ରାଜ୍ୟ

କ୍ରମାଗତ ଭାବେ କମୁଛି କ୍ରୋମ୍‌ ଉତ୍ପାଦନ, ୫ ବର୍ଷ ମଧ୍ୟରେ ବନ୍ଦ ହୋଇଯିବ ଅଧିକାଂଶ ଖଣି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କାଳିଆପାଣି, (ରବି ନାରାୟଣ କର) : ଦେଶର ୯୫ ପ୍ରତିଶତ କ୍ରୋମ୍‌ ରତ୍ନଗର୍ଭା ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ଗଚ୍ଛିତ ରହିଛି। ସୁନାରୁପା ପରେ ତୃତୀୟ ଦୁର୍ମୂଲ୍ୟ ଧାତବ ମାନ୍ୟତା ପାଇଥିବା କ୍ରୋମାଇଟ୍‌ ପାଇଁ ଯାଜପୁର ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ପାଣ୍ଠି ବିଗତ ୯ ବର୍ଷ ଧରି ସମୃଦ୍ଧ ହୋଇଆସିଛି। କିନ୍ତୁ, ଗତ ୫ ବର୍ଷ ଧରି ସୁକିନ୍ଦା ଖଣିଅଞ୍ଚଳରେ କ୍ରୋମାଇଟ୍‌ ଉତ୍ପାଦନ କ୍ରମାଗତ ଭାବେ ହ୍ରାସ ପାଉଛି।

 କ୍ରୋମ୍‌ ରାଜସ୍ବ ବର୍ଷକରେ କମିଲା ୧୬୦୦ କୋଟି
୭୦ ବର୍ଷ ହେଲା ଚାଲୁଛି ଖୋଲା ଖଣି ଖନନ ବ୍ୟବସ୍ଥା

ହସ୍ତଗତ ତଥ୍ୟ ଅନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ସର୍ବାଧିକ ୪୦ ଲକ୍ଷ ମେଟ୍ରିକ୍‌ ଟନ୍‌ ପାଖାପାଖି କ୍ରୋମ୍‌ ଉତ୍ପାଦିତ ହୋଇଥିଲା। ୨୦୧୯-୨୦ରେ ଏହା ପାଖାପାଖି ଲକ୍ଷେ ଟନ୍‌ ହ୍ରାସ ପାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ୩ଟି ଖଣି ଟାଟାଷ୍ଟିଲ୍ ସୁକିନ୍ଦା କ୍ରୋମାଇଟ୍‌ ଖଣି, ମିଶ୍ରିଲାଲ୍‌ ସାରୁଆବିଲ କ୍ରୋମାଇଟ୍‌ ଖଣି ଓ ବିସି ମହାନ୍ତି ଏଣ୍ଡ ସନ୍ସ କ୍ରୋମାଇଟ୍‌ ଖଣିର ନିଲାମ ପ୍ରକ୍ରିୟା ପାଇଁ କ୍ରୋମ୍‌ ଉତ୍ପାଦନ ଅତିମାତ୍ରାରେ ପ୍ରଭାବିତ ହୋଇଥିଲା। ସେହିବର୍ଷ କ୍ରୋମ୍‌ ଉତ୍ପାଦନ ୨୮ ଲକ୍ଷ ମେଟ୍ରିକ ଟନ୍‌କୁ ଖସି ଆସିଥିଲା। ୨୦୨୧-୨୨ ବର୍ଷରେ ଏଠାରେ ଖଣିଜ ଉତ୍ପାଦନ ବଢ଼ିଥିଲେ ମଧ୍ୟ ପାଖାପାଖି ୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ସୀମିତ ରହିଥିଲା। ୨୦୨୨-୨୩ରେ କ୍ରୋମାଇଟ୍‌ ଉତ୍ପାଦନ ପୁଣି ଲକ୍ଷେ ଟନ୍‌ ଖସି ୩୭ ଲକ୍ଷ ଟନ୍‌ରେ ସୀମିତ ରହିଛି।

Mining Weekly

ଏସିଆ ମହାଦେଶର ବୃହତ୍ତମ ଖୋଲା କ୍ରୋମାଇଟ୍‌ ଖଣିର ମାନ୍ୟତା ପାଇଥିବା ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଶୀର୍ଷ ସ୍ତରରେ ଥିବା କାରଣରୁ ଏଠାରେ କ୍ରୋମ୍‌ ଉତ୍ପାଦନ ଲକ୍ଷ୍ୟ କମାଇ ଦିଆଯିବା ସହ ଅଧିକାଂଶ କ୍ରୋମାଇଟ୍‌ ଖଣିରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। କ୍ରୋମ୍‌ ଉତ୍ପାଦନ ଓ ପରିବହନ ଆଧାରରେ ରୟାଲ୍‌ଟି ଓ ଡିଏମ୍‌ଏଫ୍‌ ପାଣ୍ଠି ଆଦାୟ ହେଉଥିବାରୁ ସେହି ଅନୁଯାୟୀ ରାଜସ୍ବ କମିବାରେ ଲାଗିଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର କ୍ରୋମ୍‌ ଉପତ୍ୟକାରୁ ପାଖାପାଖି ୬୬୦୦ କୋଟି ଟଙ୍କା ରାଜସ୍ବ ଆଦାୟ କରିଥିଲେ। ଚଳିତବର୍ଷ ଏହି ଖଣିଜ କ୍ଷେତ୍ରରେ ରାଜସ୍ବ ଆଦାୟ ୫ ହଜ‌ାର କୋଟି ଟଙ୍କାକୁ ଖସି ଆସିଥିବା ଜଣାପଡ଼ିଛି। ବିଗତବର୍ଷ ତୁଳନାରେ କମ୍‌ ଉତ୍ପାଦନ, ଅପେକ୍ଷାକୃତ କମ୍‌ ବଜାର ଚାହିଦା ଓ ଗତ ନଭେମ୍ବର ଓ ଡିସେମ୍ବରରେ ଅନ୍ତର୍ଜାତୀୟ ବଜାରରେ କ୍ରୋମ୍‌ ଦର ହ୍ରାସ ପାଇବାକୁ ପ୍ରମୁଖ କାରଣ ଭାବେ ଦର୍ଶାଯାଇଛି।

