ରାଜ୍ୟ

୧୫ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ: ଏସ୍‌ଇବିସି ତାଲିକାରେ ୨୨ଜାତି ସାମିଲ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମେ’ ୧ରୁ ୨୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଓବିସି ଗଣନା ହେବ। ଏହା ପୂର୍ବରୁ ରାଜ୍ୟ ସରକାର ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶା ପାଇଁ ତାଲିକାଭୁକ୍ତ ୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (ଏସ୍‌ଇବିସି) ତାଲିକାରେ ସାମିଲ୍ କରିଛନ୍ତି। ଏ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।

ପୂର୍ବରୁ ଗତ ଜାନୁଆରି ମାସରେ ବସିଥିବା କ୍ୟାବିନେଟ୍ ବୈଠକରେ ୨୨ଟି ପଛୁଆ‌ ବର୍ଗର ଜାତିକୁ ଏସ୍‌ଇବିସି ତାଲିକାରେ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ (ଓଏସ୍‌ସିବିସି) ଅଧିନିୟମ,୧୯୯୩ରେ ସଂଶୋଧନ ଆଣିଥିଲେ। ଏହି ଅଧିନିୟମକୁ ଗତ ବିଧାନସଭା ଅଧିବେଶନରେ ଆଗତ ବି କରାଯାଇଥିଲା। ହେଲେ ଏହାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିଲେ। ଆଜି ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ (ଓଏସ୍‌ସିବିସି) ଅଧିନିୟମ,୧୯୯୩ର ଧାରା-୯ ଅଧୀନରେ ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଅଧ୍ୟାଦେଶ ଘୋଷଣା ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ କରିଛନ୍ତି।

YouTube

ଏହାଦ୍ବାରା ବଢ଼େଇ, ବିନ୍ଧାଣୀ, ବିନ୍ଦାଣୀ, ବରାଜି, ବରୋଇ, ଶଙ୍ଖୁଆ ତନ୍ତି, ଗୋଳ ତନ୍ତି, ଲଜ୍ୟା ନିବାରଣ, ହଂସି ତନ୍ତି, କପାଡ଼ିଆ, ଗନ୍ଧମାଳି, ଥାନପତି, ପାଣ୍ଡରା ମାଳି, ପନିଅର ମାଳି, ପଣ୍ଡାରିଆ, ଓଡ଼-ଖଣ୍ଡାୟତ, ବୟାଳିଶ, ଓଡ, ଓଡ଼-ପାଇକ, ଓଡ଼-ପାଇକୋ, ହଳଦିଆ-ତେଲି ଏବଂ କାଳନ୍ଦୀ ଭଳି ଜାତି/ସମ୍ପ୍ରଦାୟର ଲୋକମାନେ ଏସ୍‌ଇବିସି ଭାବେ ଗଣତି ହେବେ।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ କ୍ୟା‌ବିନେଟ୍ ବୈଠକ ବସିଥିବା ବେଳେ ଏଥିରେ ଉପରୋକ୍ତ ପ୍ରସ୍ତାବ ସମେତ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ଆଜି କ୍ୟାବିନେଟ୍‌ ବିଜୁ ସେତୁ ଯୋଜନାକୁ ଆଉ ଦୁଇ ବର୍ଷ ବଢ଼ାଇବା ନେଇ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଫଳରେ ରାଜ୍ୟରେ ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବିଜୁ ସେତୁ ନିର୍ମାଣ ହେବ। ଏହାଦ୍ବାରା ଅତିରିକ୍ତ ୩୫୯୭.୨୨ କୋଟି ବିନିମୟରେ ୮୬୬ଟି ନୂତନ ସେତୁ ନିର୍ମାଣ ସହ ବର୍ତ୍ତମାନ ନିର୍ମାଣାଧୀନ ଥିବା ସେତୁଗୁଡ଼ିକ ସଂପୂର୍ଣ୍ଣ କରାଯିବ।

