ଅପରାଧ ରାଜ୍ୟ

ଜାଲ୍‌ ସାର୍ଟିଫିକେଟ୍ ମାମଲାରେ ୪ଗିରଫ, ନିଲମ୍ବିତ ଶିକ୍ଷକ ହିଁ ମାଷ୍ଟରମାଇଣ୍ଡ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମପୁର : ଜାଲ୍‌ ସାର୍ଟିଫିକେଟ୍‌ର ଚେର ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରି ଢେଙ୍କାନାଳ ଓ କଟକ ପର୍ଯ୍ୟନ୍ତ ଲମ୍ବିଛି। ବିପୁଳ ଟଙ୍କା କାରବାର କରି ନକଲି ସାର୍ଟିଫିକେଟ୍‌ ପ୍ରଦାନ କରୁଥିବା ଏକ ରାକେଟ୍‌କୁ ବ୍ରହ୍ମପୁର ଜିଲ୍ଲା ପୁଲିସ କାବୁ କରିବାରେ ସକ୍ଷମ ହୋଇଛି। ଏହି ମାମଲାରେ ପୁଲିସ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ନକଲି ସାମଗ୍ରୀକୁ ମଧ୍ୟ ଜବତ କରିଛି।

ଗିରଫଙ୍କ ମଧ୍ୟରେ ପୁଅ, ୨ ସହଯୋଗୀ
୬୦ହଜାରରେ ବିଇଡି ସାର୍ଟିଫିକେଟ୍‌ !
ଶହଶହ ଫାଙ୍କା ସାର୍ଟିଫିକେଟ୍ ଜବତ

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଲଙ୍ଗେଳେଶ୍ବର ଗ୍ରାମର ଦୈତାରି ବେହେରା (୫୨), ‌ସେ ଖଲ୍ଲିକୋଟ ବ୍ଲକର ଦେବୀଝର ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। କୌଣସି କାରଣ ପାଇଁ ସେ ନିଲମ୍ବିତ ହୋଇଛନ୍ତି। ସେ ହିଁ ଏହି ମାମଲାର ମାଷ୍ଟରମାଇଣ୍ଡ ଜଣାପଡ଼ିଛି। ସେ ସିଧାସଳଖ ଲୋକଙ୍କ ସମ୍ପର୍କରେ ଆସି ‌ସେମାନଙ୍କଠାରୁ ଟଙ୍କା ନେଇ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜାଲ୍ ସାର୍ଟିଫିକେଟ୍ ଯୋଗାଇ ଦେଉଥିଲେ। ବିଇଡି ସାର୍ଟିଫିକେଟ୍ ପାଇଁ ନେଉଥିଲେ ୬୦ହଜାର। ବିନା ଉପସ୍ଥାନରେ ଦରକାର ପଡ଼ି‌ଲେ ନେଉଥିଲେ ଅଧିକ ଟଙ୍କା। ଏଥିରେ ସହଯୋଗ କରୁଥିଲେ ତାଙ୍କ ପୁଅ ଅମୃତପ୍ରସାଦ ବେହେରା(୨୫)। ପୁଲିସ ଉଭୟ ବାପ-ପୁଅଙ୍କୁ ଗିରଫ କରିଛି। ସେହିପରି ଏହି ଜାଲ୍‌ ସାର୍ଟିଫିକେଟ୍ ପ୍ରସ୍ତୁତ କରିବାରେ ସହଯୋଗ କରୁଥିବା ଢେଙ୍କାନାଳ ଟାଉନ୍‌ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ (୩୯) ଓ କଟକ ମଙ୍ଗଳାବାଗ ଥାନା ଅଂଚଳର କିଶୋର କୁମାର ବେହେରା (୫୨)ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ଅଭିଯୁକ୍ତ ପ୍ରଶାନ୍ତ ଏକ ଜେରକ୍ସ କମ୍ ପ୍ରିଣ୍ଟିଂ ସେଣ୍ଟର୍ ଖୋଲିଥିଲେ। ସେହି ଦୋକାନରେ କମ୍ପ୍ୟୁଟର୍‌ ବ୍ୟବହାର କରି ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିଲେ ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। କିଶୋର ସାର୍ଟିଫିକେଟ୍ ପ୍ରସ୍ତୁତ ପାଇଁ ଆବଶ୍ୟକ କାଗଜ କଟକରୁ ପଠାଉଥିଲେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି।

