ରାଜ୍ୟ ସ୍ପେଶାଲ ରିପୋର୍ଟ

ଫକୀରମୋହନ ମେଡିକାଲ କଲେଜରେ ନକଲି ଡାକ୍ତର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ବାଲେଶ୍ବର : ଦିନେ କି ଦୁଇଦିନ ନୁହେଁ, ପୂରା ୨୨ ଦିନ ଡାକ୍ତରୀ ଛାତ୍ରଙ୍କ ସହ ହଷ୍ଟେଲରେ ରହିଲେ। ଡାକ୍ତରଙ୍କ ଭଳି ବେକରେ ଷ୍ଟେ‌ଥୋ ପକାଇ ରୋଗୀ ଦେଖିଲେ, ରାଉଣ୍ଡରେ ଆସି ବିଭିନ୍ନ ୱାର୍ଡ ବି ବୁଲିଲେ। ହେଲେ ଏହି ଠକ ମୁନା ଭାଇ ଏମ୍‌ବିବିଏସ୍‌ ସଂପର୍କରେ ନା ମେଡିକାଲ କଲେଜ କର୍ତ୍ତୃପକ୍ଷ ଜାଣି ପାରିଲେ ନା ତାକୁ ଧରିପାରିଲେ। ତେବେ ଦୀର୍ଘ ୨୨ ଦିନ ପରେ ସତ କଥା ସାମ୍‌ନାକୁ ଆସିବା ପରେ ନକଲି ଡାକ୍ତରକୁ ଧରି ହଷ୍ଟେଲ ଛାତ୍ର ବହେ ଛେଚିଥିଲେ। ଏ ସଂକ୍ରାନ୍ତରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କଥା ଆଉ ଆଗକୁ ନ ବଢ଼ାଇ ଚାପି ଦିଆଯାଇଛି।

ସୂଚନା ମୁତାବକ, ଏହି ଠକ ଯୁବକଜଣକ କଟକ ଏସ୍‌ସିବିରୁ ପିଜି କରିଥିବା ଓ ନିଜକୁ ଏସ୍‌ଆର୍‌ (ସିନିୟର ରେସିଡେଣ୍ଟ) ଦର୍ଶାଇ ବାଲେଶ୍ବର ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ପଶିଥିଲା। ଧଳା ଆପ୍ରୋନ୍ ଓ ବେକରେ ‌ଷ୍ଟେଥୋସ୍କୋପ୍‌ ପକାଇ ଭେଷଜ ବିଭାଗରେ ରୋଗୀ ଦେଖିଥିଲା। ଖାଲି ସେତିକି ନୁହେଁ, ରାଉଣ୍ଡ ସମୟରେ ବିଭିନ୍ନ ୱାର୍ଡକୁ ଯାଇ ରୋଗୀମାନଙ୍କୁ ଦେଖିବା ସହ ନର୍ସମାନଙ୍କୁ ବିନା କାରଣରେ ଗାଳି କରିଥିଲା। ତେବେ ସର୍ବସମ୍ମୁଖରେ ଏଭଳି ଅପମାନ ଓ ଗାଳିକୁ ହଜମ କରିପାରିନଥିଲେ ଜଣେ ନର୍ସ। ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ବିଭାଗୀୟ ମୁଖ୍ୟଙ୍କୁ ଫେରାଦ ହୋଇଥିଲେ। ବିଭାଗୀୟ ମୁଖ୍ୟ ଘଟଣା ସଂପର୍କରେ ଜାଣିବା ପାଇଁ ଉକ୍ତ ଡାକ୍ତରଙ୍କୁ ଭେଟିବାକୁ ଯାଇଥିଲେ, ହେଲେ ତାଙ୍କ ଦେଖା ମିଳିନଥିଲା।

Mappls

ତେବେ କଥା ଏତିକିରେ ସରିନଥିଲା। ଠକ ଯୁବକଜଣକ ଡାକ୍ତରୀ ଛାତ୍ରଙ୍କ ସହିତ ରେମୁଣାଠାରେ ଥିବା ମେଡିକାଲ କଲେଜ ପରିସରକୁ ଯାଇ ସେଠାରେ ନିଜକୁ ଏସ୍‌ଆର୍‌ କହି ମିଶିଥିଲା। ମେଡିକାଲ ଛାତ୍ରମାନେ ମଧ୍ୟ ସିନିୟର ମେଟ୍‌ ଭାବି ତାଙ୍କୁ କିଛି କହିନଥିଲେ, ବରଂ ସମ୍ମାନ ଅଜାଡ଼ି ଦେଇଥିଲେ। କିଛି ଦିନ ପରେ ଜଣେ ଛାତ୍ରଙ୍କର ସନ୍ଦେହ ହେବାକୁ ସେ ସିନିୟର ଛାତ୍ରମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ସେତେବେଳକୁ ଉକ୍ତ ଠକ ଯୁବକ ୨୨ ଦିନ ଧରି ହଷ୍ଟେଲରେ ରହି ସାରିଥିଲା। ଖୋଳତାଡ଼ ପରେ ସତ କଥା ଜଣାପଡ଼ିଥିଲା ଏବଂ ଛା‌ତ୍ରମାନେ ତାଙ୍କୁ ଧରି ପିଟାମରା କରିଥିଲେ। ଏ ନେଇ ଶିଳ୍ପାଞ୍ଚଳ ଥାନାକୁ ମଧ୍ୟ ଖବର ଦିଆଯାଇଥିଲା। ତେବେ ଶିଳ୍ପାଞ୍ଚଳ ଥାନା ଏହି ଘଟଣା ଟାଉନ୍‌ ଥାନା ଏରିଆରେ ଆସୁଥିବା ଦର୍ଶାଇ ସେଠାକୁ ପଠାଇ ଦେଇଥିଲେ। ଅନ୍ୟପକ୍ଷରେ ଲିଖିତ ଅଭିଯୋଗରେ ନକଲି ଡାକ୍ତର ବୋଲି କିଛି ଲେଖା ଯାଇନଥିବାରୁ ଟାଉନ୍‌ ଥାନା କର୍ତ୍ତୃପକ୍ଷ ଆଉ ତଦନ୍ତରେ ମନଧ୍ୟାନ ଦେଲେନି। ସମୟକ୍ରମେ ଏହାକୁ ସମସ୍ତେ ପାଶୋରି ଦେଲେ ଏବଂ ନକଲି ଡାକ୍ତର ଜଣକୁ ଛାଡ଼ିଦିଆଯାଇଥିଲା। ଉକ୍ତ ନକଲି ଡାକ୍ତର ଜଣକ ଭଦ୍ରକ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଏବେ ସମସ୍ତଙ୍କୁ ପରିଚୟପତ୍ର (ଆଇ-କାର୍ଡ) ପକାଇବାକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ମେଡିକାଲ କଲେଜ ହଷ୍ଟେଲରେ ଉକ୍ତ ନକଲି ଡାକ୍ତର ଜଣକ ଏତେ ଦିନ ରହିଲା ପରେ କେହି ଏ ସଂପର୍କରେ ବିନ୍ଦୁବିସର୍ଗ ଜାଣି ପାରିନପାରିବା ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଛିଡ଼ା କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।