ସୂଚନାଯୋଗ୍ୟ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଥିବା ସମସ୍ତ ଅସଂଯୋଜିତ ସ୍ଥାନଗୁଡ଼ିକୁ ସେତୁ ମାଧ୍ୟମରେ ଯୋଡ଼ିବା ଲକ୍ଷ୍ୟ ରଖି ରାଜ୍ୟ ସରକାର ୨୦୧୧-୧୨ ବର୍ଷରେ ବିଜୁ ସେତୁ ଯୋଜନା (ବିଏସ୍‌ୱାଇ)ର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୨୦୨୧-୨୨ ବର୍ଷରେ ତିନି ବର୍ଷ ମଧ୍ୟ‌ରେ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ୫୮୧୨କୋଟି ବିନିମୟରେ ୯୪୬ଟି ସେତୁ (୩୯୬ଟି ନିର୍ମାଣାଧୀନ ଏବଂ ୫୫୦ଟି ନୂତନ ସେତୁ) ପାଇଁ ଅନୁମୋଦନ କରାଯାଇଥିଲା। ଏବେ ବହୁ ସେତୁ କାମ ଶେଷ ହୋଇନଥିବାରୁ ଏବଂ ଅଧିକ ସେତୁର ଆବଶ୍ୟକ ଥିବାରୁ ରାଜ୍ୟ ସରକାର ଏହି ଯୋଜନାକୁ ଆଉ ଦୁଇ ବର୍ଷ ପାଇଁ ବଢ଼ାଇଛନ୍ତି।

 

ଏହାସହ ଆର୍‌ଡିଏସ୍‌ଏସ୍‌ ଯୋଜନା ମାଧ୍ୟମରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ କରିବା ପାଇଁ ୩ବର୍ଷରେ ୬୨୮୪ କୋଟି ଖର୍ଚ୍ଚ ହେବ। ଏଥିରେ ରାଜ୍ୟ ସରକାରଙ୍କ ଅଂଶ ୨୩୪୨କୋଟି ରହିବ। ଏହାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ସ୍ମାର୍ଟ ମିଟର ସଂସ୍ଥାପନ ନିମନ୍ତେ ୪୨୮କୋଟି, ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ ନିମନ୍ତେ ୪୨୪୮କୋଟି, ବିତରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ନିମନ୍ତେ ୧୫୦୯କୋଟି ଟଙ୍କାର ପ୍ରାବଧାନ ରହିଛି। ଏହାକୁ ୨୦୨୬ ମସିହା ସୁଦ୍ଧା ଶେଷ କରାଯିବ।

roboticsandautomationnews.com

ସେହିପରି ୨୦୨୫ ସୁଦ୍ଧା ରାଜ୍ୟରେ ବିଦ୍ୟୁତ ଯାନ ପଞ୍ଜୀକରଣ ୨୦%କୁ ବୃଦ୍ଧି କରିବାକୁ ଚାହୁଁଥିବାରୁ ଅନ୍ୟ ରାଜ୍ୟଗୁଡ଼ିକର ସର୍ବୋତ୍ତମ ବ୍ୟବସ୍ଥାକୁ ଅନୁସରଣକରି ଉକ୍ତ ରିହତି ହାରକୁ ବୃଦ୍ଧି କରିବା ପାଇଁ ନିଆଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
ଏହାସହ କଟକ ରିଂ ରୋଡ୍‌ର ଖାନ୍‌ନଗର ଠାରୁ ଲିଙ୍କ୍‌ ରୋଡ୍‌ ପର୍ଯ୍ୟନ୍ତ ୬ଥାକିଆ ରାସ୍ତାକୁ ଉନ୍ନତୀକରଣ କରିବା ପାଇଁ ଆର୍‌କେଡି କନଷ୍ଟ୍ରକସନ୍‌ର ୧୨୧କୋଟି ୬୫ଲକ୍ଷର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହା ୨୪ମାସରେ ‌େଶଷ ହେବ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଗ୍ରାମ୍ୟ ନିର୍ମାଣ ସଂସ୍ଥାରେ ଜିଲ୍ଲାସ୍ତରୀୟ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତି ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ନଥିବାରୁ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାର ସମାଧାନ ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ଅମଲା ସେବା (ଗ୍ରାମ୍ୟ ଉନ୍ନୟନ ବିଭାଗର ଜିଲ୍ଲା କାର୍ଯ୍ୟାଳୟର ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ) ନିୟମ, ୨୦୨୩ ପ୍ରଣୟନ କରିବାକୁ ସ୍ଥିର କରିଛନ୍ତି।

