ଅପରାଧ ରାଜ୍ୟ

ମହିଳାଙ୍କୁ ନିର୍ଯାତନା ଦେଉଛନ୍ତି ମାଓବାଦୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ

ନବରଙ୍ଗପୁର : ମାଓବାଦୀ ଶିବିରରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ମାଓବାଦୀଙ୍କ ଜବତ ସାମଗ୍ରୀ ତାହାର ଏକ ବଡ଼ ପ୍ରମାଣ। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ନବରଙ୍ଗପୁର ଏସ୍‌ପି ଏସ୍‌.ସୁଶ୍ରୀ। ମାଓବାଦୀଙ୍କ ବଡ଼ ହିଂସାକାଣ୍ଡକୁ ଯବାନମାନେ ରୋକିବାରେ ସଫଳ ହୋଇଥିବା ଏବଂ ଜବତ ସାମଗ୍ରୀ ସମ୍ପର୍କରେ ସୂଚନା ଦେବା ଅବସରରେ ଏସ୍‌ପି ଏହା କହିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁସାରେ, ମୈନପୁର-ନୌପଡ଼ା ଡିଭିଜନ୍‌ର ଉଦନ୍ତି ଏଲ୍‌ଜିଏସ୍‌ର ଏହି କ୍ୟାମ୍ପ ସ୍ଥାପନ କରି ବଡ଼ ଯୋଜନା କରୁଥିଲା। ଅଧଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟ ପରେ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ ମୁରଲୀ, ଏସ୍‌ସିଏମ୍‌ କାର୍ତ୍ତିକ, ଏସ୍‌ସିଏମ୍‌ ଗୁଡୁ, ଏସିଏମ୍ ଆକାଶ, ଏସିଏମ୍‌ ନନ୍ଦଲାଲ ସମେତ ପ୍ରାୟ ୨୫ଜଣ ମାଓବାଦୀ ଖସି ପଳାଇଥିଲେ। କ୍ୟାମ୍ପ୍‌ରେ ପ୍ରାୟ ୫ଜଣ ମହିଳା ମାଓବାଦୀ ରହିଥିଲେ। ଜବତ ସାମଗ୍ରୀରେ ଦୁଇଟି ବନ୍ଧୁକ, ମାଦକ ଦ୍ରବ୍ୟ, ଲିଫଲେଟ୍, ବ୍ୟାନର, କୋଡେକ୍ସ ତାର, ଡିଟୋନେଟର, ସୋଲାର ପ୍ଲେଟ୍, ବ୍ୟାଟେରି, ଦୁଇଟି ଟାଙ୍ଗିଆ ବ୍ୟତୀତ ଅବ୍ୟବହୃତ କଣ୍ଡମ, ଗର୍ଭ ପରୀକ୍ଷା କିଟ୍, ଚାଦର, ରୋଷେଇ ସାମଗ୍ରୀ ରହିଛି। ଏଥିରୁ ଆଶଙ୍କା କରାଯାଉଛି ହିଂସା ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀ ଜମା ହୋଇଥିଲେ। କଣ୍ଡୋମ ଏବଂ ଗର୍ଭ ପରୀକ୍ଷା କିଟ୍‌ ମିଳିଥିବାରୁ ମହିଳା ମାଓବାଦୀଙ୍କୁ ‌‌‌ଶିବିରରେ ଯୌନ ନିର୍ଯାତନା ଦିଆଯାଉଥିବା ଅନୁମାନ କରାଯାଉଛି।

ସେପଟେ , ମାଓ ସଂଗଠନରେ ଛତିଶଗଡ଼ ପଟୁ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଥିବାରୁ ମିଲିସିଆ ମଧ୍ୟ ସକ୍ରିୟ ହୋଇ ଯାଇଛନ୍ତି। ଏଥିପାଇଁ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ସମନ୍ବୟ ରକ୍ଷା କରି ପରିସ୍ଥିତିର ଅନୁଧ୍ୟାନ କରାଯାଉଛି। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ନିୟମିତ କମ୍ବିଂ ଅପରେସନ୍ ଚାଲୁରହିଛି ବୋଲି ଏସ୍‌ପି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।