ରାଜ୍ୟ

କୋରାପୁଟକୁ ଲେଉଟିଲା ଆନ୍ଥ୍ରାକ୍ସ, ୩ ଆକ୍ରାନ୍ତ ଚିହ୍ନଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ

ବୈପାରିଗୁଡ଼ା : କୋରାପୁଟ ଜିଲ୍ଲାକୁ ପୁଣି ଲେଉଟିଛି ମାରାତ୍ମକ ରୋଗ ଆନ୍ଥ୍ରାକ୍ସ। ବୈପାରିଗୁଡ଼ା ବ୍ଲକ୍‌ ଦଣ୍ଡାବାଡ଼ି ପଞ୍ଚାୟତର ଭିଙ୍ଗରାଯୋଡ଼ି ଗ୍ରାମରୁ ୩ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁଇଟି ବଳଦ ମରିବା ପରେ ମାଂସ ଖାଇବାରୁ ସେମାନେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେବେ, ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସତ ହେବା ପରେ ସମସ୍ତ ଆକ୍ରାନ୍ତ ଘରକୁ ଫେରିଛନ୍ତି।

ସୂଚନା ଅନୁଯାୟୀ, ଚଇତି ପରବ ସମୟରେ ଅର୍ଥାତ ପ୍ରାୟ ୧୦ଦିନ ତଳେ କୌଣସି କାରଣରୁ ଗାଁର ୫ଟି ବଳଦ ମୃତ୍ୟୁବରଣ କରିଥିଲେ। ସେଥିମଧ୍ୟରୁ ୩ଟି ବଳଦକୁ ପୋତି ଦିଆଯାଇଥିବା ବେଳେ ୨ଟି ମୃତ ବଳଦକୁ କାଟିବା ପରେ ଗ୍ରାମବାସୀ ମାଂସ ନିଜ ନିଜ ମଧ୍ୟରେ ବାଣ୍ଟିଥିଲେ। ମାଂସ ଖାଇବାର କିଛିଦିନ ପରେ ଗ୍ରାମର ୩ ଜଣଙ୍କ ହାତରେ ଛୋଟ ଛୋଟ ଫୋଟକା ବାହାରିଥିଲା। ଧୀରେ ଧୀରେ ଏହି ଫୋଟକା ବଡ଼ ହେବା ସହ ଭୀଷଣ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ୩ଜଣ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ସମସ୍ତେ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେଣୁ ସମସ୍ତଙ୍କୁ ଆବଶ୍ୟକ ଔଷଧ ଦିଆଯାଇଥିଲା। ଚିକିତ୍ସା ପରେ ଆକ୍ରାନ୍ତ ଘରକୁ ଫେରିଥିଲେ ସୁଦ୍ଧା ସଂପୂର୍ଣ୍ଣ ସୁସ୍ଥ ହୋଇନଥିଲେ। ବରଂ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା।
ଏହି ଖବର ପାଇ କୋରାପୁଟରୁ ଡାକ୍ତରୀ ଦଳ ଆଜି ଭିଙ୍ଗରାଯୋଡିରେ ପହଞ୍ଚି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଦେଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ଘା ଚମଡ଼ା ନମୁନା ଭାବେ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯିବ। ସେହିପରି ବଳଦ ମାଂସ ଖାଇଥିବା ପଡ଼ୋଶୀ କଦଳୀପଦର ଗ୍ରାମର କିଛି ଜଣଙ୍କୁ ଔଷଧ ଦିଆଯାଇଥିବା ଡା.ଅଧିରାଜ ସାହୁ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।