ରାଜ୍ୟ

ପରିବର୍ତ୍ତନ ମେଳା ପରେ ପରିବର୍ତ୍ତନ କାହିଁ? ୫ ମାସ ବିତିଗଲା, ରାସ୍ତା ଅବସ୍ଥା ବଦଳିନି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଘୁ.ଉଦୟଗିରି : କନ୍ଧମାଳ ଭଳି ଆଦିବାସୀ ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳ ଦୁର୍ଗମ ଇଲାକାରେ। ସେଠାକାର ଲୋକଙ୍କ ବିଭିନ୍ନ ଦୀର୍ଘସ୍ଥାୟୀ ସମସ୍ୟାର ସମାଧାନ ବର୍ଷ ବର୍ଷ ଧରି ହେଉନାହିଁ। ପ୍ରଶାସନ ସେହି ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କ ମୁହଁରୁ ସମସ୍ୟା ଶୁଣି ଏହାର ସମାଧାନ ନିମନ୍ତେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ପରିବର୍ତ୍ତନ ମେଳା। ଏଥିରେ ସାମୂହିକ ସମସ୍ୟା ସହିତ ବ୍ୟକ୍ତିଗତ ସମସ୍ୟାର ଜନଶୁଣାଣି କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍‌ର ବିଚ୍ଛିନ୍ନାଞ୍ଚଳରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନେକ ଲୋକ ନିଜନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ପ୍ରଶାସନର ଦୃଷ୍ଟିକୁ ଆଣିଥା’ନ୍ତି। ଅନେକ ସମୟରେ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ କେବଳ ସାନ୍ତ୍ୱନାମୂଳକ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇବା ଭଳି କାର୍ଯ୍ୟକ୍ରମରେ ପରିଣତ ହୋଇଥିବା ସୁଗାମାହା ଗ୍ରାମରେ ହୋଇଥିବା ପରିବର୍ତ୍ତନ ମେଳାର ପାଞ୍ଚ ମାସ ବିତିଲା ପରେ ପ୍ରତ୍ୟୟ ହେଉଛି।

ଘୁ.ଉଦୟଗିରି ବ୍ଲକ୍‌ ଗ୍ରେସିଙ୍ଗିଆ ପଞ୍ଚାୟତ ବିଲାବାଡ଼ା ୱାର୍ଡ଼ର ବିଚ୍ଛିନ୍ନାଞ୍ଚଳ ସୁଗାମାହା ଗ୍ରାମରେ ଗତ ବର୍ଷ ନଭେମ୍ବର ୨୪ ତାରିଖରେ ପରିବର୍ତ୍ତନ ମେଳା ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା। ସେଦିନ ପୂରା ପ୍ରଶାସନ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟତଃ ସଡ଼କ, ବିଦ୍ୟୁତ୍ ସଂଯୋଗ, ସ୍ୱାସ୍ଥ୍ୟ ସେବା ଓ ବିଦ୍ୟାଳୟ ଓ ଶିକ୍ଷାଦାନ ପ୍ରଭୃତି ମୌଳିକ ସୁବିଧା ମିଳୁ ନଥିବା ସମ୍ପର୍କରେ ଏହି ପରିବର୍ତ୍ତନ ମେଳାରେ ଅଭିଯୋଗ ଉପସ୍ଥାପନ କରାଯାଇଥିଲା। ବିଡିଓଙ୍କ ଉପସ୍ଥିତିରେ ଏହି ଜନଶୁଣାଣି କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ଶୁଣାଣି ବେଳେ ରାସ୍ତା ନଥିବାରୁ ଗ୍ରାମବାସୀ ନାନା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଥିଲା। ଗାଁକୁ ତୁରନ୍ତ ସୁଗମ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନର ପ୍ରତିଶ୍ରୁତି ମିଳିଥିଲା। ଏହାପରେ ଗ୍ରାମବାସୀଙ୍କ ଆଶା ପୂରଣ ହେବ ବୋଲି ଭାବି ନେଇଥିଲେ। କିନ୍ତୁ ଏହା ଭିତରେ ୫ ମାସ ବିତିଗଲା, ଆଜି ମଧ୍ୟ ରାସ୍ତା ଅବସ୍ଥା ସେମିତି ରହିଛି, କୌଣସି ପ‌ଦକ୍ଷେପ ନିଆଗଲା ନାହିଁ।


