ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦେଶୀ କିଣିନେ‌ଲେ ୨ ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି କିଣି ନେଇଛନ୍ତି ଜଣେ ବିଦେଶୀ ପର୍ଯ୍ୟଟକ। ଏହି ବିଦେଶୀ ପର୍ଯ୍ୟଟକ ହେଉଛନ୍ତି ଅଷ୍ଟ୍ରେଲୀୟ ନାଗରିକ ହ୍ୟାରିପିଚ୍‌ ମ୍ୟାନ୍‌।

ହ୍ୟାରି ପୁରୀ ବୁଲିବାକୁ ଆସିଥିବା ବେଳେ ଆର୍ଟ ସେଣ୍ଟର୍‌ରେ ପଡ଼ିରହିଥିବା ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଦେଖିଥିଲେ। ସେ ମହାପୁରୁଷଙ୍କ ବାବଦରେ ଶୁଣିବା ପରେ ୧୦ ହଜାର ଟଙ୍କା ମୂଲ୍ୟରେ ପ୍ରତିମୂର୍ତ୍ତି କିଣି ନେଇଥିଲେ। ପ୍ରତିମୂର୍ତ୍ତି ଦୁଇଟିକୁ ସେ ଅଷ୍ଟ୍ରେଲିଆରେ ସ୍ଥାପନ କରିବେ ବୋଲି କହିଛନ୍ତି ହ୍ୟାରି।

ହ୍ୟାରି କହିଛନ୍ତି, ପ୍ରତିମୂର୍ତ୍ତି ଦେଖିବା ପରେ ସେ ଅଟକି ଯାଇଥିଲେ। ମୂର୍ତ୍ତି କଳାକାରଙ୍କଠାରୁ ଦୁଇ ମହାପୁରୁଷଙ୍କ ବାବଦରେ ଶୁଣିବାପରେ ଏହାକୁ ଭାରତର ସ୍ମୃତି ଭାବେ ନିଜ ଦେଶକୁ ନେଇଯିବେ ବୋଲି ମନସ୍ଥ କରିଥିଲେ। ଏହାଦ୍ବାରା ସେ ଭାରତର ସ୍ମୃତିକୁ ସ୍ଥାପନା କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ ହ୍ୟାରିପିଚ୍‌ ଜଣେ ସ୍ତମ୍ଭକାର ହୋଇଥିବା ବେ‌ଳେ ବହୁ ଦେଶ ଭ୍ରମଣ କରିବା ସହ ସମ୍ପୃକ୍ତ ଦେଶର ଇତିହାସ ବାବଦରେ ଜାଣିବାର ଅଭିପ୍ସା ରଖିଥା’ନ୍ତି। ଓଡ଼ିଶା ଭ୍ରମଣ ତାଙ୍କୁ ଆନନ୍ଦ ଦେଇଥିବା ବେଳେ ଏଠାରେ ବ୍ୟକ୍ତିବିଶେଷଙ୍କ ସହଯୋଗ ତାଙ୍କୁ ଭଲ ଲାଗିଛି ବୋଲି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।