ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ହିନ୍ଦୋଳ/ ଖଜୁରିଆକଟା: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଆଜି ସକାଳେ ଜଣେ ନିଲମ୍ବିତ ଶିକ୍ଷକଙ୍କଠାରୁ କାଗଜପତ୍ର କରାଇ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଛି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୬ ତାରିଖରେ ହିନ୍ଦୋଳ ଉପଖଣ୍ଡ ବ୍ରହ୍ମପୁର ବରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ର ବିଷ୍ଣୁ ଦେହୁରୀ ବିଦ୍ୟାଳୟ ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ଖୋଲା କୂଅରେ ପଡ଼ି ଯାଇଥିଲେ। ଫଳରେ, ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଅଭାବନୀୟ ଘଟଣାକୁ ନେଇ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ମଲ୍ଲିକ ସେତେବେଳର କାର୍ଯ୍ୟରତ ପ୍ରଧାନଶିକ୍ଷକ ଅଦ୍ୱୈତ ସାମଲଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ।
ଇତିମଧ୍ୟରେ କୋର୍ଟଙ୍କ ଶୁଣାଣି ପରେ ଶିକ୍ଷକ ଶ୍ରୀ ସାମଲ ପୁନର୍ବାର ଚାକିରିରେ ଯୋଗଦେବା ନେଇ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏଥିପାଇଁ ତାଙ୍କୁ ବାରମ୍ବାର ସ୍ଥାନୀୟ ବିଇଓଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା। ଅନ୍ୟପକ୍ଷରେ, ବିଇଓ ଶ୍ରୀ ମଲ୍ଲିକ ବିଭିନ୍ନ ସମୟରେ ନାନା ବାହାନା ଦେଖାଇ ତାଙ୍କଠାରୁ ଅର୍ଥ ଆଦାୟ ପାଇଁ ବାଟ ବାହାର କରୁଥିଲେ। ବିଇଓ ଶ୍ରୀ ମଲ୍ଲିକ ଶିକ୍ଷକ ଶ୍ରୀ ସାମଲଙ୍କଠାରୁ ୬୦ ହଜାର ଟଙ୍କା ନେବାପରେ ତାଙ୍କ ଇନ୍କ୍ରିମେଣ୍ଟ ଓ ଏରିଅର୍ କରିଦେବାକୁ ଆଉ ୧୦ ହଜାର ଟଙ୍କା ମାଗିଥିଲେ। ଏଥିରେ ଅତିଷ୍ଠ ହୋଇ ଶିକ୍ଷକ ଶ୍ରୀ ସାମଲ କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟାରେ ଶିକ୍ଷକ ଶ୍ରୀ ସାମଲ ବିଇଓ ଶ୍ରୀ ମଲ୍ଲିକଙ୍କ ଖଜୁରିଆକଟା ବଜାର ନିକଟ ଭଡ଼ାଘରେ ପହଞ୍ଚି ତାଙ୍କୁ ୧୦ ହଜାର ଟଙ୍କା ଦେଉଥିବା ସମୟରେ କଟକ ଭିଜିଲାନ୍ସ ଟିମ୍ ସେଠାରେ ବିଇଓ ଶ୍ରୀ ମଲ୍ଲିକଙ୍କୁ କାବୁ କରି ନେଇଥିଲେ। ସେଠାରୁ ୯୧ ହଜାର ଟଙ୍କା, ଏକ କାର୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ବିଇଓ ଶ୍ରୀ ମଲ୍ଲିକଙ୍କୁ ସିଧାସଳଖ ହିନ୍ଦୋଳସ୍ଥିତ ବିଭାଗୀୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲେ। ପରେ ଅନେକ କାଗଜପତ୍ର ଯାଞ୍ଚ କରି ସେଥିମଧ୍ୟରୁ କିଛି କାଗଜକୁ ନେଇ ଯାଇଥିଲେ। ବିଇଓ ଶ୍ରୀ ମଲ୍ଲିକଙ୍କ ଭଦ୍ରକସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲା। କଟକ ଭିଜିଲାନ୍ସ ଡିଏସ୍ପି ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଇନ୍ସପେକ୍ଟର ଅନୁପମା ସାହୁ, ବିଜୟ କୁମାର ସେଠୀ, ଜ୍ୟୋତି ଶେଖର ସାହୁ ସାମିଲ ଥିଲେ। ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ ବିଭାଗୀୟ କାର୍ଯ୍ୟାଳୟରୁ ନିଆଯାଇ କଟକ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ମଲ୍ଲିକ ହିନ୍ଦୋଳ ବ୍ଲକ୍ରେ ଶିକ୍ଷା ଅଧିକାରୀ ଭାବେ ୪ବର୍ଷ ତଳେ ଯୋଗଦେବା ପରଠାରୁ ବିଭିନ୍ନ ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ହଇରାଣ କରିବା ସହ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ନେଇ ଅଭିଯୋଗ ହୋଇଆସୁଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l