ରାଜ୍ୟ

ଆଗକୁ ଚନ୍ଦନଯାତ୍ରା, ହେଲେ ଅପ୍ରସ୍ତୁତ ନରେନ୍ଦ୍ର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ୨୧ ଦିନ ମହାପ୍ରଭୁ ଜଳକ୍ରୀଡ଼ା କରିବେ। କିନ୍ତୁ ପ୍ରସ୍ତୁତ ହୋଇପାରିନି ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀ । ନରେନ୍ଦ୍ରର ଯେଉଁ ବିକାଶ କାର୍ଯ୍ୟ ଚାଲିଛି, ତାହା ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ। ଚାରିପାର୍ଶ୍ବରେ ନିର୍ମାଣ କାର୍ଯ୍ୟ ଏବେ ବି ଜାରି ରହିଛି। ସେପଟେ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବ ଓ ଚନ୍ଦନ ଚକଡ଼ାର ବିକାଶ ପାଇଁ ପାଣି ଶୁଖାଇ ଦିଆଯାଇଥିଲା। ଫଳରେ ନରେନ୍ଦ୍ରର ଜଳପତନ ବି କମିଯାଇଛି। ଏଭଳି ସ୍ଥିତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସହ ପଞ୍ଚ ମହାଦେବ ଡଙ୍ଗାରେ ବସି କିଭଳି ଜଳକ୍ରୀଡ଼ା କରିବେ, ତାହା ଚିନ୍ତାର ବିଷୟ ପାଲଟିଛି।

ସେପଟେ ପ୍ରତିଦିନ ଜଳକ୍ରୀଡ଼ା ପାଇଁ ଶ୍ରୀମନ୍ଦିର ବାହାରି ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ। ପଞ୍ଚ ମହାଦେବ ବି ନିଜ ନିଜ ମନ୍ଦିରରୁ ବାହାରି ସିଂହଦ୍ବାରରେ ଏକାଠି ହେବା ପରେ ଚନ୍ଦନ ଚକଡ଼ା ଅଭିମୁଖେ ଯାତ୍ରା କରିବେ। ଜଳକ୍ରୀଡ଼ା ସାରି ପୁଣି ଦେବଦେବୀ ଶ୍ରୀମନ୍ଦିର ଓ ପଞ୍ଚ ମହାଦେବ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। କିନ୍ତୁ ଯେଉଁ ବାଟ ଦେଇ ଦେବଦେବୀ ଚନ୍ଦନ ଚକଡ଼ାକୁ ବିଜେ କରିବେ ଓ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ, ସେହି ରାସ୍ତାକୁ ଖୋଳି ଦିଆଯାଇଛି। ଏଭଳି ସ୍ଥିତିରେ ଠାକୁର କିଭଳି ଶ୍ରୀମନ୍ଦିରରୁ ବାହାରିବେ, ଶ୍ରୀମନ୍ଦିରରୁ ଚନ୍ଦନ ଚକଡ଼ାକୁ ଯିବେ, ତାହା ଚିନ୍ତାର କାରଣ ପାଲଟିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।