ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଆ ଭାଷାକୁ ଦୁର୍ବଳ କରିବାକୁ ଚକ୍ରାନ୍ତ: ଭଡ଼ାଘରେ ତେଲୁଗୁ ଶିଖାଉଛି ଆନ୍ଧ୍ର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

କୋରାପୁଟ : ଓଡ଼ିଶାରେ ଓଡ଼ିଆ ଭାଷାକୁ ଦୁର୍ବଳ କରିବାକୁ ଆନ୍ଧ୍ରର ପୁଣି ଗୋଟିଏ ଷଡ଼୍‌ଯନ୍ତ୍ର ସାମ୍ନାକୁ ଆସିଛି। ନିଜସ୍ବ ଭିତ୍ତିଭୂମି ନଥିବା ସତ୍ତ୍ବେ କୋଟିଆରେ ଖୋଲିଛି ବିଦ୍ୟାଳୟ। ଯେଉଁଠାରେ ସଂପୂର୍ଣ୍ଣ ମାଗଣାରେ ପିଲାଙ୍କୁ ତେଲୁଗୁ ଶିକ୍ଷା ଦିଆଯାଉଛି। ତେଲୁଗୁ ପ୍ରଭାବ ଏଠାରେ ଏତେ ରହିଛି ଯେ, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ବଦଳରେ ଆନ୍ଧ୍ର ସରକାରଙ୍କ ବିଦ୍ୟାଳୟ ପ୍ରତି ଉଭୟ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଆଗ୍ରହ ଦେଖାଉଛନ୍ତି।

୨୦୧୯ ମସିହାରେ ୱାଇଏସ୍‌ଆର କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ କୋଟିଆକୁ ଫୋକସ୍‌ କରିଥିଲା। ଏହି ଅଞ୍ଚଳରେ ତେଲୁଗୁ ଭାଷାର ପ୍ରଚାର ସହ ପ୍ରସାର କରିବାକୁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇଥିଲା। ବିଦ୍ୟାଳୟ ସ୍ତରରୁ ହିଁ ପିଲାଙ୍କୁ ତେଲୁଗୁରେ ଶିକ୍ଷା ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଫାଟୁସେନେରିରେ ବିଦ୍ୟାଳୟ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଥିଲେ। ତେଣୁ ଜଣେ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିଲା। ବିବାଦୀୟ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କରିବା ସମ୍ଭବ ହୋଇନଥିବାରୁ ପ୍ରଥମେ ଝାଟିମାଟି ଘରେ ବିଦ୍ୟାଳୟ ଆରମ୍ଭ ହେଲା। ବିଦ୍ୟାଳୟ ଖୋଲିବା ଏବଂ ପିଲା ଯୋଗାଡ଼ କରିବାରେ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ଏଜେଣ୍ଟ ସଂପୂର୍ଣ୍ଣ ସହଯୋଗ କରିଥିଲେ। କିନ୍ତୁ ଗତବର୍ଷ ବର୍ଷା ମାଡ଼ରେ ଝାଟିମାଟି ଘର ଭାଙ୍ଗି ଯିବାରୁ ବହୁ ଦିନ ଧରି ଏହି ବିଦ୍ୟାଳୟ ବନ୍ଦ ରହିଥିଲା। ସାଲୁ ମଣ୍ଡଳର ବରିଷ୍ଠ ଅଧିକାରୀ ଏହି ବିଷୟରେ ଜାଣିବା ପରେ ଏଜେଣ୍ଟ ସୁକ ଗେମେଲଙ୍କ ସହ ଆଲୋଚନା କଲେ। ନିଜ ଘରକୁ ଭଡ଼ାସୂତ୍ରରେ ଦେବାକୁ ସୁକ ରାଜି ହେବାରୁ ବର୍ତ୍ତମାନ ସେଠାରେ ପିଲା ପାଠ ପଢ଼ୁଛନ୍ତି। ଘରଭଡ଼ା ବାବଦରେ ସୁକଙ୍କୁ ଆନ୍ଧ୍ର ସରକାର ମାସିକ ୧୦ହଜାର ଟଙ୍କା ପ୍ରଦାନ କରୁଛନ୍ତି।