ଅଭିଯୁକ୍ତ ପ୍ରଶାନ୍ତଙ୍କ ଘର ଓ ଦୋକାନରୁ ପୁଲିସ ମାଟ୍ରିକ୍ ଠାରୁ ଆରମ୍ଭ କରି +୨ ସାର୍ଟିଫିକେଟ୍, ଧନ୍ଦାମୂଳକ ଶିକ୍ଷା, ଇଂଜିନିୟର୍, ହୋମିଓପାଥି ଡାକ୍ତର ଆଦି ସାର୍ଟଫିକେଟ୍, ଏପରିକି ଆନ୍ଧ୍ରର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜର ବିଇଡି ସାର୍ଟିଫିକେଟ୍, ଛତିଶଗଡ଼ର ମାଟ୍ରିକ୍‌ ସାର୍ଟିଫିକେଟ୍ ଜବତ କରିଛି। ଏଗୁଡ଼ିକ ଅସଲି ଭଳି ଦେଖାଯାଉଥିବା ବେଳେ ପ୍ରକୃତରେ ନକଲି। ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଲୋଗୋ, ଅଧିକାରୀଙ୍କ ଷ୍ଟାମ୍ପ, କମ୍ପ୍ୟୁଟର, ହାର୍ଡଡିସ୍କ, ପ୍ରିଣ୍ଟର୍ ଆଦି ପୁଲିସ ଜବତ କରିଛି। ସେହିପରି ଦୈତାରିଙ୍କ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପୁଲିସ ଫ୍ରିଜ୍ କରିଥିବା ସୂଚନା ଦିଆଯାଇଛି।

ଏହି ରାକେଟ୍‌ରେ ଆଉ କାହାର ସମ୍ପୃକ୍ତି ଅଛି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ଯଦି କେହି ଏଭଳି ଠକେଇର ଶିକାର ହୋଇଛନ୍ତି, ତେବେ ସେମାନେ ଆସି ଅଭିଯୋଗ କରିବାକୁ ଏସ୍‌ପି ନିବେଦନ କରିଛନ୍ତି।

କେମିତି ଧରାପଡ଼ିଲେ?
ଗୋସାଇଁ ନୂଆଗାଁ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବା ମନୋରଞ୍ଜନ ଗୌଡ଼ ଅଭିଯୁକ୍ତ ଦୈତାରି ବେହେରାଙ୍କ ସହଯୋଗରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଇଡି ନାମ ଲେଖାଇଥିଲେ। ୨୦୧୯ରେ ତାଙ୍କର ବିଇିଡି ପାଠ୍ୟକ୍ରମ ଶେଷ ହୋଇଥିଲା। କିନ୍ତୁ, ସାର୍ଟିଫିକେଟ୍ ଦେବା ପରିବର୍ତ୍ତେ ସେ ନାନା ବାହାନା କରିଥିଲେ। ମନୋରଞ୍ଜନ ନିଜେ ବିଶ୍ବବିଦ୍ୟାଳୟକୁ ଯାଇ ସାର୍ଟିଫିକେଟ୍ ଆଣିବାକୁ କହିବାରୁ, ସେ ବାରଣ କରିବା ସହ ୪ଟି ସେମିଷ୍ଟର୍‌ର ପରୀକ୍ଷାଫଳ ସହ ପ୍ରୋଭିଜିନାଲ୍ ସାର୍ଟିଫିକେଟ୍‌ ଦେଇଥିଲେ। ଏସବୁ ବାବଦରେ ମନୋରଞ୍ଜନଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। କିନ୍ତୁ, ସାର୍ଟିଫିକେଟକୁ ‌ନେଇ ସନ୍ଦେହ ହେବାରୁ ମନୋରଞ୍ଜନ ଗୁଣ୍ଠୁରସ୍ଥିତ ବିଶ୍ବବିଦ୍ୟାଳୟକୁ ଯାଇ ବୁଝିବାରୁ, ଜାଣିବାକୁ ପାଇଥିଲେ, ଯେ ତାଙ୍କ ପତ୍ନୀଙ୍କ ପ୍ରଥମ ଓ ତୃତୀୟ ପରୀକ୍ଷାଫଳ ୱିଥ୍‌ହେଲ୍ଡ ହୋଇଛି, ଏବଂ ତାଙ୍କୁ ଦିଆଯାଇଥିବା ପ୍ରୋଭିଜିନାଲ୍ ସାର୍ଟିଫିକେଟ୍ ନକଲି ଅଟେ। ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏକ ବଡ଼ ରୢାକେଟ୍‌ କାମ କରୁଥିବା ଜାଣିବାକୁ ପାଇଥିଲା। ଏସ୍‌ପିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ଏହି ରୢାକେଟକୁ ଠାବ କରାଯାଇଥିଲା।