ଏହାସହ ଯଦି ଓଡ଼ିଶା ଖଣି ନିଗମ(ଓଏମ୍‌ସି) ମାଲିକାନାରେ ଥିବା କାଳିଆପାଣି କ୍ରୋମାଇଟ୍‌ ଖଣିର ୯୭୪ ହେକ୍ଟର ବିଶିଷ୍ଟ ଲିଜ୍ ଏରିଆରୁ ୩୪୭ ହେକ୍ଟର ଜମି ଫେରସ୍ତ ପ୍ରସ୍ତାବକୁ ସରକାର ଗ୍ରହଣ କରନ୍ତି, ତେବେ ରାଜସ୍ବ ଆଦାୟ ଆହୁରି କମିଯିବ ବୋଲି ଆକଳନ କରାଯାଉଛି। ସେହିପରି କ୍ରୋମ୍‌ ଉପତ୍ୟକାର ୯୮ ପ୍ରତିଶତ ଭୂଖଣ୍ଡରେ ୭୦ ବର୍ଷ ଧରି ଓପନକାଷ୍ଟ ଖଣି(ଖୋଲା ଖଣି ଖନନ ବ୍ୟବସ୍ଥା) ଚାଲୁ ରହିଛି। ଅଧିକାଂଶ ଖୋଲା ଖଣି ଏବେ ପରିଣତ ଅବସ୍ଥାରେ। ୧୬ କୋଟି ୨୪ ଲକ୍ଷ ଘନମିଟର ଆୟତନ ବିଶିଷ୍ଟ ଏସିଆ ମହାଦେଶର ବୃହତ୍ତମ କ୍ରୋମାଇଟ୍‌ ଖଣି ଓଏମ୍‌ସି ଦକ୍ଷିଣ କାଳିଆପାଣି ଡି’କ୍ବାରି ଆଉ ୩ ରୁ ୪ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ।

freedoniafocusreports.com

ସେହିପରି ପ୍ରତିକୂଳ ଭୌଗୋଳିକ ପରିବେଶ ଓ ପରିସ୍ଥିତି ପାଇଁ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଏଫ୍‌’କ୍ବାରିର ସଂପ୍ରସାରଣ କଷ୍ଟକର ବ୍ୟାପାର। ଓଏମ୍‌ସି ସୁକ୍ରଙ୍ଗି ଖୋଲା କ୍ରୋମାଇଟ୍‌ ଖଣିର ଆୟୁଷ ମଧ୍ୟ ଆଉ ୫ ରୁ ୭ ବର୍ଷ। ଖୋଲା ଖଣି ଖନନ ପଦ୍ଧତିରେ ଟାଟାଷ୍ଟିଲ୍ ମାଇନିଂ ସୁକିନ୍ଦା କ୍ରୋମାଇଟ୍‌ ଖଣି ଓ କମର୍ଦ୍ଦା କ୍ରୋମାଇଟ୍‌ ଖଣିର କ୍ରୋମ୍‌ ଉତ୍ପାଦନ କ୍ଷମତା ୨ ରୁ ୩ ବର୍ଷ ମଧ୍ୟରେ ଶେଷ ହୋଇଯିବ। ସମାନ ଅବସ୍ଥାରେ ପହଞ୍ଚିଛି ବେଦାନ୍ତ-ଫେକର ଓସ୍ତପାଳ କ୍ରୋମାଇଟ୍‌ ଖଣି ଓ କଲରଙ୍ଗିଅତ୍ତା କ୍ରୋମାଇଟ୍‌ ଖଣି, ଇମ୍ଫା ସୁକିନ୍ଦା କ୍ରୋମାଇଟ୍‌ ଖଣି, ଜିନ୍ଦଲ ଷ୍ଟେନଲେସ୍ କାଳିଆପାଣି କ୍ରୋମାଇଟ୍‌ ଖଣି ଓ ବାଲେଶ୍ବର ଆଲଏଜ୍ କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣି। ଉପରୋକ୍ତ ଖଣି ସମୂହରେ କ୍ରୋମ୍‌ ଉତ୍ପାଦନ କ୍ରମାଗତ ଭାବେ ହ୍ରାସ ପାଉଥିବା ସୂଚନା ମିଳିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।