ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ା ଉପନିର୍ବାଚନ: କୁଆଡ଼େ ଯାଉଛି ସାଂସଦଙ୍କ ଭୋଟ୍?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେ ରାଜନୀତି ସରଗରମ। ପିଛିଲା ନିର୍ବାଚନଗୁଡ଼ିକର ଫଳାଫଳକୁ ବିଶ୍ଳେଷଣ କରି କିଭଳି ଭାବରେ ଚଳିତ ଉପନିର୍ବାଚନରେ ଅଧିକରୁ ଅଧିକ ଭୋଟ୍‌ ହାତେଇ ପାରିବେ‌ ସେ ନେଇ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ବିଜେଡିକୁ ବ୍ୟାକ୍‌ଫୁଟରେ ରଖି ଝାରସୁଗୁଡ଼ାରୁ ୨୦୨୪ ଦଖଲ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରୁଛି ବିଜେପି। ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ସାଂସଦଙ୍କ ଖାତାକୁ ଯାଇଥିବା ଭୋଟ୍‌ ବିଧାନସଭା ପ୍ରାର୍ଥୀଙ୍କୁ ମିଳୁ ନ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଖୋଦ୍‌ ବିଜେପି ଏବେ ଚିନ୍ତାରେ। କୁଆଡ଼େ ଯାଉଛି ସାଂସଦଙ୍କ ଭୋଟ୍‌? ସାଂସଦଙ୍କୁ ଭୋଟ୍‌ ଦେଇଥିବା ବିଜେପି ସମର୍ଥକ ଉପନିର୍ବାଚନ ବେଳକୁ ଦଳକୁ ଅଣଦେଖା କାହିଁକି କରୁଛନ୍ତି? ତାକୁ ନେଇ ଏବେ ଦଳରେ ଆଲୋଚନା ଆରମ୍ଭ ହୋଇଛି।

India Today

ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ଼ ଲୋକସଭା କ୍ଷେତ୍ରରେ ଆସୁଥିବାରୁ ଏହି ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିଛି। ୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା କ୍ଷେତ୍ରରୁ ସୁରେଶ ପୂଜାରୀ ୫ ଲକ୍ଷ ୨୧ ହଜାର ୨୪୫ ଭୋଟ୍‌ ସହିତ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ବିଜୁ ଜନତା ଦଳ ୪୧.୪୫ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପୂଜାରୀ ୪୬.୫୮ ପ୍ରତିଶତ ଭୋଟ୍‌ ପାଇଥିଲେ। ଯାହା କି ବିଜେପି ପାଇଁ ବେଶ୍‌ ସଫଳତା ଆଣିଦେଇଥିଲା। ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ବିଧାନସଭା କ୍ଷେତ୍ର ବିଜେପୁର, ବ୍ରଜରାଜନଗର ଓ ପଦ୍ମପୁରରେ ଉପ ନିର୍ବାଚନ ହୋଇସାରିଥିବା ବେଳେ ଝାରସୁଗୁଡ଼ା ହେଉଛି ଚତୁର୍ଥ ଉପନିର୍ବାଚନ। ମାତ୍ର ବିଗତ ୩ ବିଧାନସଭା ଉପନିର୍ବାଚନର ଫଳାଫଳକୁ ବିଶ୍ଲେଷଣ କଲେ ସାଂସଦଙ୍କୁ ଭୋଟ୍‌ ଦେଇଥିବା ଲୋକେ କିନ୍ତୁ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳକୁ ପସନ୍ଦ କରିଥିବା ଚିତ୍ର ଦେଖିବାକୁ ମିଳେ। ଲୋକସଭା ନିର୍ବାଚନରେ ସାଂସଦ ଶ୍ରୀ ପୂଜାରୀ ବିଜେପୁର ବିଧାନସଭା ‌କ୍ଷେତ୍ରରୁ ୭୦ ହଜାର ୭୩୫ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ୯୫ ହଜାର ୪୯୧ ଭୋଟ୍‌ ପାଇଥିଲେ। ପଦ୍ମପୁର ବିଧାନସଭା କ୍ଷେତ୍ରରୁ ସାଂସଦ ଶ୍ରୀ ପୂଜାରୀଙ୍କୁ ୮୨ ହଜାର ୧୮୬, ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ୯୨ ହଜାର ୬୯୦ ଖଣ୍ଡ ଭୋଟ୍‌ ମିଳିଥିଲା।

The New Indian Express

ମାତ୍ର ସାଧାରଣ ନିର୍ବାଚନ ପରବର୍ତ୍ତୀ ଉପନିର୍ବାଚନ ସ୍ଥିତିକୁ ଦେଖିଲେ ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାତ୍ର ୩୭ ହଜାର ୯୬୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ଖାତାକୁ ଯାଇଥିଲା ୧ ଲକ୍ଷ ୩୫ ହଜାର ୯୫୭ ଭୋଟ୍‌। ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ୭୮ ହଜାର ୧୨୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜୁ ଜନତା ଦଳକୁ ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ୍‌ ମିଳିଥିଲା। ସେହିପରି ବ୍ରଜରାଜନଗର ଉପ ନିର୍ବାଚନ‌ରେ ବିଜୁ ଜନତା ଦଳ ୯୩ ହଜାର ୯୫୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମ‌ାତ୍ର ୨୨ ହଜାର ୬୩୦ ଭୋଟ୍‌ରେ ସୀମିତ ରହି ଯାଇଥିଲେ।

ମୁଣ୍ଡ ଉପରେ ଏବେ ଝାରସୁଗୁଡ଼ା ଉପ ନିର୍ବାଚନ। ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନ ସ୍ଥିତିକୁ ଦେଖିଲେ ଏହି ବିଧାନସଭା କ୍ଷେତ୍ରରୁ ସାଂସଦ ଶ୍ରୀ ପୂଜାରୀଙ୍କୁ ବିଜେଡି ଅପେକ୍ଷା ୨ ହଜାର ଭୋଟ୍‌ ଅଧିକ ମିଳିଥିଲା। ଅର୍ଥାତ୍‌ ଶ୍ରୀ ପୂଜାରୀ ଏହି ଅଞ୍ଚଳରୁ ୭୮ ହଜାର ୯୦୬ ଖଣ୍ଡ ଭୋଟ୍‌ ପାଇଥିଲେ। ସାଧାରଣ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ସାଂସଦଙ୍କୁ ମିଳିଥିବା ଭୋଟ୍‌ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କୁ ମିଳିପାରୁ ନ ଥିବା ଚିତ୍ର ଗତ ୩ ଉପନିର୍ବାଚନରୁ ସ୍ପ‌ଷ୍ଟ ବାରିହେଉଛି। ସବୁ ଉପନିର୍ବାଚନରେ ସାଂସଦଙ୍କୁ ମିଳିଥିବା ଭୋଟ୍‌ ବିଜେଡି ଖାତାକୁ ଚାଲି ଯାଉଥିବାରୁ ଚଳିତ ଉପ ନିର୍ବାଚନରେ ବି ଅନୁରୂପ ସ୍ଥିତି ଉପୁଜିପାରେ ବୋଲି ଚର୍ଚ୍ଚା ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।