ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଖରା ଛୁଟିରେ ସ୍କୁଲ ପିଲାମାନଙ୍କୁ ଆଇରନ ଓ ଫଲିକଏସିଡ୍ ବଟିକା ବଣ୍ଟନ କରାଯିବ। ଜୁନ୍ ୧୬ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଘର ବୁଲି ଉକ୍ତ ବଟିକା ବାଣ୍ଟିବେ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ବଟିକା ବଣ୍ଟନ କରାଯିବ। ରାଜ୍ୟ ସରକାରଙ୍କ ଆନେମିଆମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ) କାର୍ଯ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି। ତାହାକୁ ସଫଳ କରିବା ଲାଗି ରାଜ୍ୟ ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି।
ଛାତ୍ରଛାତ୍ରୀଙ୍କ ପିଛା ୮ଟି ଆଇଏଫଏ ବଟିକା ଦିଆଯିବ, ପିଙ୍କ(ଗୋଲାପି) ବଟିକା ପ୍ରଥମରୁ ପଞ୍ଚମ, ବ୍ଲୁ(ନୀଳ) ବଟିକା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଅଭିଭାବକଙ୍କୁ ହିଁ କେବଳ ବଟିକା ହସ୍ତାନ୍ତର କରାଯିବ। ଅଭିଭାବକଙ୍କୁ ଦେବା ପୂର୍ବରୁ ବଟିକାର ମାନ ଯାଞ୍ଚ କରିବେ। ଯଦି କୌଣସି ସ୍ଥାନରେ ବଟିକାର ଅବଧି ଶେଷ ହୋଇଥିବା ନଜରକୁ ଆସେ, ତାହାକୁ ତୁରନ୍ତ ଫେରସ୍ତ କରିବାକୁ କୁହାଯାଇଛି। ଅଭିଭାବକଙ୍କୁ ବଟିକାର ମୋଡାଲିଟି ସଂପର୍କରେ ଅବଗତ କରାଯିବ। ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟି(ଏସ୍ଏମ୍ସି)ର ସଦସ୍ୟମାନେ ଏଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ଘରକୁ ଘର ବୁଲି ବଟିକା ବଣ୍ଟନ କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ତଦାରଖ କରିବେ।
ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ରଖିବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ଶୁକ୍ରବାରଠାରୁ ମଧ୍ୟାହ୍ନଭୋଜନ ରୋଷେୟା ଓ ସହାୟକଙ୍କୁ ତାଲିମ ଦିଆଯିବ। ଖାଦ୍ୟର ସୁରକ୍ଷା, ସ୍ବଚ୍ଛତା ରକ୍ଷା, ନିଜକୁ କିଭଳି ସଫା ଓ ସ୍ୱଚ୍ଛ ରଖିବେ, ଖାଦ୍ୟକୁ କିଭଳି ସ୍ୱଚ୍ଛତାର ସହ ତିଆରି କରିବେ, ଖାଦ୍ୟ ଯେଉଁଠି ସଂରକ୍ଷଣ କରି ରଖାଯାଉଛି, ତାହା କିଭଳି ସ୍ବଚ୍ଛ ରହିବ ସେନେଇ ପ୍ରଶିକ୍ଷଣ ଦିଆଯିବ। ମିସନ୍ ଶକ୍ତି ଭବନରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ୮ଟି ପର୍ଯ୍ୟାୟରେ ହେବ ଏବଂ ୬୦୦ରୁ ଅଧିକ ରୋଷେୟା ଓ ସହାୟକଙ୍କୁ ତାଲିମ ଦିଆଯିବ। ସେମାନେ ରାଜ୍ୟସ୍ତରରେ ତାଲିମ ନେବା ପରେ ବ୍ଲକସ୍ତରରେ ଅନ୍ୟ ରୋଷେୟା ଓ ସହାୟକଙ୍କୁ ତାଲିମ ପ୍ରଦାନ କରିବେ। ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ ଡାଲି ଓ ଭାତରୁ ପୋକ ବାହାରୁଛି, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳୁଛି। ତାହାକୁ ଦୃଷ୍ଟିରେ ରଖି ଏଭଳି ତାଲିମ କାର୍ଯ୍ୟକ୍ରମ କରାଯାଉଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ପିଏମ ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆୟରଙ୍କ କହିବାନୁଯାୟୀ, ୨୦୨୨ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଆନେମିଆମୁକ୍ତ ଲକ୍ଷ୍ୟ ଅଭିଯାନ(ଅମ୍ଳାନ)ର ଶୁଭାରମ୍ଭ କରିଥିଲେ। ତାହାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ ଆଇଏଫଏ ବଟିକା ମଧ୍ୟାହ୍ନଭୋଜନ କିମ୍ବା ରାତ୍ରିଭୋଜନ କରିବା ପରେ ଖାଇବେ। ଟାଣ ଖରା ହୋଇଥିବାରୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସଆରସି)ଙ୍କ ଦ୍ବାରା ଗାଇଡଲାଇନ ପାଳନ କରି ଶିକ୍ଷକ ଶିକ୍ଷୟିତ୍ରୀ ବଟିକା ବଣ୍ଟନ କରିବାକୁ କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l