ଭଡ଼ାଘରେ ସରକାରୀ ବିଦ୍ୟାଳୟ ଚାଲିବା ସତ୍ତ୍ବେ ୧୭ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପ୍ରଥମ ଶ୍ରେଣୀରେ ୪ଜଣ, ଦ୍ବିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ ଏବଂ ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ରହିଛନ୍ତି। ପଞ୍ଚମ ଶ୍ରେଣୀରେ କେହି ନାମ ଲେଖାଇନଥିବା ସୂଚନା ମିଳିଛି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାର୍ଷିକ ୧୫ହଜାର ଟଙ୍କା ଲେଖାଏଁ ପ୍ରତି ପିଲାଙ୍କୁ ଷ୍ଟାଇପେଣ୍ଡ ମିଳୁଛି ଏବଂ ମାଗଣାରେ ବହିପତ୍ର, ପୋଷାକ, ମଧ୍ୟାହ୍ନ ଭୋଜନ ଦିଆଯାଉଛି। ବିଦ୍ୟାଳୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଥିବା ବ୍ୟାନର ତଥା ପୋଷ୍ଟର ଲାଗିଛି। ସେଥିରେ ଆନ୍ଧ୍ର ସରକାର କେଉଁ ଭଳି ସୁବିଧା ତଥା ସୁଯୋଗ ଦେଉଛନ୍ତି ତାହା ବର୍ଣ୍ଣନା କରାଯାଇଛି। ନିଯୁକ୍ତି ପାଇଥିବା ଶିକ୍ଷକ ଜଣକ ସେହି ବିଦ୍ୟାଳୟରେ ରହି ପାଠ ପଢ଼ାଉଥିବା ବେଳେ ମାସ ଶେଷରେ କିଛି ଦିନ ପାଇଁ ସ୍କୁଲ ବନ୍ଦ କରି ନିଜ ଘରକୁ ଯାଉଛନ୍ତି।

ଯଦିଓ ଓଡ଼ିଶା ସରକାର ଫାଟୁସିନେରି ଗାଁରେ ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟାଳୟ ଖୋଲିଛନ୍ତି, ଭିତ୍ତିଭୂମିର ମଧ୍ୟ ଅଭାବ ନାହିଁ। ତଥାପି ଏହି ବିଦ୍ୟାଳୟ ପ୍ରତି ସୀମାନ୍ତ ଗ୍ରାମବାସୀ ଆକର୍ଷିତ ହୋଇପାରି ନାହାନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ନିମନ୍ତେ ଶିକ୍ଷକ ନିୟୋଜିତ ହୋଇଥିଲେ ସୁଦ୍ଧା ମାତ୍ର ୬ଜଣ ପିଲା ଏଠାକୁ ପାଠ ପଢ଼ିବା ପାଇଁ ଆସୁଛନ୍ତି। ସେମାନେ ମଧ୍ୟ ମଧ୍ୟାହ୍ନ ଭୋଜନ ପରେ ନିଜ ନିଜ ଘରକୁ ଚାଲି ଯାଉଥିବା ଜଣାପଡ଼ିଛି।

ଆନ୍ଧ୍ର ବିଦ୍ୟାଳୟରେ ନିୟୋଜିତ ଶିକ୍ଷକ ଏ. ଗଣେଶଙ୍କ କହିବା ହେଲା, ଜିଲ୍ଲାପାଳ ଏଠାରେ ରହି ପାଠ ପଢ଼ାଇବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ନିମନ୍ତେ ଭଡ଼ାଘର ମଧ୍ୟ ଯୋଗାଇ ଦେବାରୁ କୌଣସି ଅସୁବିଧା ହେଉ ନାହିଁ। ବର୍ତ୍ତମାନ ୧୭ଜଣ ପିଲା ଏଠାରେ ପାଠ ପଢ଼ୁଛନ୍ତି। ଅଭିଭାବକମାନେ ନିୟମିତ ପିଲାଙ୍କୁ ଆଣି ବିଦ୍ୟାଳୟରେ ଛାଡ଼ୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।