ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

SBI ଗ୍ରାହକଙ୍କୁ ମିଳିବ ବିନା କାର୍ଡରେ ଟଙ୍କା ଉଠାଇବାର ସୁବିଧା, ଲଞ୍ଚ ହେଲା ଅପଡେଟେଡ YONO ଆପ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଗ୍ରାହକଙ୍କୁ ଉନ୍ନତ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା ଦିଗରେ ଅନେକ ପଦକ୍ଷେପ ନେଇଛି । ଏସବିଆଇ ରବିବାର ଦିନ ଏହାର ୟୋନୋ ଆପର ଏକ ଅପଡେଟ୍ ଭର୍ସନ ଲଞ୍ଚ କରିଛି ।

ଆପରେ ପରିବର୍ତ୍ତନ ପରେ, ଲୋକମାନେ ୟୋନୋରୁ ସିଧାସଳଖ ପେମେଣ୍ଟ କରିପାରିବେ । ବ୍ୟାଙ୍କ ଏହାର ୟୁପିଆଇ ପେମେଣ୍ଟ ମୋଡରେ ଅନେକ ଫିସର୍ଚ ଯୋଡିଛି , ଯାହା ମାଧ୍ୟମରେ ଯେକୌଣସି ସ୍ଥାନକୁ ଟଙ୍କା ପଠାଇବା ଆହୁରି ସହଜ ହେବ । ଏହା ବ୍ୟତୀତ ବର୍ତ୍ତମାନ ଏସବିଆଇ ଗ୍ରାହକମାନେ ବିନା କାର୍ଡରେ ଯେକୌଣସି ବ୍ୟାଙ୍କର ଏଟିଏମରୁ ନଗଦ ଟଙ୍କା ଉଠାଇ ପାରିବେ । ପୂର୍ବରୁ ଏହି ସୁବିଧା କେବଳ ଏସବିଆଇ ଏଟିଏମରେ ଉପଲବ୍ଧ ଥିଲା ।

କାର୍ଡ ବିନାରେ ନଗଦ ଟଙ୍କା ଉଠାଇପାରିବେ :-

୬୮ ତମ ବ୍ୟାଙ୍କ ଦିବସରେ ଏସବିଆଇ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ କାର୍ଡ ବିନା ଟଙ୍କା ଉଠାଇବାର ସୁବିଧା ଦେଇଛି । ଏସବିଆଇ ଗ୍ରାହକଙ୍କ ପାଇଁ ଆଇସିସିଡବ୍ଲୁ ସୁବିଧା ଲଞ୍ଚ କରିଛି । ତାହା ହେଉଛି, ବର୍ତ୍ତମାନ ଏସବିଆଇ ଗ୍ରାହକମାନେ କାର୍ଡ ବ୍ୟବହାର ନକରି ଯେକୌଣସି ବ୍ୟାଙ୍କର ଏଟିଏମରୁ ନଗଦ ଟଙ୍କା ଉଠାଇ ପାରିବେ । ଏଥିପାଇଁ ସେମାନେ ବ୍ୟାଙ୍କର ୟୁପିଆଇ କ୍ୟୁଆର କ୍ୟାଶ୍ ଫିଚର୍ସ ବ୍ୟବହାର କରିପାରିବେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