ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଙ୍ଗାନିଜ୍ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ଅଭିଯୋଗ: ଉଚ୍ଚମାନର ଖଣିକୁ ନିମ୍ନମାନର ଦେଖାଇ ଲୁଟ୍!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଜ୍ୟରେ ମାଙ୍ଗାନିଜ୍ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ରାଜ୍ୟରେ କିପରି ଉନ୍ନତମାନର ମାଙ୍ଗାନିଜ୍‌କୁ ନିମ୍ନମାନର ଦେଖାଇ ଚାଲାଣ କରାଯାଉଛି ଏବଂ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ସେନେଇ ଆଜି ଅପରାଜିତା ତଥ୍ୟ ପ୍ରମାଣ ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି ଯେ, କେନ୍ଦ୍ର ସରକାର ଓଡ଼ିଶାରେ ନୂତନ ଭାବେ ନିଲାମ ହୋଇଥିବା କେତେକ ଖଣିର ଦୁର୍ନୀତି ଓ ଅନିୟମିତତା ନେଇ ଏପ୍ରିଲ ୬ରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏଥିରେ କିପରି ରାଜ୍ୟ ସରକାର ଓ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ଚାଲିଛି ଏବଂ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଯୋଗୁ ହଜାର ହଜାର କୋଟିର ଦୁର୍ନୀତି ହୋଇଛି ତାହା ଜଣାପଡ଼ିଛି।

ଖଣି ଲିଜ୍‌ଧାରୀଙ୍କ ସହ ଅନୈତିକ ବୁଝାମଣା ହୋଇଛି : ଅପରାଜିତା
କେନ୍ଦ୍ର ସରକାର ଚିଠି କରିବା ପରେ ବି ଉତ୍ତର ଦେଉନି ରାଜ୍ୟ

The Northern Miner

ରାଜ୍ୟରେ ଖଣି ବ୍ୟବସାୟୀମାନେ ଭଲ ଗ୍ରେଡର ଲୁହା, ମାଙ୍ଗାନିଜ, କ୍ରୋମ ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ କମ୍‌ ମୂଲ୍ୟରେ ବିକ୍ରୟ କରୁଥିବା ଦର୍ଶାଉଥିବାରୁ ରୟାଲଟି ବାବଦକୁ ଅଧିକ ଅର୍ଥ ମିଳୁନି। ଡିଏମ୍‌ଏଫ୍‌ ଓ ଏନ୍‌ଏମ୍‌ଇଟିକୁ ଆବଶ୍ୟକୀୟ ଦେୟ ଫାଙ୍କୁଛନ୍ତି। ଯିଏ ହଜାରେ, ଦୁଇ ହଜାର ଟଙ୍କା ଲାଞ୍ଚ ନେଉଛି ତାକୁ ଗିରଫ କରି ସ୍ବଚ୍ଛ ସରକାର ଚାଲିଛି ବୋଲି କହୁଛନ୍ତି। ହେ‌େଲ ପ୍ରତିଦିନ ଯେଉଁଠି ଶହଶହ କୋଟିର ଦୁର୍ନୀତି ହେଉଛି ସେନେଇ କାହିଁକି ରାଜ୍ୟ ସରକାର ଚୁପ୍ ରହିଛନ୍ତି? ଖଣି ବ୍ୟବସାୟୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭିତିରି ବୁଝାମଣା ଯୋଗୁ ରାଜ୍ୟର ବିକାଶ ହେଉନି ବୋଲି ଅପରାଜିତା କହିଛନ୍ତି।

କିପରି ଖଣି ଦୁର୍ନୀତି ହେଉଛି ତା’ର ଉଦାହରଣ ଦେଇ ଅପରାଜିତା କହିଥିଲେ, ଯେଉଁ ମାଙ୍ଗାନିଜ ଖଣିରୁ ୨୫% ମାଙ୍ଗାନିଜ
ଧାତୁରୁ କମ୍ ଅନୁପାତରେ ଧାତୁ ଥାଏ ତାହାକୁ ନିମ୍ନ ଧାତୁ କୁହାଯାଏ। ଏହାର ଟନ୍ ପିଛା ୨୮୯୬ଟଙ୍କା ଧାର୍ଯ୍ୟ ହୋଇଛି। ୨୫ରୁ ୩୫% ଧାତୁ ଥିଲେ ଟନ୍ ପିଛା ୭୧୭୪ଟଙ୍କା ଏବଂ ୩୫ରୁ ୪୬% ଥିଲେ ଟନ୍ ପିଛା ୧୦୩୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି। ହେଲେ ଅଧିକାଂଶ ମାଙ୍ଗାନିଜ୍‌କୁ ନିମ୍ନମାନର ଦର୍ଶାଇ ୨୮୯୬ଟଙ୍କା ହିସାବରେ ରୟାଲଟି ଏବଂ ସମସ୍ତ ଧାର୍ଯ୍ୟ ଦେୟ ଦିଆଯାଉଛି।

