ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିନକ ପରେ ଖୋଲିବ ଜିନ୍ଦଲ ଖଣି, ୫ ବର୍ଷ ପରେ ଖଣିକୁ ଫେରିବେ ୫୦ କର୍ମଚାରୀ ଓ ୧୫୦ ଶ୍ରମିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କାଳିଆପାଣି : ଦିନକ ପରେ ଅର୍ଥାତ୍‌ ଆସନ୍ତା ୨୬ରେ ଜିନ୍ଦଲ ଷ୍ଟେନଲେସ୍ କାଳିଆପାଣି କ୍ରୋମାଇଟ୍‌ ଖଣି ଖୋଲିବ। ୫ ବର୍ଷ ୨ ମାସ ପରେ ପ୍ରତ୍ୟକ୍ଷ ଖଣିକାର୍ଯ୍ୟରେ ଯୋଗଦେବେ ୫୦ ଖଣି କର୍ମଚାରୀ ଓ ବିଭିନ୍ନ ବର୍ଗର ଦେଢ଼ଶହରୁ ଅଧିକ ଖଣି ଶ୍ରମିକ।

ସୂଚନା ଅନୁସାରେ, ସୋମବାର ଦିନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରଠାରେ ଏ ସଂକ୍ରାନ୍ତୀୟ ଦ୍ବିପାକ୍ଷିକ ବୈଠକରେ ଖଣି ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ବୈଠକରେ ଜିନ୍ଦଲ ପକ୍ଷରୁ ଆବାସିକ ନିର୍ଦ୍ଦେଶକ ଶିବରାମ କ୍ରିଷ୍ଣା ଓ ବରିଷ୍ଠ ବିତ୍ତ ପ୍ରବନ୍ଧକ ରମିୟ ରଞ୍ଜନ ରାୟ ଏବଂ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ପକ୍ଷରୁ ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର, ଶ୍ରମିକ ପ୍ରତିନିଧି ସୁବାସ ଚନ୍ଦ୍ର ପରିଡ଼ା ଓ ଚନ୍ଦ୍ର ମହାନ୍ତ ଉପସ୍ଥିତ ରହି ଖଣି ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୁଧବାର ଦିନ ଖଣିରେ ପୂଜାପାଠ ପରେ ପ୍ରାଥମିକ ପଦକ୍ଷେପ ସ୍ବରୂପ କ୍ରୋମ୍‌ ପରିବହନ କରାଯିବ ବୋଲି ଜିନ୍ଦଲ ପକ୍ଷରୁ କୁହାଯାଇଛି। ଏଥିସହ ୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବା ସହ ସଂପୃକ୍ତ ଆଶାୟୀ କର୍ମଜୀବୀ ପରିବାର ଓ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୮୯ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଜିନ୍ଦଲ କାଳିଆପାଣି କ୍ରୋମାଇଟ୍‌ ଖଣିର ଲିଜ୍ ଅବଧି ୨୦୫୨ ମସିହା ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ଜଙ୍ଗଲ ଓ ପରିବେଶ ମଞ୍ଜୁରି ଅଭାବରୁ ଏହା ୨୦୧୮ ମସିହା ଫେବ୍ରୁଆରି ମ‌ାସରୁ ବନ୍ଦ ରହିଥିଲା। ସେଦିନରୁ ୧୩୦ ଜଣ ​ବୋଝେଇ ଶ୍ରମିକଙ୍କ ସମେତ ୨ଶହରୁ ଅଧିକ ଶ୍ରମିକ ଓ ଖଣି କର୍ମଚାରୀ ରୋଜଗାର ହରାଇଛନ୍ତି। ଲେ’ଅଫ୍‌ରେ ଥିବା ୩୧ ଜଣ ସ୍ଥାୟୀ କର୍ମଚାରୀଙ୍କୁ କମ୍ପାନି ମୂଳ ବେତନର ୫୦ ପ୍ରତିଶତ ପ୍ରଦାନ କରିଆସୁଥିଲା। ଆସନ୍ତା ୨୬ ତାରିଖରୁ ଏହି କର୍ମଚାରୀମାନେ କର୍ମକ୍ଷେତ୍ରକୁ ଫେରିବା ସହ ପୂର୍ଣ୍ଣ ବେତନ ପାଇବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ସେହିପରି ଖଣି ଷ୍ଟାକ୍‌ୟାର୍ଡରେ ଗଚ୍ଛିତ ଥିବା ୧୨ ହଜାର ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଓର୍ ପର୍ଯ୍ୟାୟ କ୍ରମେ କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ କମ୍ପାନିର ନିଜସ୍ବ କାରଖାନାକୁ ପରିବହନ କରାଯିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।