ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷେ ପରେ ମେଧାବୀଙ୍କୁ ମିଳିବ ଲାପ୍‌ଟପ୍‌ ଟଙ୍କା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନରେ ୨୦୨୨ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶକୁ ବର୍ଷେ ବିତିଲାଣି। ଉଚ୍ଚଶିକ୍ଷା ପାଇଁ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶ ବାହାରକୁ ଯାଇସାରିଥିବା ବେଳେ ଏବେ ମେଧାବୀଙ୍କୁ ଲାପ୍‌ଟପ୍‌ ବାବଦ ଟଙ୍କା ବାଣ୍ଟିବାକୁ ରାଜ୍ୟ ସରକାରଙ୍କ ମନେ ପଡ଼ିଛି। ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ବାର୍ଷିକ ଯୁକ୍ତ୨ ପରୀକ୍ଷା, ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ଉପଶାସ୍ତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବାବଦରେ ଅର୍ଥ ପ୍ରଦାନ କରାଯିବ। ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୋଗ୍ୟ ବିବେଚିତ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ କିଣିବା ଲାଗି ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ।

୨୦୧୩ରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଲାପ୍‌ଟପ୍‌ ବଣ୍ଟନ ହେଉଥିଲା। ୨୦୧୯-୨୦ ଶିକ୍ଷାବର୍ଷ ମଧ୍ୟରେ ବିଭିନ୍ନ କମ୍ପାନିର ଲାପ୍‌ଟପ୍‌ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା। ମାତ୍ର ଉଚ୍ଚଶିକ୍ଷା ବିଭାଗର ଅବହେଳା ଲାଗି ବହୁ ମେଧାବୀ ଲାପ୍‌ଟପ୍‌ ନେବାକୁ ଆସି ନ ଥିଲେ। କେତେବେଳେ ଲାପ୍‌ଟପ୍‌ର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଥିଲା ତ ଆଉ କେତେବେଳେ ବଣ୍ଟନ ପ୍ରକ୍ରିୟାର ବିଳମ୍ବକୁ ନେଇ ମେଧାବୀ ସ୍ବର ଉଠାଇଥିଲେ। ବହୁ ଲାପ୍‌ଟପ୍‌ ନୋଡାଲ ସେଣ୍ଟରରେ ବର୍ଷାଧିକ କାଳ ପଡ଼ି ଖତ ହୋଇଥିଲା। ବାରମ୍ବାର ଡାକିବା ସତ୍ତ୍ବେ ମେଧାବୀ ଆସି ନ ଥିଲେ କି ଲାପ୍‌ଟପ୍‌ ଗ୍ରହଣ କରି ନଥିଲେ। ଯେଉଁଥିପାଇଁ ୨୦୨୦-୨୧ ଶିକ୍ଷାବର୍ଷରୁ ଲାପ୍‌ଟପ୍‌ ବାବଦରେ ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପର୍ଯ୍ୟାୟକ୍ରମେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଛି। ୨୦୧୩-୧୪ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ୧ ଲକ୍ଷ ୫ ହଜାର ୨୦୩ଟି ଲାପ୍‌ଟପ୍‌ ବଣ୍ଟନ ହୋଇଥିଲା। ଯେଉଁଥିରେ ଆସର୍‌, ଏଚ୍‌ପି, ଲିନୋଭ ପରି କମ୍ପାନିର ଲାପ୍‌ଟପ୍‌ ଥିଲା। ୭ବର୍ଷରେ ଏବାବଦରେ ୨୪୦ କୋଟି ୮୮ ଲକ୍ଷ ୮ହଜାର ୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତବର୍ଷ ୧୫ ହଜାର ଲାପ୍‌ଟପ୍‌ ବାବଦରେ ୪୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ସେଥିରୁ କେତେଜଣ ‌ମେଧାବୀ ଟଙ୍କା ନେବାକୁ ପଞ୍ଜୀକରଣ କରି ନ ଥିଲେ। ଏଥର ମଧ୍ୟ ସମାନ ସଂଖ୍ୟକ ଅର୍ଥ ମେଧାବୀଙ୍କୁ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

୨୦୨୧-୨୨ ଶିକ୍ଷାବର୍ଷରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ www.dhe.odisha.gov.in ଓ www.scholarship.odisha.gov.in ରେ ଉପଲବ୍ଧ କରାଯିବ। ଉକ୍ତ ଛାତ୍ରଛାତ୍ରୀ www.scholarship.odisha.gov.in ମାଧ୍ୟମରେ ନିଜ ଆଧାର ନମ୍ବର ଓ ଆଧାର ସହ ‌ସଂଯୋଗ ହୋଇଥିବା ମୋବାଇଲ୍‌ ନମ୍ବର ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ନୂତନ ମାର୍ଗଦର୍ଶିକା ଅନୁଯାୟୀ ମେଧାବୀ ଛାତ୍ରଛାତ୍ରୀ ଏପ୍ରିଲ ୫ରୁ ମେ’ ୩୧ ମଧ୍ୟରେ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଦିନକ ପରେ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଏବେ ସୁଦ୍ଧା ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ତାଲିକା ଉପଲବ୍ଧ କରାଯାଇ ନାହିଁ। ଆବେଦନ ସରିବାର କେତେ‌ଦିନ ମଧ୍ୟ‌ରେ ଟଙ୍କା ପ୍ରଦାନ କରାଯିବ ସେନେଇ କୌଣସି ସୂଚନା ଦିଆଯାଇ ନ ଥିବାରୁ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।