ନକଲି ସାର୍ଟିଫିକେଟ୍ ମାମଲାରେ ଜବତ ସାମଗ୍ରୀ ତାଲିକା
୧) ୨ଶହ ମାଟ୍ରିକ୍‌ ବ୍ଲାଙ୍କ୍‌ ସାର୍ଟିଫିକେଟ୍, ୨) ୧୭୦ଟି ସିଏଚ୍‌ଏସ୍‌ଇ ବ୍ଲାଙ୍କ୍‌ ସାର୍ଟିଫିକେଟ୍, ୩) ୪୫ଟି ସିଏଚ୍‌ଏସି ଲୋଗୋ ଥାଇ ବ୍ଲାଙ୍କ୍‌ ସିଏଲ୍‌, ୪) ୮୦ଟି ଷ୍ଟେ୍‌ଟ କାଉନ୍‌ସିଲ୍‌ ଫର୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ଭୋକେସନାଲ୍ ଟ୍ରେନିଂର ବ୍ଲାଙ୍କ୍‌ ସାର୍ଟିଫିକେଟ୍, ୫) ୧୧ଟି ବିପିୟୁଟି ସାର୍ଟିଫିକେଟ୍, ୬) ୨ଟି ଛତିଶଗଡ଼ ବୋର୍ଡ ଅଫ୍ ‌ସେକେଣ୍ଡାରି ଏଜୁକେସନ୍‌ର ମାଇଗ୍ରେସନ୍‌ ସାର୍ଟିଫିକେଟ୍, ୭) ଗୋଟିଏ ନ୍ୟାସନାଲ୍‌ ଟ୍ରେଡ଼ ସାର୍ଟିଫିକେଟ୍, ୮) ୩ଟି ଡିଭିଜିନାଲ୍ ମାର୍କସିଟ୍ କମ୍ ଟ୍ରାନ୍ସକ୍ରିପ୍ଟ ଅଫ୍ ଷ୍ଟେଟ୍‌ କାଉନ୍‌ସିଲ୍‌ ଫର୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ଭୋକେସନାଲ୍ ଟ୍ରେନିଂ, ଓଡ଼ିଶା, ୯) ଗୋଟିଏ ସ୍କାନର୍ ୧୦) ଗୋଟିଏ ହାର୍ଡଡିସ୍କ ୧୧) ଗୋଟିଏ ଭିଜିଏ ସ୍ବିଚ୍, ୧୨) ଗୋଟିଏ ୮ଜିବିର କାର୍ଡରିଡର୍, ୧୩) ଗୋଟିଏ ଡଙ୍ଗଲ ୧୫) ଗୋଟିଏ ଓୟାର୍‌ଲେସ୍‌ ଆଡପ୍ଟର୍ ୧୬) ଗୋଟିଏ ଡିଭିଆର୍‌ ୧୭) ଗୋଟିଏ କମ୍ପ୍ୟୁଟର ସେଟ୍ ୧୮) ଗୋଟିଏ ପ୍ରିଣ୍ଟର ୧୯) ଓଡ଼ିଶା ସରକାରଙ୍କ ୧୨୭ଟି ଲୋଗୋ ଥିବା ଗୋଟିଏ ଫର୍ଦ୍ଦ କାଗଜ, ୫୪ଟି ବିଏସ୍‌ଇ ଲୋଗୋ ଥିବା ଆଉ ଏକ ଫର୍ଦ୍ଦ କାଗଜ, ଶିକ୍ଷା ବିଭାଗର ୨୦୦ ଲୋଗୋ ଥିବା ଦୁଇ ଫର୍ଦ୍ଦ ଏବଂ ୨୯ଟି ସିଏଚ୍‌ଏସ୍‌ଇ ଲୋଗୋ ଥିବା ଗୋଟିଏ ଫର୍ଦ୍ଦଓ ୭ଟି ମୋବାଇଲ ଫୋନ୍ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।