ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

SC ପାଇଁ ଆଜି ଐତିହାସିକ ଦିନ, ତୃତୀୟ ଥର ବସିବ ପୂର୍ଣ୍ଣକାଳୀନ ମହିଳା ଖଣ୍ଡପୀଠ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ବହୁ ସଂଖ୍ୟାରେ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ବଲିଉଡର ଅନେକ ତାରକା ମଧ୍ୟ ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି। ବଲିଉଡର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଭାରତ ଯୋଡୋରେ ନିଜକୁ ସାମିଲ୍ କରାଉଛନ୍ତି। ଯାତ୍ରାକୁ ସଂପ୍ରତି ୮୨ ଦିନ ପୂରା ହୋଇ ସାରିଛି। ଏହି କ୍ରମରେ ୮୩ତମ ଦିନରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର ଏହି ଯାତ୍ରାରେ ସାମିଲ୍ ହୋଇଛନ୍ତି। ସ୍ଵରା ମଧ୍ୟ ପ୍ରଦେଶର ଉଜ୍ଜୈନ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଛନ୍ତି। ରାହୁଲଙ୍କ ସହ ପଦ ଯାତ୍ରା କରିବାର ସ୍ଵରା ଭାସ୍କରଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।

ସୂଚନାଯୋଗ୍ୟ, ସ୍ଵରା ଭାସ୍କର ଅନେକ ଦିନ ପୂର୍ବେ ଏହି ଯାତ୍ରାକୁ ପ୍ରଶଂସା କରି ସମର୍ଥନ କରିଥିଲେ। ହେଲେ ଏଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା। ରାହୁଲ ଗାନ୍ଧୀ ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ। ଏହା କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା, ମହାରାଷ୍ଟ୍ରପରେ ସଂପ୍ରତି ମଧ୍ୟ ପ୍ରଦେଶ ଦେଇ ଗତି କରୁଛି। ଏହା ପରେ ରାଜସ୍ଥାନ ପୁଣି ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶପରେ ହରିୟାଣା ଏବଂ ପଞ୍ଜାବ ଦେଇ ଯାତ୍ରା ଜାମ୍ମୁ-କାଶ୍ମୀରରେ ଶେଷ ହେବ।

ଉଲ୍ଲେଖନୀୟ ଏ ପର୍ଯ୍ୟନ୍ତ ଏହି ଯାତ୍ରାରେ ଏ ପର୍ଯ୍ୟନ୍ତ ସୁଶାନ୍ତ ସିଂହ, ଅମୋଲ ପାଲେକର, ରିୟା ସେନ, ପୂଜା ଭଟ୍ଟ, ରଶ୍ମି ଦେସାଇ, ଆକାଂକ୍ଷା ପୁରୀ ଯୋଗ ଦେଇ ସାରିଛନ୍ତି। ଏବେ ସ୍ଵରା ଭାସ୍କର ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହୋଇଛନ୍ତି। ଆଜି ରାହୁଲ ଗାନ୍ଧୀଙ୍କ ପଦ ଯାତ୍ରା ମଧ୍ୟ ପ୍ରଦେଶର ଉଜ୍ଜୈନ ଜିଲ୍ଲାରେ ଗୋଟିଏ ଦିନର ବିରତି ପରେ ଆଗକୁ ବଢିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