ଗ୍ରେସିଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟରୁ ମାତ୍ର ୨ କିମି ଓ ଘୁ.ଉଦୟଗିରି ବ୍ଲକ୍‌ ମହକୁମା ଠାରୁ ମାତ୍ର ୩ କିମି. ଦୂରରେ ରହିଛି ସୁଗାମାହା। ପରିବର୍ତ୍ତନ ମେଳା ପରେ ଗ୍ରାମ୍ୟ ଉନ୍ନୟନ ସଡ଼କ ଯୋଜନାରେ ଗାଁକୁ ରାସ୍ତା ନିମନ୍ତେ ସ୍ୱୀକୃତି ହୋଇଛି ବୋଲି ପ୍ରଶାସନ ମିଛ ପ୍ରତିଶ୍ରୁତି ଦେଇ ଚାଲିଛି। କିନ୍ତୁ, ୫ ମାସ ବିତି ଗଲାଣି ତାହାର କୌଣସି କାର୍ଯ୍ୟ ଆରମ୍ଭ ହେବାର କୌଣସି ସଙ୍କେତ ମିଳୁନାହିଁ। ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରା ଏହି ଗ୍ରାମକୁ ସଡ଼କ ଯୋଜନା ସ୍ୱୀକୃତି ମିଳିଥିବା ସୂଚନା ପାଇବା ପରେ ତାହାର କୌଣସି ସ୍ୱୀକୃତିର ନକଲ କାଗଜପତ୍ର ଦେଖିବାକୁ ମାଗିଥିଲେ, କିନ୍ତୁ କୌଣସି କାଗଜପତ୍ର ଦେଉନଥିବା କହିଛନ୍ତି ଗ୍ରାମବାସୀ। ଏହି ଗାଁର ଯୁବକମାନେ ପରିବର୍ତ୍ତନ ମେଳା ହେବା ଖବର ପାଇବା ପରେ ରାସ୍ତାରେ ମାଟି ପକାଇ ସମତୁଲ କରିବା ସହିତ ଦୁଇପାର୍ଶ୍ୱରେ ଥିବା ଲଟାବୁଦା ସଫା କରିଥିଲେ। ତାହା ଏବେ କାଳବୈଶାଖୀ ବର୍ଷାରେ ସେତିକି ଧୋଇ ହୋଇଗଲା। ଫଳରେ ସ୍ବାସ୍ଥ୍ୟସେବା କି ଆମ୍ବୁଲାନସ୍‌ ସେବା ହେଉ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଓ ଭତ୍ତା ଆଣିବାକୁ ଯାଉଥିବା ବରିଷ୍ଠ ନାଗରିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାସ୍ତବରେ କହିବାକୁ ଗଲେ ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ ଏହି ଗ୍ରାମକୁ କେତେ ପରିବର୍ତ୍ତନ ଆଣିପାରିଛି ତାହା ଏବେ ଜଳଜଳ ହୋଇ ଦିଶୁଛି।

ଗ୍ରାମବାସୀଙ୍କ କହିବା ହେଲା, ପରିବର୍ତ୍ତନ ମେଳା ଅନୁଷ୍ଠିତ ହେଲେ ସେହି ଅଞ୍ଚଳର କିଛି ସମସ୍ୟାର ସମାଧାନ ଦିଗରେ ପରିବର୍ତ୍ତନ ଆସିବ ବୋଲି ସମସ୍ତେ ଆଶା କରନ୍ତି। କିନ୍ତୁ ବାସ୍ତବରେ ଏହା କାର୍ଯ୍ୟକାରିତା ଓଲଟା। ପ୍ରଶାସନ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ସରକାରଙ୍କ ଏହି କାର୍ଯ୍ୟକ୍ରମ କେବଳ ଦେଖାଣିଆ ଓ ପ୍ରହସନ ଛଡ଼ା ଆଉ କିଛି ନୁହଁ ବୋଲି ଗ୍ରାମବାସୀ ପାଲଟା ଅଭିଯୋଗ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।