ଆଜିର କ୍ୟାବିନେଟ୍ ବୈଠକରେ ଓଡ଼ିଶା ଅବକାରୀ ଅମଲା ସେବା (ଅବକାରୀ ନିର୍ଦ୍ଦେଶାଳୟ ଅଦୀନସ୍ଥ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର କନିଷ୍ଠ ସହାୟକ, ବରିଷ୍ଠ ସହାୟକ ଏବଂ ଉପବିଭାଗ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, ୨୦୨୩)ର ପ୍ରଚଳନ ନିମନ୍ତେ ଅନୁମୋଦନ ମିଳିଛି।

Outlook India

ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଓଡ଼ିଶା ଖଦି ଓ ଗ୍ର‌ାମୋଦ୍ୟୋଗ ବୋର୍ଡ ନିୟମାବଳୀ, ୧୯୫୬ରେ ଥିବା ନିୟମ-୧୨ର ଉପନିୟମ-୭ ଅନୁଯାୟୀ ସଚିବ, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡଙ୍କର ଆକସ୍ମିକ ବ୍ୟୟ ସୀମା ୧୦ହଜାର ଟଙ୍କାରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଓଡ଼ିଶା ବନ ସେବା କ୍ୟାଡରରେ ୭୬ ପଦବିର ବୃଦ୍ଧି କରାଯାଇ ଗ୍ରୁପ୍‌-ବି ଓ ଗ୍ରୁପ୍‌-ଏ (ସିନିଅର ବ୍ରାଞ୍ଚ), (ସୁପରଟାଇମ୍ ସ୍କେଲ୍‌), (ସୁପରିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍) ଏବଂ ଏସ୍‌ଏସ୍‌ଜି କ୍ୟାଡରର ପୁନର୍ଗଠନ କରାଯାଇଛି।

ଓଡ଼ିଶା ଉପନିରୀକ୍ଷକଙ୍କ ପାଇଁ ପ୍ରଚଳିତ ଓଡ଼ିଶା ଅଧିନସ୍ଥ ଅବକାରୀ ସେବା ନିୟମକୁ ବାତିଲ୍ କରି ‘ଓଡ଼ିଶା ଅଧିନସ୍ଥ ଅବକାରୀ ସେବା’ (ଅବକାରୀ ଉପନିରୀକ୍ଷକଙ୍କ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, ୨୦୨୩ର ପ୍ରଚଳନ ନିମନ୍ତେ ଅନୁମୋଦନ କରାଯାଇଛି।
ରତ୍ପାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶକଙ୍କ ସହିତ ପଞ୍ଜୀକୃତ ହୋଇଥିବା ଓଡ଼ିଶା ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ସହ ରେଟ୍‌ କଣ୍ଟ୍ରାକ୍ଟ ନିୟମ, ୨୦୧୪ରେ ସଂଶୋଧନ ସଂଶୋଧନ ଅଣାଯାଇଛି। ଏହାସହ ଓଡ଼ିଶା ସ୍ପେସିଫାଏଡ୍ ଲଘୁ ଖଣିଜ ନିଲାମ ନିୟମ,୨୦୧୯‌ର ସଂଶୋଧନକୁ ଅନୁମୋଦନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।