ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିନକରେ ୫ ଲାଞ୍ଚଖୋର ଦୋଷୀ ସାବ୍ୟସ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର/ସୁନ୍ଦରଗଡ଼/ଅନୁଗୁଳୁ/ଜୟପୁର : ଆଜି ଗୋଟିଏ ଦିନରେ ଦୁର୍ନୀତି ମାମଲାରେ ୫ ଲାଞ୍ଚୁଆ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଏହି ଦୁର୍ନୀତିଖୋର ଅଧିକାରୀମାନେ ହେଲେ ଜଟଣୀ ପୌରାଞ୍ଚଳର ପୂର୍ବତନ ଆକାଉଣ୍ଟାଣ୍ଟ ଶରତ କୁମାର ଦାଶ, ଜଗତସିଂହପୁର ଏରସମା ବିଡିଓ ତଥା ରାଉରକେଲାର ପୂର୍ବତନ ତହସିଲ୍‌ଦାର କୈଳାସ ଚନ୍ଦ୍ର ବେହେରା, ସୁନ୍ଦରଗଡ଼ ଜିଲ୍ଲା କୁଲବା ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଜୟନ୍ତୀ ପ୍ରଧାନ, ମାଲ୍‌କାନଗିରିର ପୂର୍ବତନ ଏସିଏଫ୍‌ ଶରତ ପଣ୍ଡା ଏବଂ ଫରେଷ୍ଟ ଠିକାଦାର ଜିଏମ୍‌ ସୁବାସ ଚନ୍ଦ୍ର ବୋଷ।

ପୂର୍ବତନ ଆକାଉଣ୍ଟାଣ୍ଟ ଶ୍ରୀ ଦାଶ ଜଟଣୀ ପୌରାଞ୍ଚଳର ଏକ ରାସ୍ତା ନିର୍ମାଣ ବାବଦ ବିଲ୍‌ ପାଶ୍‌ କରିବା ପାଇଁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ୮ ବର୍ଷ ପରେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କୁ ୪ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୨ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ପୂର୍ବତନ ସରପଞ୍ଚ ଜୟନ୍ତୀ ଅନ୍ତ୍ୟୋଦୟ କାର୍ଡ ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ସରପଞ୍ଚଙ୍କୁ କାବୁ କରିଥିଲେ। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ୨ ବର୍ଷ ଜେଲ୍ ଦଣ୍ତ ସହ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।
୨୦୧୯ ମସିହାରେ ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରା ଲିଜ୍‌ ଜମି ବାତିଲ୍‌ ନକରିବା ପାଇଁ ରାମଦିନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଗିରଫ ହୋଇଥିଲା। ଅନୁଗୁଳ ଭିଜିଲାନ୍‌ସ ଜଜ୍‌ ଅନୂପ ପଟ୍ଟନାୟକ ଅଭିଯୁକ୍ତଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହା ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି।

ସେହିଭଳି, ୨୮ବର୍ଷ ପୁରୁଣା ୫୧ଲକ୍ଷ ଟଙ୍କାର କାଠ ଗାଏବ ଘଟଣାରେ ଆଜି ରାୟ ପ୍ରକାଶ ପାଇଛି। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ରାଜେଶ କୁମାର ଏକ୍କା ମାମଲାର ଶୁଣାଣି କରି ମାଲକାନଗିରି ଜିଲ୍ଲାରେ ତତ୍କାଳୀନ ଏସିଏଫ୍‌ ଶରତ କୁମାର ପଣ୍ଡା, ଠିକାଦାର ଜିଏମ୍‌ ସୁବାସ ଚନ୍ଦ୍ର ବୋଷଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୨ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ମିଳିଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ୨ ବର୍ଷ ଜେଲ୍ ଦଣ୍ତ ସହ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।