ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଓ ଆକ୍ରମଣ: ଓଡ଼ିଶା ସୀମାରେ ହାଇ ଆଲର୍ଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କୋରାପୁଟ: ଛତିଶଗଡ଼ର ଦାନ୍ତେୱାଡ଼ାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୧୧ ଯବାନ୍ ସହିଦ୍ ହେବା ପରେ କୋରାପୁଟରେ ହାଇଆଲର୍ଟ ଜାରି କରାଯାଇଛି। ପଡୋଶୀ ଜିଲ୍ଲା ନବରଙ୍ଗପୁର, ମାଲକାନଗିରିକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ଜିଲ୍ଲା ତଥା ପଡୋଶୀ ରାଜ୍ୟ ସୀମାନ୍ତ ଉପରେ ତୀକ୍ଷଣ୍ ନଜର ରଖି ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମାଓବାଦୀଙ୍କ ସମସ୍ତ ପ୍ରକାର ଅଘଟଣକୁ ଏଡାଇବା ପାଇଁ ଜିଲ୍ଲା ପୁଲିସ୍, ଏସଓଜି ଓ ଡିଭିଏଫ୍ ଯବାନ ପ୍ରସ୍ତୁତ ଥିବା କହିଛନ୍ତି କୋରାପୁଟ ଏସପି ଅଭିନଭ ସୋନକାର।

ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ୍ କରିଛି ପୁଲିସ୍। ରାଜ୍ୟ ସୀମାନ୍ତରେ ନାକା ଲଗାଇ ଯାଞ୍ଚକୁ କଡାକଡ଼ି କରିଛି ପୁଲିସ୍। ଗୁଇନ୍ଦା ସୂଚାନନୁଯାୟୀ, ମାଓବାଦୀଙ୍କ ଗତିବିଧି ଉପରେ ପୁଲିସ୍ ନଜର ରଖିବା ସହ କମ୍ବିଂ ଅପରେସନ୍ ଆରମ୍ଭ କରିଛି। ନବରଙ୍ଗପୁର-ଛତିଶଗଡ଼ ସୀମାରେ ମଧ୍ୟରେ ପୁଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାରୁ ପୁଲିସ୍ ମାଓ ମୁକାବିଲାକୁ ଜୋରଦାର୍ କରିଛି। ଆନ୍ଧ୍ର-ଛତିଶଗଡ଼ ପୁଲିସ୍ ମଧ୍ୟ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିବା ଜଣା ପଡିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।