ରାଜ୍ୟ

୧୦ ବର୍ଷରେ ଆଧାରକାର୍ଡ ଅପ୍‌ଡେଟ୍‌ ଜରୁରି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଆଧାର କାର୍ଡ ଅପଡେଟ୍‌ କରିବା ଜରୁରୀ। ପ୍ରତ୍ୟେକ ୧୦ ବର୍ଷ ଅନ୍ତରରେ ଆଧାରକାର୍ଡ ଅପଡେଟ କରିବା ନେଇ ନିୟମ ରଖାଯାଇଛି। ପୁରୀରେ ଏନଇ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍‌ଣରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଧାର କାର୍ଡ ଅପଡେଟ‌୍ ସମ୍ପର୍କିତ ଏକ ବୈଠକରେ ଆଲୋଚନା କରାଯାଇଛି।

ଶ୍ରୀ ସାହୁ ଏଥିରେ ଅଧ୍ୟକ୍ଷତା କରି କହିଲେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ରାସନ ସାମଗ୍ରୀ ନେବା, ଛାତ୍ର ବୃତ୍ତି ପାଇବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଧାରକାର୍ଡ ସହାୟକ ହେଉଛି ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର ଏହାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ତେଣୁ ବ୍ୟାପକ ଜାଗରଣ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ନେଇ ପ୍ରକ୍ରିୟା ଜାରି କରିବାକୁ କହିଛନ୍ତି।

ୟୁଆଇଡିଏଆଇର ସହକାରୀ ପ୍ରବନ୍ଧକ ତଥା ରାଜ୍ୟ ପ୍ରତିନିଧି ଆକିରାଲା ଶ୍ରବଣ କୁମାର କହିଲେ, ପ୍ରାୟ ସମସ୍ତ ସରକାରୀ ଯୋଜନାର ଲାଭ, ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡର ସୁବିଧା, ଋଣ ଆବେଦନ ବ୍ୟାଙ୍କ ଦ୍ୱାରା ଶୀଘ୍ର ପ୍ରକ୍ରିୟା କରଣ, ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ସହାୟତା ପାଇଁ ଆଧାର ଅପଡେଟ୍‌ ସହ ମୋବାଇଲ ସଂଯୋଗର ଆବଶ୍ୟକତା ରହିଛି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଅପଡେଟ କରାଯାଇପାରିବ। ଅଫ୍‌ଲାଇନରେ ପୋଷ୍ଟ ଅଫିସ, ବ୍ଲକ, ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଅପଡେଟ୍‌ କରାଯାଉଛି ବୋଲି ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ପିୟୁଷ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଡିଏସ୍‌ପି ଅସ୍ମିତା ପାରମିତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ଏଲ୍‌ଡିଏମ୍‌ କିଶୋର କୁମାର ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, ଡାକ ବିଭାଗ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆଧାର ସଚେତନତା ପୋଷ୍ଟର ଓ ଲିଫ୍‌ଲେଟ୍‌ ଉନ୍ମୋଚନ କରାଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।