ଯେତେବେଳେକି ଅଧିକାଂଶ ସ୍ଥାନରେ ୨୫ରୁ ୩୫% ଧାତୁ ଥିବା ମାଙ୍ଗାନିଜ୍ ମିଳୁଛି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ କମ୍‌ ଧାତୁ ଥିବା ମାଙ୍ଗାନିଜ୍ ଖଣି ଦର୍ଶାଯାଇଛି। ଯାହାର ଉଦାହରଣ ହେଉଛି ସିଲଜୋରା କାଲିମାଟି ଖଣି। ଏଠାରେ ନିଲାମ ପୂର୍ବରୁ ଲୋ-ଗ୍ରେଡ ମାଙ୍ଗାନିଜ ସର୍ବନିମ୍ନ ୪.୮୬%ରୁ ୪୦% ଥିବା ଦର୍ଶାଯାଇଥିବାବେଳେ ପରେ ଏହାକୁ ୨୦୨୦-୨୧ରୁ ଦୁଇ ବର୍ଷରେ ଯଥାକ୍ରମେ ୯୮% ଓ ୯୬% ଦର୍ଶାଇ ଦୁର୍ନୀତି କରିବାର ଉପାୟ ଅବଲମ୍ବନ କରାଯାଇଛି। ଖଣି ନିଲାମଧାରୀ ଓ ଟ୍ରେଡର ମିଶି ଯାଇଥିବାରୁ ଉନ୍ନତମାନର ମାଙ୍ଗାନିଜ୍ ପରିବହନ ହେଉଥିବା ନେଇ ଜଣାପଡ଼ୁନି। ଏପରିକି ନିମ୍ନ ମାନର ମାଙ୍ଗାନିଜ୍ ଉତ୍ପାଦନ ହେଉଥିବା ଦର୍ଶାଉଥିଲେ ବି ଅଧିକ ମୂଲ୍ୟରେ ଉନ୍ନତମାନର ମାଙ୍ଗାନିଜ୍ ବିକ୍ରି କରାଯାଉଛି। ଏହାଦ୍ବାରା ରାଜ୍ୟ ସରକାର ୧ଲକ୍ଷ ଟନ୍ ପିଛା ପ୍ରାୟ ୫୦୦କୋଟିରୁ ୮୬୪କୋଟି ଟଙ୍କା ପ୍ରିମିୟମ୍ ଓ ବିଡିଂ ଅର୍ଥ ହରାଉଛନ୍ତି। ଡିଏମ୍‌ଫ୍‌ରେ ବି ୬୪ରୁ ୧୧୧ କୋଟି ପର୍ଯ୍ୟନ୍ତ କମ୍‌ ଅର୍ଥ ଜମା ହେଉଛି।

Wikipedia

ରାଜ୍ୟ ସରକାର ଏସବୁ ଜାଣିକି ବି ପଦକ୍ଷେପ ନେଉନାହାନ୍ତି। ଏପରିକି ଶାହା କମିସନଙ୍କ ରିପୋର୍ଟ ପରେ ରାଜ୍ୟ ସରକାର ଖଣି ଦୁର୍ନୀତି ନିବାରଣ ପାଇଁ ଯେଉଁ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା ତାହା ହେଉନି। ଖଣି ଚୋରି ରୋକିବାକୁ ଏସ୍‌ଓପି ଜାରି କରିବାର ନିୟମ ଥିଲେ ବି ଓଡ଼ିଶାରେ ତାହା ହେଉନି। ଆଇନ ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ରାଜ୍ୟ ସରକାରଙ୍କ କ୍ଷମତା ଥିଲେ ବି ଖଣି ମାଲିକଙ୍କ ଲିଜ୍ ରଦ୍ଦ କରିବା ପରିବର୍ତ୍ତେ ଦୁର୍ନୀତି କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉଛି।

ଅତୀତରେ ଉଚ୍ଚ ନ୍ୟାୟାଳୟ ଏବଂ ମାଇନିଂ ଟ୍ରିବ୍ୟୁନାଲରୁ ରହିତାଦେଶ ଆଣିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦେଇଥିବାର ପ୍ରମାଣ ରହିଛି। ଖଣି ଲିଜ୍‌ଧାରୀମାନେ ରାଜ୍ୟ ସରକାର ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକି ଚାଲିଛନ୍ତି, ଅଥଚ ସେମାନଙ୍କ ଲିଜ୍ କାହିଁକି ରଦ୍ଦ କରାଯାଇନାହିଁ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।