ କରିବା ଅବସରରେ ଇସ୍ପାତ ସହରର ପ୍ରଶଂସକମାନଙ୍କ ସହିତ ଭାବ ବିନିମୟ କରିବାକୁ ନେଇ ରଣବୀର ଖୁବ୍ ଆନନ୍ଦ ପ୍ରକାଶ କରିଥିଲେ।
ସ୍ଥାନୀୟ ଲୋକେ କଲ୍ୟାଣ ଜୁଏଲର୍ସ ପ୍ରଦାନ କରୁଥିବା ଆକର୍ଷଣୀୟ ଗହଣା ସମ୍ଭାରକୁ ଉପଭୋଗ କରିବେ ବୋଲି ଆଶା ପ୍ରକାଶ କରିଥିଲେ। କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମେଶ କଲ୍ୟାଣରମଣ କହିଲେ, “ଏକ କଂପାନି ଭାବେ ଆମେ ଆଜି ଏକ ବଡ଼ ମାଇଲ ଖୁଣ୍ଟ ଅତିକ୍ରମ କରିଛୁ। ଗ୍ରାହକଙ୍କ ସପିଙ୍ଗ୍ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଏକ ସାମଗ୍ରିକ ପରିବେଶ ଗଠନ ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରିଛୁ। ରାଜ୍ୟରେ ଆମ ସଫଳତାର ଅଷ୍ଟମ ବର୍ଷ ପୂରଣ ଅବସରରେ ଓଡ଼ିଶାରେ ଆମର ତୃତୀୟ ସୋ’ରୁମ୍ର ଶୁଭାରମ୍ଭ ବିଷୟରେ ଘୋଷଣା କରି ଆମେ ଉଲ୍ଲସିତ।
ଆମେ ଆଗାମୀ ଦିନରେ ଏହିଠାରେ ବିଶ୍ୱାସ ଓ ସ୍ୱଚ୍ଛତାକୁ ନେଇ କଂପାନିର ମୂଳ ମୂଲ୍ୟବୋଧକୁ ବଜାୟ ରଖିବୁ।’’ ଉଲ୍ଲେଖନୀୟ ଯେ ଏହି ସୋ’ରୁମ୍ରେ ଏକ ବିଶ୍ୱ ସ୍ତରର ପରିବେଶରେ କଲ୍ୟାଣ ଜୁଏଲର୍ସ ସମ୍ଭାରର ବ୍ୟାପକ ଡିଜାଇନ୍ ରହିବ। ଏଠାରେ ମଧ୍ୟ ବଜାରରେ ସର୍ବନିମ୍ନ ଓ କମ୍ପାନିର ସବୁ ସୋ’ରୁମ୍ରେ ଉପଲବ୍ଧ ‘କଲ୍ୟାଣ ସ୍ପେସିଆଲ୍ ଗୋଲ୍ଡ ବୋର୍ଡ ରେଟ୍’ ଲାଗୁ ହେବ। ସୋ’ରୁମର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଂରେ ଗ୍ରାହକଙ୍କ ଅଧା କିଣାମୂଲ୍ୟ ଉପରେ ଶୂନ୍ ଗଢ଼ାମୂଲ୍ୟ ଭଳି ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ। ଏହି ଅବସରରେ କମ୍ପାନି ପକ୍ଷରୁ କୁହା ଯାଇଛି ଯେ କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଓ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତିକରେ।
ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଞ୍ଜ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଣ୍ଟି ପ୍ରଦାନ କରେ। ଏହି ସୋ’ରୁମ୍ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍ ଲିଲା-ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା, ତେଜସ୍ୱୀ-ପୋଲକି ଗହଣା, ମୁନ୍ଧ୍ରା-ହାତତିଆରି ଆଂଟିକ୍ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍ସିଂ ହୀରା, ଜିଆ-ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ୱତନ୍ତ୍ର ଅବସର ପାଇଁ ହୀରା, ମହୁରତ-ବିବାହ ଗହଣା, ରଙ୍ଗ-ପ୍ରିସିଅସ୍ ଷ୍ଟୋନ୍ ଗହଣା ଆଦି ରହିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l