ରାଜ୍ୟ ସ୍ପେଶାଲ ରିପୋର୍ଟ

୧୦୮ ବର୍ଷୀୟା ହେମଦେଇ : ଏବେ ବି ସୂ‌ର୍ଯ୍ୟୋଦୟ ପୂର୍ବରୁ ଶେଷ କରନ୍ତି ନିତ୍ୟକର୍ମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ‌ଖରା, ବର୍ଷା କି ଶୀତ ହେଉ। ଭୋର୍‌ ୪ଟାରେ ସେ ବିଛଣାରୁ ଉଠିପଡ଼ନ୍ତି। ଭୋର ୫ଟା ସୁଦ୍ଧା ତାଙ୍କର ସବୁ ନିତ୍ୟକର୍ମ ଶେଷ ହୋଇ ସାରିଥାଏ। ଏହାପରେ ତୁଳସୀ ଚଉରା ମୂଳେ ପାଣି ଦେଇ ପୂଜାପାଠ କରନ୍ତି। ଦିନରେ ଦୁଇରୁ ତିନିଥର ସେ ମୁଣ୍ଡ ଧୋଇ ଗାଧାନ୍ତି। ଇଏ ହେଉଛି ୧୦୮ ବର୍ଷ ବୟସ୍କ ହେମଦେଇଙ୍କ ଦିନଚର୍ଯ୍ୟା। ଏବେ ବି ସେ କର୍ମ ଚଞ୍ଚଳ। ନିଜ କାମ ନିଜେ କରନ୍ତି। ଦୂର ଗଛର ଛୁଇଁ, ଆମ୍ବକୁ ଦେଖି ପାରୁଛନ୍ତି। ସାହିପଡ଼ିଶାଙ୍କୁ ଚିହ୍ନି ନାମ ଧରି ଡାକୁଛନ୍ତି।

କଟକର ବିଡ଼ାନାସୀ ଦୋଳ ମଣ୍ଡପ ନିକଟରେ ରହନ୍ତି ଏହି ଶତାୟୁ ମହିଳା ହେମଦେଇ ବେହେରା। ହେମଦେଇ କହନ୍ତି ଯେ ତାଙ୍କୁ ଯେତେବେଳେ ମାତ୍ର ୭ ବର୍ଷ ହୋଇଥିଲା, ସେ ବିବାହ କରିଥିଲେ। ୧୬ ବର୍ଷ ବୟସରେ ପ୍ରଥମେ ତାଙ୍କର ଏକ ଝିଅ ହୋଇଥିଲା। ହେମଙ୍କର ୪ ଝିଅ ଓ ଦୁଇ ପୁଅ ଅଛନ୍ତି। ସ୍ବାମୀ ଉଚ୍ଛବ ବେହେରାଙ୍କର ପରଲୋକ ହୋଇ ସାରିଛି। ଉଚ୍ଛବ ବେହେରା ଚହଟା ଘାଟରେ ନାଉରିଆ ଭାବେ ଜୀବିକା ନିର୍ବାହ କରୁଥିଲେ। ହେମଙ୍କ ବଡ଼ଝିଅ ସକି ଦେଇଙ୍କ ବୟସ ଏବେ ୯୨ବର୍ଷ। ହେମ ଏବେ ସାନ ପୁଅ ହରମୋହନ ବେହେରାଙ୍କ ନିକଟରେ ରହୁଛନ୍ତି।

ପରିବାର ଲୋକ କହିବା ଅନୁଯାୟୀ ଏବେ ସେ ନିର୍ଦ୍ଦିଷ୍ଟ ଭାବେ ସମୟ ଜାଣି ପାରୁନାହାନ୍ତି। କିନ୍ତୁ, ଭୋର୍‌ ହେଲାବେଳକୁ ନିତ୍ୟକର୍ମ ସାରି ଦେଇଥା’ନ୍ତି। ଗାଧୋଇବା ପୂର୍ବରୁ ତାଙ୍କ ରହିବା ଘରର ଚଟାଣକୁ ନ‌ିଜେ ପାଣିରେ ପୋଛିଥା’ନ୍ତି। ପ୍ରତିଦିନ ସଂଧ୍ୟାରେ ହେମଦେଇ ତିନିଟି ପାଣି ବରା ଖାଇଥାନ୍ତି। ହେମଦେଇ ଏବେ ବି ନିଜ ବିବାହ ବେଳର କଥା ମନେପକାନ୍ତି। ବିବାହ ସମୟରେ ସବାରିରେ ବସି ସେ ବିଡ଼ାନାସୀ ଅଞ୍ଚଳ ବୁଲିଥିଲେ। ସବାରି ଆଗରେ ୨ଟି ପେଟ୍ରୋମାକ୍ସ ଲାଇଟ୍‌ ଧରି ଦୁଇଜଣ ଲୋକ ଚାଲୁଥିଲେ। ବାପା-ମା’ଙ୍କ ଗୋଟିଏ ଝିଅ ହୋଇଥିବାରୁ ପରିବାର ସଦସ୍ୟ ଘର ନିକଟରେ ତାଙ୍କୁ ବିବାହ ଦେଇଥିଲେ। ହେମଙ୍କ ବାପା ହାଡ଼ିବନ୍ଧୁ ବେହେରା ତାଙ୍କୁ ୭ଟି ଶଗଡ଼ରେ ଚାଉଳ, ବିରିରୁ ଆରମ୍ଭ କରି ବିଭିନ୍ନ ଜିନିଷ ଯୌତୁକ ଆକାରରେ ଦେଇଥିଲେ। କାର୍ତ୍ତିକ ମାସର ନାଗ ଚତୁର୍ଥିରେ ତାଙ୍କ ଜନ୍ମ। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଗାଧୋଇବା ଓ ଠିକ୍‌ ସମୟରେ ଗରମ ଖାଦ୍ୟ ଖାଇବା ତାଙ୍କ ନିରାମୟ ଓ ଲମ୍ବା ଜୀବନର ରହସ୍ୟ ବୋଲି ହେମଦେଇ କୁହନ୍ତି।

ଶତାୟୁ ହେମ ଦେଇଙ୍କ ଜୀବନଚର୍ଯ୍ୟା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେଉ। ସେ ସୁସ୍ଥ, ନିରାମୟ ଜୀବନ ଜିଅଁନ୍ତୁ ଏହା ହିଁ ‘ସମ୍ବାଦ’ର କାମନା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।