ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଗୋ ବ୍ୟାକ୍‌’ ନାରାକୁ ଖାତିର୍‌ କରୁନି ଆନ୍ଧ୍ର: ଓଡ଼ିଶା ସ୍କୁଲରୁ ବିଦ୍ୟୁତ୍‌ କାଟିଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କୋରାପୁଟ/ ପଟ୍ଟାଙ୍ଗି: ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜାନ୍ନା ଦୋରା କୋଟିଆ ପଞ୍ଚାୟତ ଗସ୍ତରେ ଆସୁଥିବା ସୂଚନା ମିଳିଛି। ଗତ ଏପ୍ରିଲ ୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ଗୋ ବ୍ୟାକ୍‌’ ନାରା ଏବଂ ପରଦିନ ସାମ୍ବାଦିକ ସମ୍ମିଳନୀ ଡାକି ପି. ରାଜାନ୍ନାଙ୍କ ପ୍ରତିକ୍ରିୟା ବ୍ୟକ୍ତ ପରେ ତାଙ୍କର ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ଅନେକବାର କୋଟିଆ ଆସିଥିଲେ ବି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲିର ଗସ୍ତ ରାଜ‌ନୈତିକ ଦୃଷ୍ଟିରୁ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଓଡ଼ିଶା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କୋଟିଆ ଗସ୍ତରେ ଆସି ‘ଆନ୍ଧ୍ର ଗୋ ବ୍ୟାକ୍‌ ନାରା’ ଦେଇଥିଲେ। ଯାହାକୁ କି ଆଦୌ ହଜମ କରିପାରିନଥିଲା ଆନ୍ଧ୍ର। ତେଣୁ ପରଦିନ ହିଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୋରା ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ନିନ୍ଦା କରିବା ସହ ଚେତାବନୀ ଦେବାକୁ ପଛାଇ ନଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ଯୋଜନାକୁ କୋଟିଆରେ ଆରମ୍ଭ କରି ପୁଣି ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଶେଷରେ ଶକ୍ତି ପ୍ରଦର୍ଶନ ଉଦ୍ଦେଶ୍ୟ ନେଇ ନିଜେ ଉପମୁଖ୍ୟମନ୍ତ୍ରୀ କୋଟିଆ ଆସିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁସା‌ରେ , ଜଣେ ଉପମୁଖ୍ୟମନ୍ତ୍ରୀ ଆସୁଥିଲେ ସୁଦ୍ଧା ଗସ୍ତ ସଂପର୍କିତ ସମସ୍ତ ବିବରଣୀକୁ ଯଥାସମ୍ଭବ ଗୁପ୍ତ ରଖିବାକୁ ପ୍ରୟାସ କରାଯାଇଛି। କେବଳ କୋଟିଆବାସୀଙ୍କୁ କୁହାଯାଇଛି ‘ଘରେ ଘରେ ଆମ ସରକାର’ (ଗାଡ଼ପା ଗାଡ଼ାପା ମାନା ସରକାର) କାର୍ଯ୍ୟକ୍ରମ ହେବ। ଏହା ସଂପୂର୍ଣ୍ଣ ରୂପେ ୱାଇଏସ୍‌ଆର କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମ। ଫାଟୁସିନେରି ଏବଂ ଫଗୁଣସନେରି ସମେତ ସୀମାନ୍ତର କିଛି ଗାଁରେ ଉପମୁଖ୍ୟମନ୍ତ୍ରୀ ପଦଯାତ୍ରା କରିବେ। ଲୋକଙ୍କୁ ସିଧାସଳଖ ଭେଟି ଆଲୋଚନା କରିବେ। ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କିଛି ଲୋକାଭିମୁଖୀ ଯୋଜନାର ଶୁଭାରମ୍ଭ କରିପାରନ୍ତି ବୋଲି କୁହାଯାଉଛି। ତେଣୁ ଏଥିପାଇଁ ଆଜିଠାରୁ ଆନ୍ଧ୍ର ପୁଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ, ଉପମୁଖ୍ୟମନ୍ତ୍ରୀଙ୍କ ଗତିବିଧି ଏବଂ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି।

ଗୋଟିଏପଟେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ଗସ୍ତରେ ଆସୁଥିବା ବେଳେ କୋଟିଆ ପଞ୍ଚାୟତର ନେରେଡିବାଲସାଠାରେ ଥିବା ଏକ ଆବାସିକ ବିଦ୍ୟାଳୟରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଛି ଆନ୍ଧ୍ର। ସୀମାନ୍ତରେ ଅବସ୍ଥିତ ଏହି ଗାଁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯାଇଛି। ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟ‌ର ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ତେବେ, ଓଡ଼ିଶାର ଏହି ବିଦ୍ୟାଳୟକୁ ଆନ୍ଧ୍ର ପକ୍ଷରୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ବିବାଦ ବଢ଼ିବା ପରେ ବର୍ତ୍ତମାନ ଉକ୍ତ ବିଦ୍ୟୁତ୍‌ ସଂଯୋଗକୁ ଆନ୍ଧ୍ର କାଟି ଦେଇଥିବା ଦେଖିବାକୁ ମିଳିଛି। ଏପରିକି ବିଦ୍ୟାଳୟରୁ ବିଦ୍ୟୁତ ସଂଯୋଗ କଟିବା ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ମାଝୀ ନିଜ ଘରୁ ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ତାର ଟାଣିଥିଲେ। ଆନ୍ଧ୍ର ଅଧିକାରୀ ପହଞ୍ଚି ତାହାକୁ ମଧ୍ୟ କାଟି ଦେଇଛନ୍ତି। ଏପରିକି ବେଆଇନ ଭାବେ ବିଦ୍ୟୁତ ବିତରଣ କରୁଥିବା ଦର୍ଶାଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।